
କୋରୋନା ଭାଇରସ ସଂକ୍ରମଣରେ ଅନେକ ଦେଶ ଆସିସାରିଛନ୍ତି। ସୋସିଆଲ ମିଡ଼ିଆରେ ଏହାକୁ ନେଇ ଅନେକ ଖବର ମଧ୍ୟ ଭାଇରାଲ ଦେଉଛି। ଏଥିମଧ୍ୟରେ 19 ଏପ୍ରିଲରେ Bijaya Agarwall ନାମକ ଜଣେ ବ୍ୟକ୍ତି ସୂନ୍ଦର ଓଡ଼ିଶା ପରିବାର ପେଜରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫୋଟୋରେ ଥିବା ଛୁଆ ତା ମାଁକୁ କୋରୋନା ହୋଇଥିବାର ଦାବି କରାଯାଇଛି ଏବଂ ଛୁଆଟି ତା ମାଁର ସ୍ୱାସ୍ଥ୍ୟ ପାଇଁ ଭଗବାନକୁ ପ୍ରାଥନା କରିବା ପାଇଁ କହୁଛି। ପୋଷ୍ଟର ଅନ୍ୟ ପଟେ ଏକ ମହିଳା ହସ୍ପିଟାଲ ବେଡରେ ପଡ଼ିଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 6ଥର ସେୟାର ଏବଂ96 କମେଣ୍ଟ ମିଳିବା ସହ 181 ଲାଇକ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook। Archive
ତେବେ କଣ ଭାଇରାଲ ଫୋଟୋରେ ଥିବା ଛୁଆର ମାଁକୁ କୋରୋନା ହୋଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ପ୍ରଥମ ଫୋଟୋ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ପୋଷ୍ଟରେ କାନ୍ଦୁଥିବା ଛୁଆର ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ Fineartamerica ନାମକ ଏକ ପେଜରେ ଭାଇରାଲ ଫୋଟୋରେଥିବା ଛୁଆର ଫୋଟୋ ମିଳିଲା। ଯେଉଁଥିରେ ଲେଖା ଯେ, ଝିଅଟିର ଫୋଟୋ 22 ଅକ୍ଟୋବର 2018ରେ ଉଠାଯାଇଥିଲା। ପେଜରେ ଲେଖା ଯାଇଛି ଯେ,(Closeup Of A Young Girl With Tears Rolling Down Her Cheek is a photograph by Cat Simpson which was uploaded on October 22nd, 2018.) ଅର୍ଥାତ Cat Simpson ଦ୍ୱାରା ଏହି ଫୋଟୋ ଉଠା ଯାଇଛି। ଏହା ଛଡ଼ା ଏହି ଫୋଟୋ ଆମକୁ Adobe Stock ନାମକ ପେଜରେ ମଧ୍ୟ ମିଳିଲା। ଏଥିରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଫୋଟୋରେ ଥିବା ଛୁଆ ତା ମାଁ ଦେହ ଖରାପ ପାଇଁ କାନ୍ଦୁ ନାହିଁ। ଏହା ଏକ ଫୋଟୋସୁଟ ଅଟେ। ଯାହାକି 2018ରେ ଉଠାଯାଇଥିଲା। ଫୋଟୋର କୋରୋନା ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Fineartamerica । Archive
ଦ୍ୱିତିୟ ଫୋଟୋ-
ଏହା ପରେ ଆମେ ଦ୍ୱିତିୟ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ Mail online 18 ମାର୍ଚ 2015ରେ ପ୍ରକାଶିତ ହୋଇଥିବା ଏକ ଖବରରେ ଭାଇରାଲ ପୋଷ୍ଟର ଦ୍ୱିତିୟ ଫୋଟୋ ପାଇଲୁ। ଖବର ଅନୁସାରେ ଭାଇରାଲ ଫୋଟୋରେ ବେଡରେ ଆଡମିଟ ଥିବା ମହିଳାର ନାମ Jonney bone ଅଟେ। ମହିଳା ଜଣକର 2015ରେ ବ୍ରେନ ହାମ୍ରେଜ ହୋଇଯାଇଥିଲା। ଯେଉଁଥିପାଇଁ ସେ କୋମାକୁ ଚାଲି ଯାଇଥିଲେ। ଡାକ୍ତର ତାଙ୍କ ବଞ୍ଚିବାର ଆଶା ମଧ୍ୟ ଛାଡ଼ି ଜେଇଥିଲେ। ଡାକ୍ତରମାନେ ମହିଳାର ଲାଇଫ ସପୋର୍ଟ ମେଶିନ ବମନ୍ଦ କରିବା ପାଇଁ ନିଷ୍ପତି ନେଇଥିଲେ। କିନ୍ତୁ Jonney boneଙ୍କ ସ୍ୱାମି ଲାଇଫ ସପୋର୍ଟ ମେଶିନ ବନ୍ଦ ନକରିବା ପାଇଁ କହିଥିଲେ। କିଛି ସମୟ ପରେ ମହିଳା ନିଶ୍ୱାସ ପ୍ରଶ୍ୱାସ ନେବା ଆରମ୍ଭର କରିଥିଲେ ଏବଂ ଏକ ବର୍ଷ ପରେ ମହିଳା ସୁସ୍ଥ ହୋଇଥିଲେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Mail online । Archive
ଏହା ଛଡ଼ା ଆମକୁ ଭାଇରାଲ ଫୋଟୋର ନ୍ୟୁଜ ITV ପେଜରେ ମଧ୍ୟ ମିଳିଲା। ପୋଷ୍ଟ ଅନୁସାରେ ହୋସ୍ପିଟାଲରେ ଆଡମିଟ ହୋଇଥିବା ମହିଳା ଏବେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି। ମିହାଳା ଜଣକ 2015ରରେ ସମ୍ପୁର୍ଣ୍ଣ ସୁସ୍ଥ ଥିଲେ। ମହିଳାଙ୍କ କୋରୋନା ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ। ତଲେ ଫୋଟୋ ଦେଖନ୍ତୁ।

ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ,2015 ଏବଂ 2018 ପୁରୁଣା ଫୋଟୋକୁ ମାଁକୁ କୋରୋନା ସଂକ୍ରମଣ ହୋଇଥାବାରୁ ଛୁଆ କାନ୍ତୁଥିବା ଦାବିରେ ଭାଇରାଲ କରାଯାଉଛି।

Title:2015 ଏବଂ 2018 ପୁରୁଣା ଫୋଟୋକୁ ମାଁ କୋରୋନା ସଂକ୍ରମଣ ପିଡ଼ିତଥିବାରୁ ଛୁଆ କାନ୍ଦୁଥିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False