
ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଚାଲୁଥିବାରୁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ନିକଟରେ ଆମେ ଏପରି ଅନେକ ପୋଷ୍ଟ ଦେଖିଛୁ ଯେଉଁଥିରେ ପୁରୁଣା ଫୋଟୋ ଗୁଡିକ କୁ ସମ୍ପ୍ରତି ସମୟରେ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଇଥିଲା।
ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ଭିଡ ଦଙ୍ଗା ମଝିରେ ଅଛି ଏବଂ କିଛି ଲୋକେ ପଥର ଫୋପାଡୁଥିବା ମଧ୍ୟ ଦେଖା ଯାଉଛନ୍ତି। ଦାବି ଅନୁଯାୟୀ ଏହି ଫୋଟୋ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଅଟେ।
ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୟୁକ୍ରେନ୍ ରାଜଧାନୀ କିଭ୍ ରେ ୨୦୧୪ ମସିହାରେ ହେଇଥିବା ଆନ୍ଦୋଳନର ଫୋଟୋ ଅଟେ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୮ ଫେବୃଆରି ୨୦୧୪ ମସିହାର ଏନବିସି ନ୍ୟୁଜ ୱେବଅସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ କିଭ୍ ରେ ଏକ ଆନ୍ଦୋଳନ ସମୟରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଦଙ୍ଗା ସୃଷ୍ଟି ହୋଇଥିଲା। ଲୋକେ ପୋଲିସ ଘେରାଓ ଭାଙ୍ଗିଥିବାରୁ ପୋଲିସ ତାଙ୍କ ଉପରେ ଆକ୍ରମଣ କରିଥିଲା।

୧୯ ଫେବୃଆରି ୨୦୧୯ ରେ ଦି ନ୍ୟୁୟର୍କ ଟାଇମସ ନିଜ ୟୁଟ୍ୟୁବ ଚ୍ୟାନାଲରେ ଏହି ଆନ୍ଦୋଳନ ଏବଂ ଦଙ୍ଗାର ଏକ ଭିଡିଓ ପ୍ରସାରିତ କରିଥିଲା। ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ୨୦୧୪ ମସିହାର ଅଟେ ଏବଂ ଏହାର ସମ୍ପ୍ରତି ସମୟରେ ରୁଷ-ୟୁକ୍ରେନ୍ ଯୁଧ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ।

Title:ୟୁକ୍ରେନ୍ ରାଜଧାନୀ କିଭ୍ ରେ ୨୦୧୪ ମସିହାରେ ହେଇଥିବା ଆନ୍ଦୋଳନକୁ ସମ୍ପ୍ରତି ସମୟରେ ରୁଷ ସହିତ ହେଉଥିବା ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
