
ନିକଟରେ ଲଦାଖରେ ଭାରତୀୟ ସେନା ବସ୍ ଦୁର୍ଘଟଣାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହିପରି ଗୋଟିଏ ଫଟୋ ଆମ ସମ୍ମୁଖରେ ଆସିଛି ଯେଉଁଥିରେ ଗୋଟିଏ ଘାଟିରେ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଅନେକ ସେନା ଯବାନ ମଧ୍ୟ ଛିଡା ହୋଇଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ନିକଟରେ ଲଦାଖରେ ଦୁର୍ଘଟଣା ହୋଇଥିବା ଏକ ଭାରତୀୟ ସେନାର ଗାଡି ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା। ଏହା ଗୋଟିଏ ପୁରୁଣା ଫୋଟୋ ଯାହା ନିକଟରେ ଲଦାଖର ଦୁର୍ଘଟଣାର ଫୋଟୋ ନୁହେଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ଅତ୍ୟନ୍ତ ଦୁଃଖ ଦାୟକ ଖବର !!! ଲଦାଖ ରେ ଭାରତୀୟ ସେନା ର ୯ ଯବାନ ସହୀଦ ହେଇଗଲେ ଆଉ କିଛି ଯବାନ ଆହତ ହେଇଛନ୍ତି। ପ୍ରଭୂ ଙ୍କ ପାଖେ ପାର୍ଥନା ସହିଦ ଯବାନ ଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ ଏବଂ ଆହତ ଯବାନ ଙ୍କୁ ଜଲ୍ଦୀ ସୁସ୍ଥ କରି ଦିଅନ୍ତୁ”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୮ ମଇ ୨୦୨୨ ରେ ଦି ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ଲଦାଖର ଟୁକଟୁକ ଆଞ୍ଚଲରେ ଥିବା ଶ୍ୟୋକ ନଦୀ ନିକଟରେ ଘଟିଥିଲା। ଏହି ଦୁର୍ଘଟଣାରେ ୭ ଜଣ ସେନା ଯବାନ ନିଜ ଜୀବନ ହରାଇଥିଲେ ଏବଂ ୧୯ ଜଣ ଗୁରୁତ ଭାବରେ ଆଘାତ ହୋଇଥିଲେ। ଏହି ସେନା ବାହିନୀ ଗାଡ଼ି ପାରତାପୁର ରୁ ହନିଫ୍ ଅଞ୍ଚଳକୁ ଯାଉଥିବା ସମୟରେ ରାସ୍ତାରୁ ଖସି ୬୦ ଫୁଟ୍ ଗଭୀର ଘାଟିକୁ ଖସି ପଡିଥିଲା।

ଭାଇରାଲ ଫୋଟୋ ସହିତ ଏହି ଘଟଣାର ଗୋଟିଏ ରିପୋର୍ଟ ହିନ୍ଦୁସ୍ତାନ ଟାଇମ୍ସର ୟୁଟ୍ୟୁବ ଚ୍ୟାନାଲରେ ୨୭ ମଇ ୨୦୨୨ ରେ ପ୍ରସାରିତ ହୋଇଥିଲା। ରିପୋର୍ଟରେ କୁହା ଯାଇଛି ଯେ ଲଦାଖରେ ଗୋଟିଏ ସଡକ ଦୁର୍ଘଟଣାରେ ସେନା ବାହିନୀ ଗାଡ଼ି ନଦୀରେ ଖସି ପଡିଥିଲା ଯେଉଁଥିରେ ୭ ସେନା ଯବାନ ନିଜ ପ୍ରାଣ ହରାଇଥିଲେ ଏବଂ ପ୍ରାୟ ୨ ଡଜନ୍ ଯବାନ ଆଘାତ ହୋଇଥିଲେ। ଟୁକଟୁକ ଅଞ୍ଚଳରେ ଏହି ଗାଡ଼ି ନିୟନ୍ତ୍ରଣ ହରାଇ ଥିଲା ଯାହା ଫଳରେ ଦୁର୍ଘଟଣାଟି ଘଟିଥିଲା। ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆଘାତ ସେନା ଯବାନଙ୍କୁ ଆର୍ମୀ ହସ୍ପିଟାଲକୁ ନିଆ ଯାଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ଭାଇରାଲ ଫୋଟୋ ଭାରତୀୟ ସେନାର ଗାଡ଼ିର ଲଦାଖରେ ହୋଇଥିବା ଦୁର୍ଘଟଣାର ଅଟେ, କିନ୍ତୁ ଏହାର ନିକଟରେ ଘଟିଥିବା ଦୁର୍ଘଟଣା ସହିତ ସମ୍ବନ୍ଧ ନାହିଁ। ଏହା ଲଦାଖରେ ୨୦୨୨ ମସିହାରେ ଘଟିଥିବା ଏକ ଦୁର୍ଘଟଣାର ଫୋଟୋ ଅଟେ।
Title:କ’ଣ ଭାଇରାଲ ଫୋଟୋ ନିକଟରେ ଲଦାଖରେ ଭାରତୀୟ ସେନାର ଟ୍ରକ୍ ଦୁର୍ଘଟଣାର ଏକ ଫୋଟୋ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading


