
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶିଖମାନେ ନାରା ଲଗାଉଛନ୍ତି ଯେ, ଗଲି ଗଲି ମେ ଶୋର ହେ ଭାରତମାତା ଚୋର ହେ,ଗଲି ଗଲି ମେ ଶୋର ହେ ହିନ୍ଦୁଓ ତୁମ୍ମାରୀ ମାତା ଚୋର ହେ,ଖଲିକସ୍ତାନ ଜିନ୍ଦାବାଦ। ଭାଇରାଲ ଭିଡିଓ ବର୍ତ୍ତମାନ ଦିଲ୍ଲୀରେ ଚାଲିଥିବା କୃଷି ଆନ୍ଦୋଳନର ଅଟେ। ଆମ ଅନୁସନ୍ଧାନରେ ଭୋଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ଭିଡିଓ 2018 ମସିହାରେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଆୟୋଜିତ ହୋଇଥିବା ଖଲିସ୍ତାନ ସମର୍ଥକ ରାଲିର ଅଟେ।
11 ଡିସେମ୍ବରରେ Susanta Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କୃଷି ଆନ୍ଦୋଳନରେ କୃଷକମାନେ ଗଲି ଗଲି ମେ ଶୋର ହେ ଭାରତମାତା ଚୋର ହେ,ଗଲି ଗଲି ମେ ଶୋର ହେ ହିନ୍ଦୁଓ ତୁମ୍ମାରୀ ମାତା ଚୋର ହେ,ଖଲିକସ୍ତାନ ଜିନ୍ଦାବାଦ ନାରା ଲଗାଉଛନ୍ତି।
ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଗଲି ଗଲି ମେ ଶୋର ହେ ଭାରତମାତା ଚୋର ହେ,ଗଲି ଗଲି ମେ ଶୋର ହେ ହିନ୍ଦୁଓ ତୁମ୍ମାରୀ ମାତା ଚୋର ହେ,ଖଲିକସ୍ତାନ ଜିନ୍ଦାବାଦ 👇 …ଭାରତ ମାତାଙ୍କ ନାର ଏଭଳି ନାରା ଦେଉଥିବା ଲୋକ ଗୁଡିକ, ସତରେ କଣ କୃଷକ ଅଟନ୍ତି…???କୃଷକ ଆନ୍ଦୋଳନ ପଛର ବାସ୍ତବ ସତ୍ୟ ଦେଖନ୍ତୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 28ଥର ସେୟାରେ କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଶିଖମାନେ ଗଲି ଗଲି ମେ ଶୋର ହେ ଭାରତମାତା ଚୋର ହେ,ଗଲି ଗଲି ମେ ଶୋର ହେ ହିନ୍ଦୁଓ ତୁମ୍ମାରୀ ମାତା ଚୋର ହେ ନାରା ଲଗାଉଥିବା ଭିଡିଓ ବର୍ତ୍ତମାନ କୃଷି ଆନ୍ଦୋଳନର ଅଟେ। ପୋଷ୍ଟର ସ୍ତୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ କୌଣସି ଲିଙ୍କ ନ ମିଳିବାରୁ ଆମେ ବିଭିନ୍ନ କି ଶବ୍ଦ ବ୍ୟବହାର କରି ଭିଡିଓକୁ ସର୍ଚ୍ଚ କରିଲୁ। हिंदु सेना ଫେସବୁକ ପେଜରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 22 ଜୁନ 2018ରେ ପ୍ରକାଶିତ ହୋଇଥିବାର ଦେଖାଯାଉଛି। ପୋଷ୍ଟରେ ଲେଖାଯାଇଛି ଯେ, ଦେଖନ୍ତୁ କୋନୋଡ଼ା , ୟୁଏସଏର ଏହି ଦୁଷ୍ଟ ଲୋକମାନଙ୍କୁ କିପରି ଭାରତ ମାତା ଚୋର ହେ ଏବଂ ଖଲିସ୍ତାନ ଜିନ୍ଦାବାଦ କହୁଛନ୍ତି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook
11 ଜୁଲାଇ 2018ରେ Rohit Sardana Fans club ପେଜରେ ମଧ୍ୟ ଭାଇରାଲ ଭିଡିଓ ପାଇଲୁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ହେଉଥିବା ଭିଡିଓ ବର୍ତ୍ତମାନ ସମୟର ନୁହେଁ। ପୋଷ୍ଟରେ ସୂଚନା ଦିଆଯାଇଛି ଯେ “ଗଲି ଗଲି ମେ ଶୋର ହେ, ଭାରତମାତା ଚୋର ହେ, ସ୍ଲୋଗାନକୁ ଖଲିସ୍ତାନୀମାନେ ଜପ କରୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଭିଡିଓରେ ପ୍ରଦର୍ଶନକାରୀଙ୍କ ଟି-ସାର୍ଟ ପଛରେ ଲେଖାଯାଇଥିବା ‘ସାନ ଫ୍ରାନ୍ସିସ୍କୋ’( San Francisco) ଲେଖାଯାଇଛି। ଏହି ନାମକୁ ନେଇ ଆମେ ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ google ଲୋକେସନ ମିଳିଲା। ଯେଉଁଥିରେ ଭାଇରାଲ ଭିଡିଓରେଥିବା ସ୍ଥାନ ଏବଂ ଗୁଗୁଲ ମ୍ୟାପରେ ଦେଖାଯାଉଥିବା ସ୍ଥାନ ସମାନ ଅଟେ। ଅଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଭାରତର ନୁହେଁ। ତଳେ ବିଶ୍ଳେଷଣ ଦେଖନ୍ତୁ।
ଏଠାରେ ବିଶ୍ଲେଷଣ ଫଟୋ ଦେଖନ୍ତୁ।

ଶେଷକଥା-
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଶିଖମାନେ ଗଲି ଗଲି ମେ ଶୋର ହେ ଭାରତମାତା ଚୋର ହେ, ନାରା ଲଗାଉଥିବା ଭିଡିଓ ବର୍ତ୍ତମାନ କୃଷି ଆନ୍ଦୋଳନର ନୁହେଁ। 2018ର ଭିଡିଓକୁ ବର୍ତ୍ତମାନ କହି ଭାଇରାଲ କରାଯାଉଛି।

Title:2018 ଭିଡିଓକୁ ବର୍ତ୍ତମାନ କୃଷି ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False