କ’ଣ ବନ୍ଦେ ଭାରତ ଟ୍ରେନ୍ ପୁଣି ଥରେ ଗୁଜୁରାଟର ଭଲସାଡ୍ ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି? ଜାଣନ୍ତୁ ସତ୍ୟ। 

Misleading Social

ଗତ ବର୍ଷ ବନ୍ଦେ ଭାରତ ଟ୍ରେନର ଦୁର୍ଘଟଣା ଗ୍ରସ୍ତ ହେବା ନେକ ଖବର ଶୁଣିବାକୁ ମିଳିଥିଲା। କେତେବେଳେ ଗରୁ ଶାୟତ ଧକା ହୋଇ ତ କେବେ କିଛି ଲୋକ ଏହା ଉପରେ ପଥର ଫୋଫାପି ଟ୍ରେନକୁ ଖ୍ଯାତି ପହଞ୍ଚାଇଥିଲେ। ଅନେକ ଥର ଆମେ ଶୁଣିବାକୁ ପାଇଥିଲୁ ଯେ କିଛି ଗୋରୁପଳ ସହିତ ଦୁର୍ଘଟଣା ପରେ ଟ୍ରେନର ସାମନା କୋଣକୁ କ୍ଷତି ହୋଇଥିଲା। 

ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନର ଗୋଟିଏ ଦୁର୍ଘଟଣା ଗ୍ରସ୍ତ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କର ଯାଉଛି ଯେ ପଞ୍ଚମ ଥର ପାଇଁ ଗୁଜୁରାଟର ଭଲସାଡ୍ ଠାରେ ଗୋରୁ ବୋଝେଇ ଟ୍ରକ୍ ସହିତ ଟ୍ରେନର ଦୁର୍ଘଟଣା ହୋଇଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ଏବଂ ଭ୍ରମାତ୍ମକ ବୋଲି ପାଇଲା। ନିକଟରେ ବନ୍ଦେ ଭାରତ ଟ୍ରେନର ଦୁର୍ଘଟଣା ହୋଇ ନାହିଁ। ଏହା ୨୦୨୨ ମସିହାର ଏକ ପୁରୁଣା ଘଟଣା ଅଟେ ଯାହାକୁ ସମ୍ପ୍ରତ୍ତି ସମୟର ଦାବି ସହିତ ହାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ବନ୍ଦେ ଭରତ ଏକ୍ସପ୍ରେସ ପଞ୍ଚମ ଥର ପାଇଁ ଦୁର୍ଘଟଣାର ଶିକାର ହୋଇଛି। ଏଥର ଗାଈ ବୋଝେଇ ଟ୍ରକ ସହ ଧକା। ଗୁଜୁରାଟର ଭଲସାଡ୍ ଠାରେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ ଯେ କ’ଣ ନିକଟରେ ବନ୍ଦେ ଭାରତ ଟ୍ରେନର ଦୁର୍ଘଟଣା ହେଇଛି? କିନ୍ତୁ ଆମକୁ ଗୁଜରାଟ ଠାରେ ବନ୍ଦେ ଭାରତ ଦୁର୍ଘଟଣା ହେଇଥିବା କୌଣସି ଖବର ପ୍ରକାଶିତ ପାଇଥିବା ମିଳିଲା ନାହିଁ।

ଏହା ପରେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୦୨୨ ମସିହାରେ ଆଜ୍ ତକ୍ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଟ୍ରେନ୍ ଟ୍ରାକ୍ ଉପରେ ହଠାତ୍ ଗାଈ ଆସିଥିବାରୁ ଟ୍ରେନ୍ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବନ୍ଦେ ଭାରତ ଟ୍ରେନର ସାମନା ଅଂଶ କ୍ଷତିଗ୍ରସ୍ତ ହୋଇଥିଲା। ଟ୍ରେନ୍ ୧୫-୨୦ ମିନିଟ ସେଠାରେ ଠିଆ ରହିଲା। ନିକଟ ଷ୍ଟେସନ୍ ରେ ତାହାର ମରାମତି କରା ଯାଇ ମୁମ୍ବାଇ ପାଇଁ ଯାତ୍ରା ଆରମ୍ଭ କରିଥିଲା। ଏହି ଟ୍ରେନ୍ ଗାନ୍ଧୀନଗର ରୁ ମୁମ୍ବାଇ ଯାତ୍ରା କରୁଥିଲା। ଏହା ପଞ୍ଚମ ଥର ପାଇଁ ଏପରି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। 

ଦୁର୍ଘଟଣା ହୋଇଥିବା ବନ୍ଦେ ଭାରତ ଟ୍ରେନର ସମାନ ଦୃଶ୍ୟ ଆମକୁ ୬ ଅକ୍ଟୋବର ୨୦୨୨ ରେ ଦୈନିକ ଜାଗରଣର ୟୁଟ୍ୟୁବ ଚ୍ୟାନାଲରେ ଦେଖିବାକୁ ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଟ୍ରେନ୍ ମୁମ୍ବାଇରୁ ଅହମଦାବାଦ ଯାତ୍ରା କରୁଥିଲା। ମଣିନଗର ଷ୍ଟେସନ୍ ନିକଟରେ ଏହା ପଶୁପଳଙ୍କ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଟ୍ରେନର ସାମନା ଅଂଶ ଭାଙ୍ଗି ଯାଇଥିଲା। ଏହି ଦୁର୍ଘଟଣା ପରେ ଟ୍ରେନକୁ ପ୍ରାୟ ୨୦ ମିନିଟ ଅଟକାଇ ରଖା ଯାଇଥିଲା। ଟ୍ରେନର ମରାମତି ପରେ ତାହାକୁ ପୁଣି ଯାତ୍ରାରେ ପଠା ଯାଇଥିଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ବନ୍ଦେ ଭାରତ ଟ୍ରେନର ଗୋଟିଏ ପୁରୁଣା ଦୁର୍ଘଟଣାର ଫୋଟୋ ଏବଂ ଖବରକୁ ସମ୍ପ୍ରତ୍ତି ସମୟର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। ଏହି ବନ୍ଦେ ଭାରତ ଟ୍ରେନ ୨୦୨୨ ମସିହାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। 

Avatar

Title:କ’ଣ ବନ୍ଦେ ଭାରତ ଟ୍ରେନ୍ ପୁଣି ଥରେ ଗୁଜୁରାଟର ଭଲସାଡ୍ ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *