କ’ଣ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଏକାଦଶୀ ଦିନ ତାଙ୍କ ଝିଅ ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି ନେଉଛନ୍ତି? ଜାଣନ୍ତୁ ସତ୍ୟ।

False Political

ବର୍ତ୍ତମାନ ସୋସିଆଲ ମିଡିଆରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ଵର୍ଗତ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କ ଏକ ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଦୀପାଳି ଦାସ୍ ନିଜ ପିତାଙ୍କ ମୃତ୍ୟୁ ପରେ ଏପରି ଫୋଟୋ ନେଉଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଫୋଟୋ ଯାହାକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ନିଜ ପିତାଙ୍କ ଏକାଦଶୀରେ ଟିକଟଦାତାଙ୍କ ସହିତ ସେଲ୍ଫି ନେଉଛନ୍ତି ଦୀପାଳି ଦାସ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଦୀପାଳି ଦାସଙ୍କ ଫେସବୁକ ଏକାଉଣ୍ଟରେ ୨ ଡିସେମ୍ବର ୨୦୨୨ ରେ ପୋଷ୍ଟ ହେଇଥିବା ମିଳିଲା। ଏହି ଫୋଟୋ ବିଜେଡ଼ି ଦ୍ଵାରା ପାଇକମାଳରେ ଆୟୋଜିତ ଏକ ରେଲିସମୟର ଅଟେ। ଫୋଟୋ ପୋଷ୍ଟ କରି ସେ କହିଛନ୍ତି, “ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପାଇକମାଲରେ ଏକ ବିରାଟ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ମୁଁ ବିଜୁ ଜନତା ଦଳ ପ୍ରାର୍ଥିନୀ ଶ୍ରୀମତୀ ବର୍ଷା ସିଂ ବାରିହାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାପାଇଁ ନିବେଦନ କରିଥିଲି।

ସମାନ ଫୋଟୋ ଗୁଡିକ ଦୀପାଳି ଦାସ ୨ ଡିସେମ୍ବରରେ ନିଜ ଟୁଇଟର ଏକାଉଣ୍ଟରେ ମଧ୍ୟ ପୋଷ୍ଟ କରିଛନ୍ତି। 

କିନ୍ତୁ ଆମେ ଜାଣିଛୁ ଯେ ଚଳିତ ବର୍ଷ ୨୯ ଜାନୁଆରୀରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା କରା ଯାଇଥିଲା। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଝାରସୁଗୁଡା ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦାନ ଦେବାକୁ ଯାଉଥିବା ସମୟରେ ଜଣେ ପୋଲିସକର୍ମୀ (ଗୋପାଳ) ତାଙ୍କ ଛାତିରେ ଗୁଳି କରି ଥିଲେ। ଏହା ପରେ ନବଦାସଙ୍କୁ ରାଜଧାନୀ ଅବସ୍ଥିତ ଏପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଅଣାଯାଇଥିଲା ଯେଉଁଠାରେ ତାଙ୍କ ମୃତ୍ୟୁ ହୋଇଥିଲା। 

ଉପରୋକ୍ତ ତଥ୍ୟରୁ ଆମେ ଜାଣିଲୁ ଯେ ନବ ଦାସଙ୍କ ମୃତ୍ୟୁ ୩୦ ଜାନୁଆରୀ ରେ ହୋଇଥିଲା। କିନ୍ତୁ ଭାଇରାଲ ଫୋଟୋ ୨ ଡିସେମ୍ବର ୨୦୨୨ ରୁ ଉପଲବ୍ଧ ଅଛି। ତେଣୁ ଏହି ଫୋଟୋର ନବ ଦାସଙ୍କ ମୃତ୍ୟୁ ପର ଦୃଶ୍ୟ ହେଇଥିବାର କୌଣସି ସମ୍ଭାବନା ନାହିଁ। 

ଶେଷକଥା: 

ଅନୁସନ୍ଧାନ ପରେ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ନବକିଶୋର ଦାସଙ୍କ ମୃତ୍ୟୁର ୨ ମାସ ପୂର୍ବରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୀପାଳି ଦାସଙ୍କ ସେଲ୍ଫି ନେଉଥିବା ଫୋଟୋ ନବ ଦାସଙ୍କ ଏକାଦଶୀ ସମୟର ହେଇଥିବା ଦାବି ମିଥ୍ୟା ଅଟେ। 

Avatar

Title:କ’ଣ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଏକାଦଶୀ ଦିନ ତାଙ୍କ ଝିଅ ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି ନେଉଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *