
ସାରା ଦେଶରେ ବର୍ତମାନ ଦାଦନ ଶ୍ରମିକଙ୍କ ବିଷୟରେ ଚାଚା ଚାଲିଅଛି। ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରେ ଯାଇ କାମ କରୁଥିବା ଶ୍ରମିକ ମାନେ କୋରୋନା ଭାଇରସ ପାଇଁ ସରକାର ଦ୍ଵାରା ଲାଗୁ କରା ଯାଇଥିବା ତାଲାବନ୍ଦ ସ୍ଥିତି ଯୋଗୁ ସେଠାରେ ଅଟକି ରହି ଯାଇଛନ୍ତି। ଏହି ସମୟରେ ଅନେକ ଖବର ମିଳିଛି ଯେ କେତେ ସ୍ଶ୍ରାମିକ ମାନେ କଷ୍ଟରେ ନିଜ ରାଜ୍ୟ ଫେରିଛନ୍ତି। କିଏ ସାଇକେଲ ରେ ତ କିଏ ସହ ସହ କିଲୋମିଟର ଚାଲି ଚାଲି ନିଜ ରାଜ୍ୟ କୁ ଫେରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକ ଫୋଟୋ ପୋସ୍ତ କରି ଶ୍ରମିକ ମାନଙ୍କ ଅବସ୍ତା ଜଣାଉଛନ୍ତି। କିନ୍ତୁ କିଛି ଏପରି ଫୋଟୋ ମଧ୍ୟ ପୋଷ୍ଟ କରି ଗୁଜବ ସୃଷ୍ଟି କରା ଯାଇଅଛି ଯାହାର ଶ୍ରମିକ ମାନଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ।
ବିଗତ କିଛି ଦିନରେ ଗୋଟିଏ ଏପରି ପୋଷ୍ଟ ଭାଇରାଲ ହେଉଛି ଯେଉଁ ତିରେ ଗୋଟିଏ ମହିଳାଙ୍କ ଗୋଡ଼ ରୁ ଚାଲ ବାହାରି ଯାଇଅଛି। ଦାବି କରା ଯାଇଅଛି ଯେ ତାଲାବନ୍ଦ ସ୍ଥିତି ରେ ଚାଲି ଚାଲି ଏହି ମହିଳାଙ୍କ ପାଦର ଏପରି ଅବସ୍ତା ହେଇ ଯାଇଅଛି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ଫୋଟୋ ବିଷୟରେ ଅନୁସନ୍ଧାନକରି କରା ଯାଇଥିବା ଦାବି କୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୧୨ ମାର୍ଚ ୨୦୧୮ ମସିହାରେ ବି.ବି.ସି. ନ୍ୟୁଜ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଏହି ଫୋଟୋ ମିଳିଲା। ଏହି ଅନୁଛେଦରେ ଲେଖା ଯାଇଅଛି ଯେ ଚାଷୀ ରୁଣ ଛାଡ଼ କରିବା ପାଇଁ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବା ପାଇଁ ଯୋଜନା ବନା ଯାଇଅଛି। ଏହି ଆନ୍ଦୋଳନ ଅଖିଲ ଭାରତୀୟ କିଶାନ ସଭା ନେତୃତ୍ଵ ରେ କରା ଜୀବ। ବିବିସି ବରିଷ୍ଠ ପତ୍ରକାର ପି ସାଇନଥଙ୍କ ସହିତ ସାକ୍ଷାତ କରିଲା ପରେ ସେ କହିଲେ ଯେ ୨୦୧୪ ମସିହା ପର ଠାରୁ କୃଷକ ମାନଙ୍କର ସ୍ଥିତି ଖରବ ହେଇ ଯାଇଛି। ସରକାର କେବଳ ବଡ଼ ବ୍ୟବସାଇ ଲୋକଙ୍କ ହିତ ପାଇଁ ଭାବୁଛି। ଏହା ତର୍କ କରନ୍ତୁ କି ଏଇଟା କୃଷକ ମାନଙ୍କ ପାଇଁ କେତେ ବଡ଼ ସମସ୍ଯା ର କଥା ଅଟେ। ୬୦ ରୁ ୭୦ ବର୍ଷ ମହିଳା ମାନଙ୍କ ପାଇଁ ନାସିକ ରୁ ମୁମ୍ବଇ ପଦ ଯାତ୍ରା କରିବା କେତେ କଷ୍ଟ ଦାୟକ ହେଇଥିବା। ପ୍ରଥମେ ଏହି ଆନ୍ଦୋଳନର ସଂଖ୍ୟା ୨୦,୦୦୦ ଥିଲା କିନ୍ତୁ ପଛେ ଏହା ବଢିକି ୫୦,୦୦୦ ହେଇ ଗଲା। ଏହା ଦ୍ଵାରା ଗ୍ରାମୀଣ ଅଞ୍ଚଲର ସମସ୍ଯା ବିଷୟରେ ଜଣା ପଡ଼ୁଛି। ସରକାର ରୁଣ ଛାଡ଼ ଯୋଜନାକୁ କେବେ ମଧ୍ୟ ଭଲସେ ଲାଗୁ କରି ନାହିଁ।
୧୩ ମାର୍ଚ ୨୦୧୮ ମସିହାରେ ଶାକ୍ସି ପୋଷ୍ଟ ପତ୍ରିକାରେ ଏହି ଫୋଟୋ ପୋଷ୍ଟ କରି ଏହା କୁହା ଯାଇଅଛି ଯେ ମାହାରାଷ୍ଟ୍ରରେ ପାଖାପାଖି ୩୫,୦୦୦ କୃଷକ ରୁଣ ଛାଡ଼ ଏବଂ ଜଙ୍ଗଲ ଜମି ର ନିଜ ଅଧିକାର ପାଇଁ ସରକାରଙ୍କ ବିରୁଦ୍ଧରେ ୬ ଦିନରେ ୨୦୦ କିଲୋମିଟର ଦୂରତା ପଦଯାତ୍ରା କରିଛନ୍ତି। ସରକାର କୃଷକ ମାନଙ୍କ ପ୍ରାୟ ସବୁ ଡିମାଣ୍ଡ ପୁରା କରିଛନ୍ତି। ଏତେ ଦୂର ପଦ ଯାତ୍ରା କରିବା କାରଣରୁ ପ୍ରାୟ ସମସ୍ତ କୃଷକଙ୍କ ପାଦରେ ଏପରି ଚାଲି ପଡ଼ି ଥିବା ଦେଖିବାକୁ ମିଳିଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଫୋଟୋ 2018 ମସିହାର ମାହାରାଷ୍ଟ୍ରର କୃଶକ ଆନ୍ଦୋଳନର ଫୋଟୋ ଅଟେ। ଏହି ଫୋଟୋର ବର୍ତମାନ ଦାଦନ ଶ୍ରମିକଙ୍କ ଫୋଟୋ ନୁହେଁ। ପୁରୁଣା ଫୋଟୋକୁ ବର୍ତମାନ ତାଲାବନ୍ଦ ସମୟର ଫୋଟୋ କହି ସୋସିଆଲ ମିଡିଆ ରେ ଭାଇରାଲ କରା ଯାଉଅଛି।

Title:କ’ଣ ଏହି ମହିଳା ଜଣେ ଦାଦନ ଶ୍ରମିକ? କ’ଣ ଚାଲି ଚାଲି ତାଙ୍କ ପାଦର ଏପରି ଅବସ୍ତା ହେଇ ଯାଇଅଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False