ପ୍ରହ୍ଲାଦ ଜାନିଙ୍କର 26 ମଇ 2020 ରେ ମୃତ୍ୟୁ ଘଟିଛି, ବର୍ତ୍ତମାନ  ନୁହେଁ। 

Misleading Social

ପ୍ରହ୍ଲାଦ ଜାନି ବାବାଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ 26 ମଈ 2022 ରେ ତାଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଛି। 

କବି ରୁଦ୍ର ଭଗବାଧାରୀ ନାମକ ଫେସବୁକ ୟୂଜର ଭାଇରାଲ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ନାମ- ପ୍ରହ୍ଲାଦ ଜାନୀ, ବୟସ-୯୦ ବର୍ଷ ,ଗୁଜୁରାଟ ର କାଠିଆବାଡି ଜିଲ୍ଲାରେ ଏହି ବ୍ୟକ୍ତି ଜନ୍ମ ଗ୍ରହଣ କରିଥିଲେ ,ଗତ ୨୬ ମଇ ୨୦୨୨ ରେ ତାଙ୍କର କୌଣସି ରୋଗ ନଥାଇ ସାଧାରଣ ମୃତ୍ୟୁ ଘଟିଥିଲା । ୯ ବର୍ଷ ବୟସରୁ ସେ ଭଗବାନ #କୃଷ୍ଣ ଙ୍କୁ ପୂଜା କରୁଥିଲେ, ହଠାତ ଦିନେ ତାଙ୍କ ସ୍ୱପ୍ନ ରେ ଭଗବତୀ #ମହାମାୟା (କାଳୀ) ପ୍ରକଟ ହେଲେ ଏବଂ ତାଙ୍କୁ ବର ମାଗିବାକୁ କହିଲେ , ସନ୍ଥ ଜଣଙ୍କ ମାଗିଲେ ମାଆ ଲୋ ମତେ କେବେ ଭୋକ , ଶୋଷ ନ ଲାଗୁ , ମାଆ ତଥାସ୍ତୁ କହିଥିଲେ ସେହି ଦିନଠୁ ସେ ଅନ୍ନ ,ଜଳ ଛୁଇଁ ନଥିଲେ ଏବଂ ସେମିତି ବଞ୍ଚିବାକୁ ଲାଗିଲେ । Stool, urine test, Heart Beat, Blood Sugar, Lipid Profile, CBC, Kidney ଏବଂ liver function ଆଦି ଟେଷ୍ଟ ପ୍ରତ୍ୟେକ ଥର normal ଆସୁଥିଲା  👇#ବିଜ୍ଞାନ ର ଜଡ ହଲେଇ ଦେଇଥିବା, ବଡ଼ ବଡ଼ ବୈଜ୍ଞାନିକ , ଡାକ୍ତର ମାନଙ୍କର ରିସର୍ଚ୍ଚ କୁ ଭୁଲ ପ୍ରମାଣ କରିଥିବା ଏବଂ ବଡ଼ ବଡ଼ #ନାସ୍ତିକଙ୍କୁ ବିଶ୍ୱାସ କରିବା ପାଇଁ ବାଧ୍ୟ କରିଦେଇ ଥିବା ଏହି ସନ୍ଥ ଜଣଙ୍କର ଜୀବନ କିଛି ଚାମତ୍କାର ଠୁ କମ୍ ନଥିଲା । ଏହା ସମ୍ଭବ ହୋଇପାରିଥିଲା କେବଳ #ଆଧ୍ୟାତ୍ମବାଦ ଯୋଗୁଁ। ଏହି ସନାତନ #ହିନ୍ଦୁ ଧର୍ମକୁ ନିରନ୍ତର ଅପମାନ କରି ଆସୁଥିବା ଭୀମଟା , ଦେଶଦ୍ରୋହୀ ଏବଂ ଶାନ୍ତିପ୍ରିୟ ସମୁଦାୟ ଏହାର ପରିଣାମ ଭୋଗୁଛନ୍ତି ଏବଂ ଆଗକୁ ଆହୁରି ଭୋଗିବେ।

ଫେସବୁକ । ଆର୍କାଇଭ

ଅନୁସନ୍ଧାନ-

ଯେତେବେଳେ ଆମେ ଇଣ୍ଟରନେଟରେ ପ୍ରହ୍ଲାଦ ଜାନୀଙ୍କ ବିଷୟରେ ଖୋଜିବାରୁ ଆମକୁ ତାଙ୍କ ବିଷୟରେ ଅନେକ ଖବର ମିଳିଲା। ଏହି ରିପୋର୍ଟ ଅନୁଯାୟୀ, 26 ମଇ 2020 ରେ ପ୍ରହ୍ଲାଦ ଜାନୀଙ୍କ ମୃତ୍ୟୁ ହୋଇଥିଲା। ଏହି ସମ୍ବାଦ ଗୁଡିକ ଏଠାରେ ଏବଂ ଏଠାରେ ପଢ଼ିଯାଇପାରିବ।

ବିସିସିଆଇର ରିପୋର୍ଟ ଅନୁଯାୟୀ ପ୍ରହ୍ଲାଦ ଜାନି ଦାବି କରିଛନ୍ତି ଯେ ସେ ଗତ 79 ବର୍ଷ ଧରି ଖାଇବା ପିଇବା ଛାଡି ଦେଇଛନ୍ତି ଏବଂ ଧ୍ୟାନ ତାଙ୍କୁ ଶକ୍ତି ପ୍ରଦାନ କରୁଛି। ଯଦିଓ ଏହି ଶ୍ୱାସକ୍ରିୟା ଉପରେ ଅନେକ ପରୀକ୍ଷା କରାଯାଇଥିଲା, ଅନେକ ଡାକ୍ତର ପରୀକ୍ଷଣର ବିଶ୍ୱସନୀୟତା ଉପରେ ପ୍ରଶ୍ନ କରିଥିଲେ ଏବଂ ପର୍ଯ୍ୟବେକ୍ଷଣ ଫଳାଫଳକୁ ଅସମ୍ଭବ ବୋଲି ଖଣ୍ଡନ କରିଥିଲେ।

ଏହି ଖବର News24 ୟୂଟ୍ୟୁବ ଚ୍ୟାନେଲରେ ମଧ୍ୟ ଦେଖିପାରିବେ। 

ଶେଷକଥା

ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ପ୍ରହ୍ଲାଦ ଜାନିଙ୍କର 26 ମଇ 2020 ରେ ମୃତ୍ୟୁ ଘଟିଛି, ବର୍ତ୍ତମାନ  ନୁହେଁ।

Avatar

Title:ପ୍ରହ୍ଲାଦ ଜାନିଙ୍କର 26 ମଇ 2020 ରେ ମୃତ୍ୟୁ ଘଟିଛି, ବର୍ତ୍ତମାନ ନୁହେଁ।

Fact Check By: Saritadevi Samal 

Result: Misleading

Leave a Reply

Your email address will not be published. Required fields are marked *