ଇଫତାର ପାର୍ଟୀରେ ଜଣେ ହିନ୍ଦୁ ପୁରୋହିତଙ୍କ ପୁରୁଣା ଫୋଟୋକୁ ବିଭ୍ରାନ୍ତିକର ଦାବିରେ ଭାଇରାଲ କରାଯାଉଛି।

False Social

ଏହା ଲକଡାଉନରେ ମୁସ୍ଲିମମାନଙ୍କ ପର୍ବ ରୋଜା ଚାଲିଛି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଏଥି ମଧ୍ୟରେ 23 ମେ ରେ ରାଷ୍ଟ୍ରବାଦୀ ପ୍ରଣୟ ଆର୍ଯ୍ୟ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଜଣେ ସାଧୁଙ୍କ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ସ୍ୱାଧବୀ ପ୍ରଜ୍ଞାଙ୍କ ବିରୁଦ୍ଧରେ ଭୋପାଳ ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ଚରିତ୍ର ହୀନ ଦିଗ୍ଗବିଜୟ ସିଂ ପାଇଁ ନିର୍ବାଚନ ପ୍ରଚାର କରୁଥିଲା ଆଜି ଉତ୍ତରପ୍ରଦେଶରେ ମୌଲବୀ ସହିତ ରୋଜା ଖୋଲୁଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଟିକେ ଭଲକରି ଧ୍ୟାନ ଦିଅନ୍ତୁ ଏ ଭଗୱା ବସ୍ତ୍ରଧାରୀ ଭଣ୍ଡ ସନ୍ୟାସୀର କ୍ରିୟା କଳାପକୁ । ଦିନେ ସ୍ୱାଧବୀ ପ୍ରଜ୍ଞାଙ୍କ ବିରୁଦ୍ଧରେ ଭୋପାଳ ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ଚରିତ୍ର ହୀନ ଦିଗ୍ଗବିଜୟ ସିଂ ପାଇଁ ନିର୍ବାଚନ ପ୍ରଚାର କରୁଥିଲା ଆଜି ଉତ୍ତରପ୍ରଦେଶରେ ମୌଲବୀ ସହିତ ରୋଜା ଖୋଲୁଛି । ଚିହ୍ନି ରଖନ୍ତୁ ଏମାନଙ୍କର ବାସ୍ତବିକତାକୁ ଏବଂ ବୁଝନ୍ତୁ ଏମାନଙ୍କର ଶଢ଼ଯନ୍ତ୍ରକୁ…। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 58 ଥର ସେୟାର କରାାଯାଇଥିଲା। ଏହା ସହ ପୋଷ୍ଟକୁ 172 ଲାଇକ ମିଳିଛି। ତଳୋ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତବେ କଣ ଭାଇରାଲ ଫୋଟୋରେ ଥିବା ସନ୍ୟାସି ଏହି ବର୍ଷ ଉତ୍ତର ପ୍ରଦେଶରେ ମୌଲବୀ ସହିତ ରୋଜା ଖୋଲିଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ  ଆମେ ଉତ୍ତରପ୍ରଦେଶର ରାଜନେତା ଶିବପାଲ ସିଂ ଯାଦବଙ୍କ ଏକ ଟୁଇଟ୍ ପାଇଲୁ। ଯାହାକି 17 ମେ 2019ରେ ପୋଷ୍ଟ କରାଯାଇଥିଲା।  ଟ୍ୱିଟ୍‌ରେ ସେ ଅନେକ ଚିତ୍ର ପୋଷ୍ଟ କରିଛନ୍ତି ଯେଉଁଥିରେ ଭାଇରାଲ ଫୋଟୋ ମଧ୍ୟ ଅଛି। ତଳେ ଫୋଟୋର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- TwitterArchive

ଏହା ପରେ ଆମକୁ ରାଜନେତା Shivpal singh yadavଙ୍କ ଅଫିସିଆଲ ଫେସବୁକ ଆକାଉଣ୍ଟରୁ ମଧ୍ୟ ଭାଇରାଲ ଫୋଟୋ ମିଳିଲା। ଯାହାକି 17 ମେ 2019ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଲେଖା ଯାଇଛି ଯେ, ଲକ୍ଷ୍ନୌର କିର୍ତ୍ତୀ ଶିଖର ଆପାର୍ଟମେଣ୍ଟରେ ଏକ ଇଫତାର ପାର୍ଟୀରେ ଯୋଗ ଦେଇଥିଲେ। ଭାଇରାଲ ଫୋଟୋ 2019ର ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ ଗୋଟେ ବର୍ଷ ପୁରୁଣା ଅଟେ। ଲକଡାଉନ ସମୟରେ ଫୋଟୋରେଥିବା ପୁରହିତ ଏହି ବର୍ଷ କୌଣସି  ଇଫ୍ତାର ପାର୍ଟୀରେ ଯୋଗ ଦେଇ ନାହାନ୍ତି। ସ୍ୱାଧବୀ ପ୍ରଜ୍ଞାଙ୍କ ବିରୁଦ୍ଧରେ ଭୋପାଳ ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ଚରିତ୍ର ହୀନ ଦିଗ୍ଗବିଜୟ ସିଂ ପାଇଁ ନିର୍ବାଚନ ପ୍ରଚାର କରୁଥିଲା ଏହି ବର୍ଷ ଉତ୍ତରପ୍ରଦେଶରେ ମୌଲବୀ ସହିତ ରୋଜା ଖୋଲୁଥିବା ଦାବି ମିଥ୍ୟା ଅଟେ।

Avatar

Title:ଇଫତାର ପାର୍ଟୀରେ ଜଣେ ହିନ୍ଦୁ ପୁରୋହିତଙ୍କ ପୁରୁଣା ଫୋଟୋକୁ ବିଭ୍ରାନ୍ତିକର ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *