
COVID-19 ମାମଲା ଦିନକୁ ଦିନ ବଢ଼ୁଥିବା ବେଳେ, ସୋସିଆଲ ମିଡିଆରେ କିଛି ଫଟୋ ଉତ୍ତରପ୍ରଦେଶ ଏବଂ ବିହାରର ଗଙ୍ଗା କୂଳରେ ଶବ ଭାସୁଥିବା ଦାବିରେ ଭାଇରାଲ ହେଉଛି। ହିପରି ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ ନଦୀ କୁଳରେ କୁକୁର ଶବକୁ ଘୋସାରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ. କୋରୋନା ମୃତ ଶରୀରକୁ ଗଙ୍ଗା ନଦୀରେ ଫିଙ୍ଗା ଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
15 ମଇରେ Ranju Pani ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଯଦି ଗଙ୍ଗା ନଦୀରେ ଗାଈ ଭାଷୁଥାନ୍ତେ ତେବେ ଏବେ ଯାଏ ଚଡ୍ଡୀ ଧାରୀ ସଂଘୀ, ହିନ୍ଦୁ ସେନା, ବଜରଙ୍ଗ ଦଳ, ହିନ୍ଦୁ ବାହିନୀ, କରନି ସେନା ତଥା କଥିତ ରାସ୍ତାବାଦୀ ମାନେ ଏବେ ଯାଏ ଦଙ୍ଗା କରିଥାନ୍ତେ…..ହେଲେ ଏଇଠି କରୋନା ରେ ମୃତ ସବ, ସେ ପୁଣି ମଣିଷ, ଏମାନଂକୁ କିଛି ବାଧିବନି… ଏଥିରେ ମା ଗଙ୍ଗା ଅପବିତ୍ର ହେବେନି ବରଂ ମାନବ ଆତ୍ମା ସଦଗତି ପ୍ରାପ୍ତ ହେବ ବୋଲି ଗୋବର ମୁଣ୍ଡିଆ ଯୁକ୍ତି ବାଢ଼ିବେ….ଧନ୍ୟ ସେ ଗଙ୍ଗା ମାତା ଆଉ ତାହାର ଫେକୁଆ ଦଢ଼ିଆ ପୁତ୍ର । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 424ଥରରୁ ଅଧିକ ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ କମେଣ୍ଟ ଏବଂ ଲାଇକ ମିଳିଛି।Prabir Pattanayak ନାମକ ଜଣେ ଫେସବୁକ ୟୁଜର ମଧ୍ୟ ସମାନ ଦାବିରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଗଙ୍ଗା ନଦୀରେ କୋରୋନା ମୃତ ଶରୀରକୁ କୁକୁର ଟାଣୁଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଫଟୋ ଆମକୁ Alamy ପେଜରେ ମିଳିଲା। ଏହି ପ୍ରତିଛବି ବାସ୍ତବରେ ଉତ୍ତରପ୍ରଦେଶର ବାରାଣାସୀ ଘାଟ ନିକଟରେ 2008 ରେ କ୍ଲିକ୍ କରାଯାଇଥିଲା। ୱେବସାଇଟରେ ଫଟୋର ବର୍ଣ୍ଣନାରେ ‘ଉତ୍ତରପ୍ରଦେଶ, ଭାରତ ବାରାଣାସୀ ଘାଟରେ ଶବ ଖାଉଥିବା କୁକୁର’ ଲେଖା ଅଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Alamy । Archive
Agefotostock ପେଜେରେ ମଧ୍ୟ ଭାଇରାଲ ଫଟୋ ପାଇଲୁ। ୱେବସାଇଟ ଅନୁସାରେ ଚିତ୍ରଟି ପୁରୁଣା ଏବଂ ଭାରତର ବାରାଣାସୀ ଘାଟରେ ନିଆଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋର ବର୍ତ୍ତମାନ କୋରୋନା ମହାମାରି କିମ୍ବା ଗଙ୍ଗା ନଦୀରେ ଶବ ପଡ଼ିଥିବା ଖବର ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Agefotostock । Archive
ଶେଷାକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଗଙ୍ଗା ନଦୀରୁ କୁକୁର କୋରୋନା ମୃତ ଶବ ଖାଉଥିବା ଦାବିରେ ଭାଇରାଲ ହେଉଥିବା ଫଟୋ ମିଥ୍ୟା ଅଟେ। ଭାଇରାଲ ଫଟୋ 2008ର ଅଟେ।
