
ଲକଡାଉନରେ ଇନେକ ପ୍ରବାଶି ଓଡ଼ିଆ ଗୁଜୁରାଟରେ ଫସି ରହିଥିବାର ଖବର ସାମ୍ନାକୁ ଆସାଛି। ସରକାର କିଛି ପ୍ରବାଶି ଓଡ଼ିଆଙ୍କୁ ରାଜ୍ୟକୁ ଆଣିଥିବା ବେଳେ କିଛି ଏବେ ମଧ୍ୟ ବାହାର ରାଜ୍ୟରେ ଫସି ରହିଛିନ୍ତି। ତେବେ ସୋସିଆଲ ମିଡ଼ିଆରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ତିନୋଟି ଛୁଆ ଏବଂ ମାଁ ତାଙ୍କ ବାପା ଗୁଜୁରାଟରେ ଲକଡାଉନ ସମୟରେ ହଜି ଯାଇଥିବାର ଦାବି କରୁଛନ୍ତି। ତାଙ୍କର ଅହି ଫୋଟୋ ଆମ ଓଡ଼ିଆ ନାମକ ପେଜରେ ସେୟାର କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, ମନରେ ଦୟାଥିଲେ ଗୋଟିଏ ସେୟାର୍ କରନ୍ତୁ,ଉପରେ ଲାଇକ୍ କରି, ମାନବିକତା ପାଇଁ ଗୃପ ସେୟାର୍ କରନ୍ତୁ। ଏହି ବାପା ଯଦି ଘରକୁ ନଫେରେ ତେବେ ଗୋଟିଏ ପରିବାର ଉଛନ ହୋଇଯିବ। ଆପଣଙ୍କ ଗୋଟିଏ ସେୟାର୍ କାହାକୁ ତା ପରିବାର ଫେରେଇ ପାରିବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ପୋଷ୍ଟକୁ 433 ଥର ସେୟାର କରାଯାଇଛି। ଏବଂ ପୋଷ୍ଟକୁ 694 ଲାଇକ ଏବଂ 43 କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଲକଡାଉନ ରେ ଏହି ଛୁଆଙ୍କ ବାବା ଗୁଜୁରାଟ ଯାଇ ହଜି ଯାଇଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଡ କରିଲୁ। ସର୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। Miss Manisha ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ଫୋଟୋ 9 ମେ 2018ରେ ପୋଷ୍ଟ କରିଯାଇଥିଲା। ଏହା ଛଡ଼ା ପୋଷ୍ଟରେ ଥିବା ଫୋଟୋରେ ଓଡ଼ିଆରେ ନୁହେଁ ବରଂ ହିନ୍ଦିରେ ଲେଖା ଯାଇଛି। ଛୁଆମାନେ ଧରିଥିବା ପ୍ଲେଟରେ କଣ ଲେଖା ଯାଇଛି ତାହା ସ୍ପଷ୍ଟ ଦେଖା ଯାଉ ନାହିଁ। କିନ୍ତୁ ଭାଇରାଲ ଫୋଟୋ ଓଡ଼ିଶାର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ପରେ ଆମକୁ ଭାଇରାଲ ଫୋଟୋ Govserv ପେଜରେ ପାଇଲୁ । ପୋଷ୍ଟରେ ଫୋଟୋ 15 ଜୁଲାଇ 2019ରେ ମଧ୍ୟ ପୋଷ୍ଟ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ ଦୁଇ ବର୍ଷ ପୁରୁଣା ଅଟେ। ଫୋଟୋର ଲକଡାଉନ ସହିତ ଏବଂ ଓଡ଼ିଶା ସହ କୌଣସି ସମ୍ପର୍କ ନାହିଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Govserv । Archive
ଏହା ପରେ ଆମେ ଭାଇରାଲ ଫୋଟୋ ଏବଂ ଆମକୁ ମିଳଇଥିବା ଫୋଟୋକୁ ବିଷ୍ଳେଷଣ କରିଲୁ। ତଳେ ଦେଖନ୍ତୁ। ଯେଉଁଥିରୁ ଆପଣ ସ୍ପଷ୍ଟ ହୋଇପାରିବେ କେଉଁଟି ଫେକ ଏବଂ କେଉଁଟି ପ୍ରକଡତ ଫୋଟୋ ଅଟେ। ଭାଇରାଲ ଫୋଟୋରେ ଏଡ଼ିଟ କରି ଓଡ଼ିଆରେ ଲେଖା ଯାଇଛି। ପ୍ରକୃତରେ ଛୁଆମେନେ ଯେଉଁ ନେମ ପ୍ଲେଟ ଧରିଛନ୍ତି ତାହା ହିନ୍ଦି ଭାଷାରେ ଲେଖା ଯାଇଛି।

ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ 2018 ମିସିହାର ଅଟେ। ଫୋଟୋର ଓଡ଼ିଶା ଏବଂ ଗୁଜୁରାଟ ଯାଇଥିବା ପ୍ରବାଶି ଓଡ଼ିଆ ଶ୍ରମିକ ସହ କୌଣସି ସମ୍ପର୍କ ନାହିଁ।

Title:ଗୁଜୁରାଟ ଯାଇଥିବା ଏହି ଓଡ଼ିଆ ଛୁଆଙ୍କ ବାପା କ’ଣ ଲକଡାଉନରେ ହଜି ଯାଇଛନ୍ତି ?
Fact Check By: Saritadevi SamalResult: False