2015 ବିସ୍ଫୋରଣର ଫଟୋକୁ କାବୁଲ ବିମାନବନ୍ଦରରେ ବିସ୍ଫୋରଣର ଦୃଶ୍ୟ ଦାବିରେ ଭାଇରାଲ କରାଯାଉଛି।

False International

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣର ଖବର ଭାଇରାଲ ହୋଇଥିଲା। ଯେଉଁଥିରେ 13 ଜଣ ଆମେରିକୀୟ ସୌନିକଙ୍କ ସମେତ 160 ଜଣଙ୍କର ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ପରେ ଧୂଆଁ ଦେଖାଉଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ପୋଷ୍ଟ ସହିତ ସେୟାର ହୋଇଥିବା ଫଟୋ ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣର ଫଟୋ। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଇଛି ଯେ, 2015 ବିସ୍ଫୋରଣର ଫଟୋକୁ କାବୁଲ ବିମାନବନ୍ଦରରେ ବିସ୍ଫୋରଣର ଦୃଶ୍ୟ ଦାବିରେ ଭାଇରାଲ କରାଯାଉଛି। 

26 ଅଗଷ୍ଟରେ Manoj Kumar Pradhan ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, #କାବୁଲ_ଏୟାରପୋର୍ଟ_ବାହାରେ_ବିସ୍ଫୋରଣ ,କାବୁଲ ବିମାନବନ୍ଦର ନିକଟରେ ବଡଧରଣର ବିସ୍ଫୋରଣ । ବିସ୍ଫୋରଣରେ ମୃତାହତଙ୍କ ବାବଦରେ ସ୍ପଷ୍ଟ ସୂଚନା ମିଳିନି । #Kabul #Blast ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ଏହା ସହ ଅନ୍ୟ ଏକ ଫଟୋ ମଧ୍ୟ ଭାଇରାଲ ହେଉଛି। Manoj Kumar Pradhan ନାମକ ଜଣେ ଫେସବୁକ ୟୁଜର ଅନ୍ୟ ଏକ କାବୁଲ ଏୟାର ପୋର୍ଟ ଦାବିରେ ଫଟୋ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆମେରିକାର ଆଲର୍ଟ ପରେ କାବୁଲ ବିମାନବନ୍ଦର ନିକଟରେ ବଡ଼ ବିସ୍ଫୋରଣ l ଆଫଗାନିସ୍ତାନର କାବୁଲ ବିମାନ ବନ୍ଦରରେ ପୁଣି ବିସ୍ଫୋରଣ ହୋଇଛି । ଏହା ହେଉଛି ତୃତୀୟ ବିସ୍ଫୋରଣ । ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂଗଠନ ISIS-K ରହିଥିବା ସୂଚନା । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଭାଇରାଲ ହେଉଥିବା କାବୁଲ ଏୟାର ପୋର୍ଟ ବିସ୍ଫୋରଣର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ପ୍ରଥମ ଫଟୋ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 1TVNewsAF ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ ହୋଇଥିବାର ଦେଖାଯାଉଛି। ଖବର ଅନୁସାରେ ଭାଇରାଲ ଫଟୋ 2015 ମସିହାର ଅଟେ। ଫଟୋର ବର୍ତ୍ତମାନ କାବୁଲ ଏୟାରପୋର୍ଟ ବିସ୍ଫୋରଣ ସହ କୌଣସି ସମ୍ପର୍କ ନାହିଁ। ଫଟୋର କ୍ୟାପ୍ସନରେ ଲେଖାଯାଇଛି ଯେ, ଏହି ବିସ୍ଫୋରଣ ଶକ୍ତିଶାଳୀ ଥିଲା ଏବଂ ଆତ୍ମଘାତୀ ବିସ୍ଫୋରଣକାରୀ ସରକାରୀ କର୍ମଚାରୀଙ୍କୁ ନେଇ ଦୁଇଟି ଯାନକୁ ଟାର୍ଗେଟ କରିଥିଲେ। The IBTimes ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ 2015 ରେ, କାବୁଲର ହମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରବେଶ ପଥରେ ଏକ ବିସ୍ଫୋରଣ ଘଟିଥଲା। 

ଦ୍ୱିତିୟ ଫଟୋ-

ଭାଇରାଲ ଫଟୋ ଆମକୁ gettyimages ପେଜରେ ମିଳିଲା। ଖବର ଅନୁସାରେ ଭାଇରାଲ ଫଟୋ 16 ଅଅଗଷ୍ଟ 2021ର ଅଟେ। “ଆଫଗାନିସ୍ତାନ-ବିବାଦ -ଆଫଗାନିସ୍ତାନର 20 ବର୍ଷର ଯୁଦ୍ଧର ଚମତ୍କାର ଶୀଘ୍ର ସମାପ୍ତ ହେବା ପରେ ଆଫଗାନିସ୍ତାନର ଲୋକମାନେ ଅଗଷ୍ଟ 16, 2021 ରେ କାବୁଲର ବିମାନ ବନ୍ଦରରେ ଅପେକ୍ଷା କରିଥିଲେ। ଇସଲାମବାଦୀ ନିୟମର ବ୍ରାଣ୍ଡ। ତେବେ କାବୁଲ ବିସ୍ଫୋରଣ 26 ଅଗଷ୍ଟରେ ହୋଇଥିଲା। ଭାଇରାଲ ଫଟୋ 16 ଅଗଷ୍ଟର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।  

ଏଠାରେ ଲିଙ୍କ ଦେଖନ୍ତୁ- gettyimages

ଶେଷକଥା-

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ,  ଅଲଗା ଅଲଗା ଫଟୋକୁ କାବୁଲ ଏୟାରପୋର୍ଟ ବିସ୍ଫୋରଣ ଦୃଶ୍ୟ  ଦାବିରେ ଭଇରାଲ କରାଯାଉଛି।

Avatar

Title:2015 ବିସ୍ଫୋରଣର ଫଟୋକୁ କାବୁଲ ବିମାନବନ୍ଦରରେ ବିସ୍ଫୋରଣର ଦୃଶ୍ୟ ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *