
କୋରୋନାରେ ଲକଡାଉନ କାରଣରୁ ଗରିବ ଲୋକମାନେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ସୋସିଆଲ ମିଡ଼ିଆରେ ଏହକୁ ନେଇ ଏକ କଥା ମଧ୍ୟ କୁହା ଯାଇଛି ଯେ, ଧନୀ ଲୋକ କୋରୋନା ସଂକ୍ରମଣ ଧରି ଦେଶକୁ ଆସିଲେ କିନ୍ତୁ ଏହାର କଷ୍ଟ ଗରିବଲୋକଙ୍କୁ ଭୋଗିବାକୁ ପଡୁଛି। ଏଥି ମଧ୍ୟରେ ନିଜ ନିଜ ଘରକୁ ଫେରୁଥିବା ଗରିବ ଲୋକଙ୍କ ଫୋଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 10 ଏପ୍ରିଲରେ Jagannath Smal ନାମକ ଜଣେ ଫେସବୁକ ୟୁଜର ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏକ ଛୋଟ ଛୁଆ ମୁଣ୍ଡରେ ବସ୍ତା ଏବଂ ହାତରେ କିଛି ଜିନିସ ଧରି ହସି ହସି ଚାଲି ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଲକଡାଉନ କାରଣରୁ ଗାଡ଼ି ମଟର ନା ଚାଲୁଥିବାରୁ ଛୁଆଟି ସବୁ କଷ୍ଟ ଭୁଲି ଜାଇ ମୁଣ୍ଡରେ ଚାଉଳ ବସ୍ତା ବୋହି ନିଜ ଘରକୁ ଜିବା ବାଟରେ ଖୁସି ଅଛି। ଛୁଆଟିକୁ ସାହାଯ୍ୟ ମିଳିଲା ପରେ ଛୁଆଟି କୋରୋନାର ସମସ୍ତ ଦୁଃଖ କଷ୍ଟ ଭୁଲିଯାଇଛି। ପୋଷ୍ଟର ଶୀର୍ଷକରେ ଲେଖା ଯାଇଛି ଯେ, ଏଠି କୋରୋନା ର ଭୟ ନାହିଁ। ଜିବନ ଜିଇଁବାର ରାହା ଏଇ କେତେ କିଲୋଚାଉଳ। ଅଥଚ ଚା ଅନ୍ତକାତ୍ମାରୂ ଫୁଟି ଆସୁଥିବା ଶୁସି ଯେ ଅମୂଲ୍ୟ ମୂଲ୍ୟ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ମୁଣ୍ଡରେ ଚାଉଳ ବସ୍ତା ଧରୀଥିବା ଛୁଆର ଫୋଟୋ ଲକଡାଇନ ସମୟର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଆମ ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଫୋଟୋ ଏକ ଫେସବୁକ ପେଜରେ ପାଇଲୁ। News Headlines ଫେସବୁକ ପେଜରେ ଛୁଆଟିର ଫୋଟୋ ପାଇଲୁ। ଏହି ପେଜରେ ଫୋଟୋ 2017 ମସିହାରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଛୁଆଟିର ଏକ ରଙ୍ଗୀନ୍ ଫୋଟୋ ଥିଲା। ଛୁଆଟି ଗରିବ ହେଲେ ମଧ୍ୟ ମୁଣ୍ଡରେ ଚାଉଳ ବସ୍ତା ବୋହିଲେ ମଧ୍ୟ ତା ଖୁସିର କଳନା ନଥିବା କଥା ଲେଖା ଯାଇଛି। ଛୁଆଟି କିଛି ସାହାଯ୍ୟ ପାଇଲା ପରେ କିପରି ତାର ସମସ୍ତ ଦୁଖ ଭୁଲି ଯାଇଛି ସେ ସମ୍ପର୍କରେ ବର୍ଣ୍ଣନା କରାଯାଇଚି। ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook। Archive
ଏହା ପରେ ଆମକୁ Twitter ଆକାଉଣ୍ଟରେ ମଧ୍ୟ ଏହି ଫୋଟୋ ମିଳିଲା। ଫୋଟୋଟି ଟ୍ୱିଟରରେ 26 ମାର୍ଚ୍ଚ 2017ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ମଧ୍ୟ ଛୋଟୋ ଛୁଆକୁ କିଛି ସାହାଯ୍ୟ ମିଳିଲା ପରେ ତାର ସମସ୍ତ କଷ୍ଟ ଭୁଲିଯାଇ କିପରି ଖୁସି ହେଉଛି ତାହା ଲେଖା ଯାଇଛି। ଏଥିରୁ ସ୍ପଷ୍ଟ ହେଇଛି ଯେ, ଭାଇରାଲ ଫୋଟୋର କୋରୋନା ଏବଂ ଲକଡାଉନ ସହ କୌଣସି କମ୍ପର୍କ ନାହିଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Twitter । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଛୋଟ ଛୁଆ ଲକଡାଉନରେ ମୁଣ୍ଡରେ ଚାଉଳ ବସ୍ତା ବୋହି କୋରୋନା ଦୁଃଖ ଭୁଲି ଖୁସିରେ ଘରକୁ ଯାଇଥିବା ହେଉଥିବା ଦାବିରେ ଭାଇରାଲ କରାଯାଉଥିବା ଫୋଟୋ 2017 ମସିହାର ଅଟେ। ଭାଇରାଲ ଫୋଟୋର କୋରୋନା ସହ କୌଣସି ସମ୍ପର୍କ ନାହିଁ।

Title:2017 ଫୋଟୋକୁ ଲକଡାଉନରେ ଛୁଆଟି ସାହାଯ୍ୟ ପାଇ ଖୁସିରେ ଘରକୁ ଫେରୁଥିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False