
ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ବହୁ ସଂଖ୍ୟାରେ ଲୋକମାନେ ଏକତ୍ର ହୋଇ କୀର୍ତନ କରୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡିକ ଆମେରିକାର ଅଟେ ଯେଉଁଠାରେ ୪ ଲକ୍ଷରୁ ଅଧିକ କ୍ରିଷ୍ଟ ଧର୍ମ ଲୋକମାନେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ହେଉଥିବା ଫୋଟୋ ଆମେରିକାର ଏବଂ ରୁଷରେ ISKCON ଦ୍ଵାରା ଆୟୋଜିତ ଗୋଟିଏ ସତସଙ୍ଗର ଫୋଟୋ ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ “ଆମେରିକାରେ ୪ଲକ୍ଷ ରୁ ଅଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକ ଖ୍ରୀଷ୍ଟିଆନ ଧର୍ମ ପରିତ୍ୟାଗ କରି ବିଧିବଦ୍ଧ ଭାବେ ଶୁଦ୍ଧିକରଣ ହୋଇ ସନାତନ ହିନ୍ଦୁ ଧର୍ମ ଗ୍ରହଣ କଲେ। ଏହା ଏକ ବିଶ୍ବ ରେକର୍ଡ ସୃଷ୍ଟି କରିଛି । ସମସ୍ତ ଙ୍କୁ ହିନ୍ଦୁ ଧର୍ମରେ ପ୍ରବେଶ କରିଥିବାରୁ ହାର୍ଦ୍ଦିକ ସୁସ୍ବାଗତ ”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ ଯେ କ’ଣ ଆମେରିକାରେ କ୍ରିଷ୍ଟ ଧର୍ମ ଲୋକମାନେ ନିଜ ଧର୍ମ ପରିତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି? କିନ୍ତୁ ଏହି ବିଷୟରେ ଆମକୁ କୌଣସି ଗଣମାଧ୍ୟମରେ କିଛି ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା ନାହିଁ।
ଆମେ ଜାଣିବାକୁ ପାଇଲୁ ଯେ ଏପରି ଦାବି ସମୟ-ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଇ ଆସୁଛି। ୨୦୨୨ ରେ ଜଣେ ଫେସବୁକ ବ୍ୟବହାରକାରୀ ସମାନ ଦାବି କରିଥିଲେ ଯେ ଆମେରିକାରେ ୭ ଲକ୍ଷ କ୍ରିଷ୍ଟ ଲୋକମାନେ ନିଜ ଧର୍ମ ତ୍ୟାଗ କରି ସନାତନ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ନିମ୍ନରେ ଆପଣ ମାନେ ସେହି ପୋଷ୍ଟ ଦେଖି ପାରିବେ।
https://www.facebook.com/groups/smritiirani/permalink/1249324899259594/
ଏହା ପରେ ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଏହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୦ ଏପ୍ରିଲ୍ ୨୦୧୫ ମସିହାରେ ISKCON ର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୋ ଏହି ଫୋଟୋ ଆମେରିକାରେ ISKCON ଦ୍ଵାରା ଆୟୋଜିତ ଗୋଟିଏ ସତସଙ୍ଗର ଫୋଟୋ ଅଟେ। ଏହି ସତସଙ୍ଗ ୨୦୧୫ ମସିହାରେ ଆୟୋଜିତ ହେଇଥିଲା। ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ଆନ୍ତର୍ଜାତୀୟ ଧ୍ୟାନ କେନ୍ଦ୍ରରେ ଉତ୍ତର କାରୋଲିନାର ବୁନ ସହରରେ ଥିବା ବ୍ଲୁ ରିଜ୍ ମାଉଣ୍ଟେନ୍ସରେ ଏହି ସତସଙ୍ଗ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ୨୦୧୧ ମସିହାରେ ଏହି ସ୍ଥାନରେ ସତସଙ୍ଗ ହୋଇଥିଲା ଯେଉଁଥିରେ କିଛି ଲୋକ ଯୋଗଦାନ ଦେଇଥିଲେ। କିନ୍ତୁ ୨୦୧୫ ରେ ହେଇଥିବା ସତସଙ୍ଗରେ ଲୋକଙ୍କ ସଂଖ୍ୟା ଅଧିକ ହୋଇଥିଲା।

ଭାଇରାଲ ହେଉଥିବା ଦ୍ଵିତୀୟ ଏବଂ ତୃତୀୟ ଫୋଟୋର ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଫୋଟୋ ଗୁଡିକ ରୁଷ ଦେଶର ସାଧୁ ସଂଘ ସତସଙ୍ଗର ଅଟେ ଯାହା ୨୦୧୯ ମସିହାରେ ଆୟୋଜିତ ହୋଇଥିଲା। ସୂଚନା ଅନୁଯାୟୀ ଏହା ରୁଷର ଯୁବଗା ସହରରେ ଆୟୋଜିତ ହୋଇଥିଲା ଯେଉଁଥିରେ ୫୦୦୦ ରୁ ଉର୍ଦ୍ଧ ଭକ୍ତ ମାନେ ଯୋଗଦାନ ଦେଇଥିଲେ। ୨୦୧୪ ମସିହାରୁ ଏହି ସ୍ଥାନରେ ସତସଙ୍ଗ ଆୟୋଜିତ କରା ଯାଉଛି। ଏହି ସତସଙ୍ଗରେ ଭକ୍ତ ମାନଙ୍କୁ ମନ୍ତ୍ର ଜାପ ଏବଂ ସାଧୁ ସଂଘର ଗୁରୁତ୍ଵ ବିଷୟରେ କୁହା ଯାଏ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ ଭ୍ରମାତ୍ମକ ଅଟେ। ଭାଇରାଲ ଫୋଟୋ ଗୁଡିକ ଆମେରିକା ଏବଂ ରୁଷ ରେ ISKCON ଦ୍ଵାରା ଆୟୋଜିତ ଗୋଟିଏ ସତସଙ୍ଗର ପୁରୁଣା ଫୋଟୋ ଅଟେ। ଆମେରିକାରେ ୪ ଲକ୍ଷ କ୍ରିଷ୍ଟ ଲୋକମାନେ ହିନ୍ଦୁ ଧର୍ମ ଗ୍ରହଣ କରିଥିବାର କୌଣସି ଖବର ପ୍ରକାଶିତ ହୋଇ ନାହିଁ।

Title:କ’ଣ ଆମେରିକାର ୪ ଲକ୍ଷ ବାସିନ୍ଦା ମାନେ କ୍ରିଷ୍ଟ ଧର୍ମ ପରିତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
