କ’ଣ ଭାଇରାଲ ଫୋଟୋରେ ନାଗା ସାଧୁ ମାନେ ନୁପୁର ଶର୍ମାଙ୍କ ସମର୍ଥନରେ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

False Political

ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଦେଶରେ ସମ୍ପ୍ରଦାୟିକ ବିଦ୍ରୋହର ଅନେକ ମାମଲା ସାମନାକୁ ଆସିଛି। ଏହା ମଧ୍ୟରେ କିଛି ଗୋଷ୍ଠୀ ଲୋକେ ତାଙ୍କ ସମର୍ଥନରେ ମଧ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। 

ବର୍ତ୍ତମାନ ସୋସିଆଲ ନାଗା ସାଧୁ ମାନଙ୍କ ଏକ ଫୋଟୋ ଭାଇରାଲ ହେଉଛି ଯାହା ସହିତ ଦାବି କରା ଯାଇଛି ଯେ ସେମାନେ ନୁପୁର ଶର୍ମାଙ୍କ ସମର୍ଥନରେ ପ୍ରଦର୍ଶନ କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଛି। ୨୦୧୪ ମସିହାର କୁମ୍ଭ ମେଳା ସମୟରେ ନାଗା ସାଧୁଙ୍କ ବିଶାଳ ସମାଗମର ଫୋଟୋକୁ ନୁପୁର ଶର୍ମା ବିବାଦ ସହିତ ଯୋଡି ମିଥ୍ୟା ଦାବି କରା ଯାଉଛି। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

ଫୋଟୋ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ନୁପୁର ଶର୍ମାଙ୍କ ସମର୍ଥନରେ ନାଗା ସାଧୁ ମାନେ ଏକତ୍ର ହୋଇଛନ୍ତି। ଏହା ସହିତ କୁହା ଯାଇଛି ଯେ, “ଏହା କୌଣସି ରାଜନୈତିକ ସଭାର ଦୃଶ୍ୟ ନୁହେଁ କିମ୍ୱା ରାସନ କାର୍ଡ ରେ ମାଗଣା ରାସନ ନେବା ପାଇଁ ଏଭଳି ଭିଡ଼ ନୁହେଁ ଝାନ୍ସି ରାଣୀ ଲକ୍ଷ୍ମୀବାୟୀ ଙ୍କର ପ୍ରତ୍ୟକ୍ଷ ଅବତାର ସନାତନୀ ବୀରାଙ୍ଗନା ନୁପୁର ଶର୍ମାଙ୍କ ସମର୍ଥନରେ ୧୮ ଲକ୍ଷ ନାଗା ସାଧୁ ମାନଙ୍କର ରଣ ହୁଙ୍କାର…”

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ୨ ଜୁଲାଇ ୨୦୧୪ ରେ ଇଣ୍ଡିଆ ଟୁଡେ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏନଡ଼ିଟିଭି ରିପୋର୍ଟ ଅନୁଯାୟୀ, ଫୋଟୋଟି ୨୦୧୩ ମସିହାର ଆଲାହାବାଦରେ କୁମ୍ଭ ମେଳା ସମୟର ଅଟେ। ଶିର୍ଡି ସାଇ ବାବାଙ୍କ ଭକ୍ତଙ୍କ ବିରୁଦ୍ଧରେ ନାଗା ସାଧୁ ମାନେ ଏକତ୍ର ହୋଇଥିଲେ। ସାଇ ବାବାଙ୍କ ଭକ୍ତ ମାନଙ୍କ ଦ୍ଵାରା ହିନ୍ଦୁ ଧର୍ମରକୁ କ୍ଷତି ପହଞ୍ଚି ଥିବାରୁ ତାହାର ଗୌରବକୁ ପୁନଃସ୍ଥାପିତ କରିବା ପାଇଁ ସନ୍ତାଶବାଡି ନାଗା ସାଧୁଙ୍କୁ ଦାୟିତ ଦିଆ ଯାଇଥିଲା। ଲୋକଙ୍କ ମନରୁ ସାଇ ବାବା ଜଣେ ଭଗବାନ ହୋଇଥିବା ବିଶ୍ଵାସକୁ ନଷ୍ଟ କରିବା ପାଇଁ ଏହି ପ୍ରଦର୍ଶନର ଆୟୋଜନ କରା ଯାଇଥିଲା। 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୨ ଜୁଲାଇ ୨୦୧୪ ରେ ଜି ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ଏହି ଘଟଣା ବିଷୟରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଭିଡିଓରେ କୁହା ଯାଇଛି ଯେ ଆଲାହାବାଦ ଏବଂ ହରିଦ୍ଵାରର ଅଖାଦା ପରିଷଧ ନାଗା ସାଧୁଙ୍କୁ ଅନୁରୋଧ କରା ଯାଇଛି ଯେ ସାଇ ପୂଜା ମାମଲାରେ ସେମାନେ ଶଙ୍କ୍ରାଚାର୍ୟଙ୍କୁ ସମର୍ଥନ ଦିଅନ୍ତୁ। ସନାତନ ଧର୍ମକୁ ରକ୍ଷା କରିବା ପାଇଁ ନାଗା ସାଧୁ ମାନଙ୍କୁ ଏକତ୍ର ହେବା ପାଇଁ କୁହା ଯାଇଛି। 

କିନ୍ତୁ ସମାନ ଭିଡିଓରେ ଆମେ ଅଖାଦା ପରିଷଧ ମହାନ୍ତ ଜ୍ଞାନଦାସ କହିଛନ୍ତି ଯେ ତାଙ୍କ ତରଫରୁ କିମ୍ବା ଶଙ୍କ୍ରାଚାର୍ୟଙ୍କ ତରଫରୁ ନାଗା ସାଧୁ ମାନଙ୍କୁ ଏପରି କୌଣସି ଅନୁରୋଧ କରା ଯାଇନଥିଲା। ଏହା ଏକ ମିଥ୍ୟା ଖବର ବୋଲି ଆମେ ତାଙ୍କୁ କହୁଥିବା ଶୁଣିବାକୁ ପାଇଲୁ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଲୋକେ ସାଇ ବାବାଙ୍କୁ ଭଗବାନ ସ୍ଵୀକାର କରିଲେ ମଧ୍ୟ ସେଥିରେ ତାଙ୍କୁ କୌଣସି ଆପତ୍ତି ନାହିଁ। 

https://www.youtube.com/watch?v=B6-aSL6O61U

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଫୋଟୋ ପୁରୁଣା ଅଟେ ଏବଂ ଏହାର ନୁପୁର ଶର୍ମାଙ୍କ ବିବାଦ ସହିତ କୌଣସି ସମ୍ବନ୍ଧ ନାହିଁ। 

ଶେଷକଥା

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଫୋଟୋ ପୁରୁଣା ଅଟେ ଏବଂ ଏହାର ନୁପୁର ଶର୍ମାଙ୍କ ବିବାଦ ସହିତ କୌଣସି ସମ୍ବନ୍ଧ ନାହିଁ। ୨୦୧୪ ମସିହାର କୁମ୍ଭ ମେଳା ସମୟରେ ନାଗା ସାଧୁଙ୍କ ବିଶାଳ ସମାଗମର ଫୋଟୋକୁ ନୁପୁର ଶର୍ମା ବିବାଦ ସହିତ ଯୋଡି ମିଥ୍ୟା ଦାବି କରା ଯାଉଛି। 

Avatar

Title:କ’ଣ ଭାଇରାଲ ଫୋଟୋରେ ନାଗା ସାଧୁ ମାନେ ନୁପୁର ଶର୍ମାଙ୍କ ସମର୍ଥନରେ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *