
ଚଳିତ ବର୍ଷ ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଅବସର ନେବାକୁ ଯାଉଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ନାମରେ ଏକ ଖବର ଭାଇରାଲ ହେବାରେ ଲାଗିଛି। ଏକ ଖବରକାଗଜର ସ୍କ୍ରିନଶଟ୍ ଭାଇରାଲ ହୁଏଛି ଯେଉଁଥିରେ ରାମନାଥ କୋଭିନ୍ଦ ନ୍ୟାୟପାଳିକାରେ ପଛୁଆ ବର୍ଗ ଏବଂ ମହିଳା ମାନଙ୍କ ସଂଖ୍ୟାକୁ ନେଇ ପ୍ରଶ୍ନ କରିଛନ୍ତି।
ଏହି ପୋଷ୍ଟକୁ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ନିଜ ଅବସର ନେବା ସମୟ ନିକଟରେ ଏହି ପ୍ରଶ୍ନ ଉଠାଇଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ରାଷ୍ଟ୍ରପତି ରାମନାଥ କୋଭିନ୍ଦ ନ୍ୟାୟପାଳିକାରେ ପାକୁଆ ବର୍ଗ ଏବଂ ମହିଳା ମାନଙ୍କ ସଂଖ୍ୟାକୁ ନେଇ ପ୍ରଶ୍ନ ନିଜ କାର୍ଯ୍ୟକଳାପ ଆରମ୍ଭରେ ପଚାରିଥିଲେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭାଇରାଲ ପୋଷ୍ଟରେ ଦାବି କରା ଯାଇଛି ଯେ, “ବିଗତ 5 ବର୍ଷ ସଂଘବାଦ୍ ସହିତ ଦୃଢ଼ ଭାବରେ ଠିଆ ହେବା ପରେ ବିଦାୟ ସମୟରେ ଦଳିତ, ଓବିସି ଏବଂ ଆଦିବାସୀଙ୍କ କଥା ମନେ ପଡ଼ିଲା ରାମନାଥ କୋଭିନ୍ଦଙ୍କୁ।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଖବର ଦୈନିକ ଭାସ୍କର ୱେବସାଇଟରେ ୫ ବର୍ଷ ପୂର୍ବରୁ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟରେ ଉଲ୍ଲେଖ କରା ଯାଇଛି ଯେ ନ୍ୟାୟପାଳିକାରେ ମହିଳା, ଏସସି-ଏସଟି ଏବଂ ଓବିସି ଜଜର ସଂଖ୍ୟା କମ ଥିବାରୁ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ନିଜ ଚିନ୍ତା ବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି ଯେ ଧୀନସ୍ଥ ଅଦାଲତ, ହାଇକୋର୍ଟ ଏବଂ ଦେଶର ସର୍ବୋଚ୍ଚ ନ୍ୟାୟଳୟର ୧୭ ହଜାର ବିଚାରପତିଙ୍କ ମଧ୍ୟରୁ କେବଳ ୪୭୦୦ ମହିଳା ଅଛନ୍ତି। ଅର୍ଥାତ ୪ ଜଣଙ୍କ ମଧ୍ୟରୁ କେବଳ ଜଣେ ମହିଳା ଜଜ୍ ଅଛନ୍ତି। ପରିସ୍ଥିତିକୁ ସୁଧାରିବା ପାଇଁ ସେ ନ୍ୟାୟପାଳିକାକୁ ଅନୁରୋଧ କରିଛନ୍ତି। ସେ ନ୍ୟାୟ ଏବଂ ନ୍ୟାୟପାଳିକା ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇଥିଲେ ଏବଂ ସେମାନଙ୍କ ଉପରେ ଚିନ୍ତା ପ୍ରକଟ କରିଥିଲେ।

୨୫ ନଭେମ୍ବର ୨୦୧୭ ରେ ଭାରତର ରାଷ୍ଟ୍ରପତିଙ୍କ ଅଫିସିଆଲ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏଥିରେ ଦର୍ଶାଯାଇଛି ଯେ ସେହି ଦିନ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଦିଲ୍ଲୀରେ ଭାରତ ଆଇନ ଆୟୋଗ ଏବଂ ନୀତି ଆୟୋଗ ମିଳିତ ଭାବେ ଆୟୋଜିତ ହେଇଥିବା ଜାତୀୟ ଆଇନ ଦିବସ ସମ୍ମିଳନୀର ଉଦ୍ଘାଟନ କରିଥିଲେ। ଭିଡିଓର ୧୦.୨୦ ମିନିଟ ଠାରୁ ଆପଣ ମାନେ ତାଙ୍କ ବିବୃତ୍ତିକୁ ଦେଖି ପାରିବେ।
ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଏହି ବିବୃତ୍ତି ୨୦୧୭ ମସିହାରେ ଦେଇଥିଲେ ଯେତେବେଳେ ସେ ଦେଶର ରାଷ୍ଟ୍ରପତି ଭାବରେ ନିଯୁକ୍ତି ହେଇଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ଏସସି, ଏସଟି ଏବଂ ଓବିସି ଜଜ୍ ମାନଙ୍କ ଅଭାବକୁ ନେଇ ରାମନାଥ କୋଭିନ୍ଦ ନିଜ କାର୍ଯ୍ୟକଳାପର ଅବସର ସମୟରେ ନୁହେଁ, ବରଂ ଯେତେବେଳେ ସେ ରାଷ୍ଟ୍ରପତି ଭାବରେ ନିଯୁକ୍ତି ହେଇଥିଲେ ସେତେବେଳେ କହିଥିଲେ।

Title:କ’ଣ ଅବସର ନେବା ନିକଟ ହେଇ ଆସିଥିବା ବେଳେ ରାମନାଥ କୋଭିନ୍ଦ ଦେଶରେ ପଛୁଆ ବର୍ଗ ଏବଂ ମହିଳା ବିଚାରପତିଙ୍କୁ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
