କ’ଣ ଏହି ଫୋଟୋ ଗତ କାଲୀ କର୍ଣ୍ଣାଟକରେ ବାୟୁ ସେନାର ଏକ ବିମାନ ଦୁର୍ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Misleading Social

ଗତ କାଲୀ ଭାରତ ବାୟୁ ସେନାର ଏକ ବିମାନ କରଣତକରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମନାକୁ ଆସିଥିଲା। ଏହା ପରେ ସୋସିଆଲ ମିଡିଆରେ ଘଟନା ଜଡିତ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିମାନ ଦୁର୍ଘଟଣା ହୋଇଥିବା ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗତ କାଲୀ କର୍ଣ୍ଣାଟକରେ ହେଇଥିବା ଦୁର୍ଘଟଣାର ଫୋଟୋ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ମଧ୍ୟପ୍ରଦେଶରେ ହୋଇଥିବା ଏକ ବିମାନ ଦୁର୍ଘଟଣାର ପୁରୁଣା ଫୋଟୋକୁ କର୍ଣ୍ଣାଟକର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “IAF ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍ କର୍ଣ୍ଣାଟକ କାମରାଜନଗରରେ IAFର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ..ବିମାନରେ ଥିବା ଦୁଇ ପାଇଲଟ ସୁରକ୍ଷିତ ଥିବା ସୂଚନା

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁଅନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୮ ଜାନୁଆରୀ ୨୦୨୩ ରେ ଦି ଗାର୍ଡିଆନ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ମଧ୍ୟ-ଆକାଶରେ ଭାରତ ବାୟୁ ସେନାର ଦୁଇଟି ବିମାନ ମୁହାଁ-ମୁହିଁ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ରାଜଧାନୀ ଦିଲ୍ଲୀର ଦକ୍ଷିଣରେ ଘଟିଥିଲା। 

ଦୁଇଟି ବିମାନ ମଧ୍ୟରୁ ଗୋଟିଏ ରୁଷ ନିର୍ମିତ ସୁଖୋଇ-ସୁ ୩୦ ଏବଂ ଅନ୍ୟ ଫ୍ରାନ୍ସ ନିର୍ମିତ ମିରାଜ୍ ୨୦୦୦ ବିମାନ ଥିଲା। ଟ୍ରେନିଂ ଉଦ୍ଦେଶ୍ୟରେ ଏହି ଦୁଇଟି ବିମାନ ଗ୍ଵାଲିଆର ବିମାନ ବନ୍ଦରରୁ ବାହାରିଥିଲା। ବାୟୁ ସେନା କହିବା ଅନୁଯାୟୀ, ଏହି ଦୁଇଟି ବିମାନ ନିଜ ନିର୍ଧାରି ଟ୍ରେନିଂ ମିଶନ୍ ରେ ଥିଲା। ଏହି ଘଟଣାରେ ତିନୋଟି ପାଇଲଟ୍ ମଧ୍ୟରୁ ଜଣେ ଗଭୀରତା ସହିତ ଆହତ ହୋଇଥିଲା। 

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ମଧ୍ୟ ପ୍ରଦେଶରେ ଆକାଶରେ ବାୟୁ ସେନାର ଦୁଇଟି ବିମାନ ମଧ୍ୟରେ ଧକ୍କା ହେଇଥିବାରୁ ଏକ ଦୁର୍ଘଟଣା ହୋଇଥିଲା। ଏହି ଘଟଣାରେ ଜଣେ ପାଇଲଟର ମୃତ୍ୟୁ ହେଇଥିବା ବେଳେ ଅନ୍ୟ ଦୁଇ ପାଇଲଟ୍ ଆହତ ହୋଇଥିଲେ। ଦୁଇଟି ଜେଟ୍ – ସୁଖୋଇ 30MKI ଏବଂ ମିରାଜ୍ 2000 ମଧ୍ୟରେ ଏହି ଦୁର୍ଘଟଣା ହେଇଥିଲା। ମଧ୍ୟପ୍ରଦେଶର ମୋରେନା ଜିଲ୍ଲାର ସ୍ଥାନୀୟ ଲୋକ ମାନେ କହିଥିଲେ ଯେ ଦୁର୍ଘଟଣା ହେବ ପରେ ଏକ ବାଧିର ଧ୍ୱନି ହୋଇଥିଲା ଏବଂ ଆକାଶରୁ ନିଆ ଗୋଳା ଖସିଥିଲା। ଦୁର୍ଘଟଣା ପରେ ବିମାନର କିଛି ଅଂଶ ମଧ୍ୟ ପ୍ରଦେଶର ପାହାଡଗଡ ଆଞ୍ଚଲରେ ଏବଂ ଅନ୍ୟ କିଛି ଅଂଶ ରାଜସ୍ଥାନର ଭରତପୁରରେ ଖସିଥିଲା। 

ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବିମାନରେ ଲାଗିଥିବା ନିଆକୁ ଲିଭେଇବା ପାଇଁ କାଦୁଅ ପାନବୀ ଫୋପାଡି ଥିଲେ। ସେମାନେ ଆକାଶରୁ ଦୁଇଟି ପାରାଚ୍ୟୁଟ୍ ଖାସୁଥିବା ମଧ୍ୟ ଦେଖିଥିଲେ। ପାରାଚ୍ୟୁଟ୍ ରେ ଖସିଥିବା ଦୁଇଟି ପାଇଲଟ୍ ଗୁରୁତ ଭାବରେ ଆହହାତ ହୋଇଥିଲେ। 

ଏହି ଘଟଣାର ଏକ ଭିଡିଓ ହିନ୍ଦୁସ୍ତାନ ଟାଇମ୍ସର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ପ୍ରସାରିତ ହେଇଥିଲା। ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ। 

କର୍ଣ୍ଣାଟକରେ ହେଇଥିବା ବିମାନ ଦୁର୍ଘଟଣା କ’ଣ?

1 ଜୁନ୍ ୨୦୨୩ ର ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଗୁରୁବାର ଦିନ କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ବୋଗାପୁରା ଗ୍ରାମ ନିକଟରେ ଭାରତୀୟ ବାୟୁସେନାର ଏକ ସୂର୍ଯ୍ୟ କିରଣ ପ୍ରଶିକ୍ଷକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ରୁଟିନ୍ ଟ୍ରେନିଂ ସମୟରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ହେବା ପୂର୍ବରୁ ଦୁଇଟି ପାଇଲଟ୍ ବିମାନରୁ ଖସି ବାହାରି ଆସିଥିଲେ। ଦୁର୍ଘଟଣାର କାରଣ ଜାଣିବା ପାଇଁ ବର୍ତ୍ତମାନ ତଦନ୍ତ ଚାଲିଛି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ କର୍ଣ୍ଣାଟକରେ ହେଇଥିବା ଭାରତ ବାୟୁ ସେନା ବିମାନ ଦୁର୍ଘଟଣାର ଫୋଟୋ ନୁହେଁ। ଏହା ମଧ୍ୟପ୍ରଦେଶରେ ହୋଇଥିବା ଏକ ବିମାନ ଦୁର୍ଘଟଣାର ପୁରୁଣା ଫୋଟୋ ଯାହାକୁ କର୍ଣ୍ଣାଟକର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ଏହି ଫୋଟୋ ଗତ କାଲୀ କର୍ଣ୍ଣାଟକରେ ବାୟୁ ସେନାର ଏକ ବିମାନ ଦୁର୍ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *