
ସୋସିଆଲ ମିଡିଆରେ ମଦରାସା କୁ ନେଇ ଅନେକ ଖବର ଭାଇରାଲ ହେବାରେ ଲେଗିଛି। ଏଥିମଧ୍ୟରୁ କେଉଁଟି ସତ ଏବଂ କେଉଁଟି ମିଛ ତାହା ନ ଜାଣି ମଧ୍ୟ ଭାଇରାଲ କରାଯାଉଛି। ଏପରି କିଛି ଫଟୋ ଫ୍ୟାକ୍ଟ କ୍ରିସେଣ୍ଡୋ ସାମ୍ନା କୁ ଆସିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶର ମଦ୍ରାସାରୁ ପୋଲିସ ଦ୍ୱାରା ଏହି ଅସ୍ତ୍ର ସିଜ କରାଯାଇଛି। ଏହା ସହ ଅପରାଧିମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ପ୍ରମାଣିତ ହେଲା। ଏହା ସହ ଫଟୋରେ କରାଯାଇଥିବା ଦାବି ମିଧ୍ୟ ମିଥ୍ୟା ପ୍ରମାଣିତ ହେଲା।
9 ନଭେମ୍ବରରେ Nitei Pal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେସ ଉତ୍ତର ପ୍ରଦେଶର ଏକ ମଦ୍ରାସାରୁ ପୋଲିସ ଦ୍ୱାରା ଏହି ଅସ୍ତ୍ର ସିଜ କରାଯାଇଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, କଣ କହିବେ ଚାମ୍ଚା ଏବେ ବି ମଦ୍ରାସା ଚଲିବ ନା….,। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 217 ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟରେ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତେଳୋ ପ୍ଷଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ ଭାଇରାଲ ଫଟୋରେ ଦେଖା ଯାଉଥିବା ଅସ୍ତ୍ର ଏବଂ ଅପରାଧିମାନଙ୍କୁ ଉତ୍ତର ପ୍ରଦେଶ ପୋଲସ ମଦ୍ରାସାରୁ ଗିରଫ କରିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ହୋଇଥିବା ସମସ୍ତ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।
ଫଟୋ-1
ପ୍ରଥମ ଫଟୋ gunsmith ପେଜରେ ପାଇଲୁ। ଯାହାକି 3 ମାର୍ଚ୍ଚ 2019ରେ ପୋଷ୍ଟ କରାଯାଇଥିଲା। ଏହି ଫଟୋ ଏକ ଗନ ପେଜରେ ପାଇଲୁ। ଯାହାକି ଆଗରୁ ମଧ୍ୟ ଅଲଗା ଅଲଗା ଦାବିରେ ଭାଇରାଲ କରାଯାଇଛି। ଭାଇରାଲ ଫଟୋକୁ 2019 ମସିହାରୁ ଭାଇରାଲ କରାଯାଉଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- gunsmith । Archive
ଫଟୋ-2
11 ଜୁଲାଇ 2019 Bijnor police ଟ୍ୱିଟରେ ଦ୍ୱିତିୟ ଭାଇରାଲ ଫଟୋ ପାଇଲୁ। ଖବର ଅନୁସାରେ ବିଂଜୋର ପୋଲିସ ଟ୍ୱିଟରେ ସ୍ପଷ୍ଟ କରିଛି ଯେ, ଥାନା ଶେରକୋଟ ବିଂଜୋର ପୋଲିସ ଦ୍ୱାରା ମଦରସେରେ ଅବେଧ ଅସ୍ତ୍ରଶସ୍ତ୍ରର ତସ୍କରି କରୁଥିବା 6 ଅପରାଧି , 1 ବନ୍ଦୁକ, 4 ତମଚେ ଏବଂ ଅଧିକ ମାତ୍ରାରେ କାର୍ଟ୍ରିଜ ଜବତ କରିଛି। ଭାଇରାଲ ହେଉଥିବା ଫଟୋ 2019 ମସିହାର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
थाना शेरकोट @bijnorpolice द्वारा मदरसे में अवैध शस्त्रों की तस्करी करते 06 अभियुक्तगण 01 पिस्टल, 04 तमंचे व भारी मात्रा में कारतूसों सहित गिरफ्तार। #uppolice @Uppolice @adgzonebareilly @digmoradabad @News18India pic.twitter.com/WDj3kkBfIu
— Bijnor Police (@bijnorpolice) July 11, 2019
ଫଟୋ-3
ଏହା ପରେ ଆମକୁ ତୃତିୟ ଫଟୋ gujarat headline ପେଜରେ ମିଳିଲା। ଏହା ସହ ଗୁଜୁରାଟ ହେଡଲାଇନ ପେଜରେ ମଧ୍ୟ ଟ୍ୱିଟ କରାଯାଇଛି। ଯେଉଁଥିରେ ଲେଖାଯାଇଛି, ଭାଇରାଲ ହେଉଥିବା ଫଟୋ ଗୁଜରାତର ଅଟେ। 5 ମାର୍ଚ୍ଚ 2016ରେ ଗୁଜରାଟର ରାଜକୋଟ ଠାରେ କିଛି ଅପରାଧି ସହିତ ଅନେକ ବନ୍ଧୁକ ଏବଂ ଅନ୍ୟାନ୍ୟ ଅସ୍ତ୍ର ଜବତ କରାଯାଇଥିଲା। ତେବେ ତୃତିୟ ଫଟୋ ଗୁଜୁରାଟର ଥିବା ବେଳେ ଅନ୍ୟ ଫଟୋ ଅଲଗା ଅଲଗା ସମୟର ଏବଂ ସ୍ଥାନର ଅଟେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଫଟେ କୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଫଟୋ-4
india today ପେଜରେ ଆମକୁ ଚାରି ନମ୍ବର ଫଟୋର ଲିଙ୍କ ମିଳିଲା। ଏହି ପେଜରେ ଭାଇରାଲ ଫଟୋ କେଉଁଠି କାର ତାହା ଅନୁସନ୍ଧାନ କରି ସ୍ପଷ୍ଟ କରାଯାଇଛି। ଭାଇରାଲ ହେଉଥିବା ଫଟୋ କୌଣସି ସ୍ଥାନରୁ ଜବତ କରାଯାଇ ନାହିଁ ବରଂ ଏହା ପଞ୍ଜାବ ପଟିୟାଲା ସ୍ଥିତ ସିକ୍ଷ ଫ୍ୟାକ୍ଟ୍ରିର ଅଟେ। ଭାଇରଲା ଫଟୋ ତାଙ୍କ ଫ୍ଟାକ୍ଟ୍ରି ରୁ କ୍ଲିକ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- india । Archive
ଫଟୋ-5
ପାଞ୍ଚମ ଫଟୋ ମଧ୍ୟ ଆମକୁ ଗୁଜପରାଟ ହେଟଲାଇନ Twitter ଆକାଉଣ୍ଟରୁ ମିଳିଲା। ଯାହାକି 5 ମାର୍ଚ୍ଚ 2016ର ଅଟେ। ଅଥିରୁ ସ୍ପଷ୍ଟ ହେଉଛି ଯେ ଭାଇରାଲ ଫଟୋ ସମାନ ସମୟର ନୁହେଁ। ଅଲଗା ଅଲଗା ଫଟୋ କୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଅଧିକ ସୂଚନ ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଏହା ପରେ ଆମେ ଗୁଗୁଲରେ up police seized weapons from madrasa ଲେଖି ସର୍ଚ୍ଚ କରିଲୁ। ଏବଂ ପଜରେ ଏକ ସପ୍ତାହ ତଳର ସମୟ ସିମାରେ ଖବର ସର୍ଚ୍ଚ କରିଲୁ। କିନ୍ତୁ ଆମକୁ ଭାଇରାଲ ଫଟୋ ଏବଂ ଉତ୍ତର ପ୍ରଦେଶର ମଦ୍ରାସାରୁ ପୋଲିସ କୌଣସି ଅସ୍ତ୍ର ଜବତ କରିଥିବାର ଖବର ପ୍ରକାଶତ ହୋଇ ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଉତ୍ତରପ୍ରଦେଶ ମଦ୍ରାସାରୁ ବର୍ତ୍ତମାନ ସିଜ୍ କରାଯାଇଥିବା ଦାବିରେ ଭାଇରାଲ ହେଉଥିବା ଫଟୋ ପୁରୁଣା ଅଟେ। ଅଲଗା ଅଲଗା ଫଟୋକୁ ଏକାଠି କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:ଭିନ୍ନ ସ୍ଥାନ ଏବଂ ଭିନ୍ନ ସମୟର ଫଟୋକୁ ଏକାଠି କରି ଉତ୍ତର ପ୍ରଦେଶ ମଦ୍ରାସାରୁ ଅସ୍ତ୍ର ଜବତ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False