ପୁରୁଣା ଫୋଟୋକୁ ବର୍ତମାନ ଚାଲୁ ଥିବା କୃଷି ଆନ୍ଦୋଳନରେ ବିଜେପି କରୁଥିବା ଯନ୍ତ୍ରଣା ଦାବି ସହିତ ଭାଇରାଲ କରା ଯାଉଅଛି।

False Social

ସଂସଦରେ କୃଷି ଆଇନ ପାସ୍ ହେଲା ପରେ ଦେଶରେ ଅନେକ ସ୍ଥାନରେ ଏହାର ବିରୋଦ୍ଧ କରା ଯାଉଥିବା ଦେଖିବାକୁ ମିଳିଛି। କେତେ ସ୍ଥାନରେ ଏହି ଆନ୍ଦୋଳନରେ ହିଂସା ହେବା ଖବର ମଧ୍ୟ ସାମନାକୁ ଆସୁଛି। 25 ସେପ୍ଟେମ୍ବରରେ କୃଶକ ଆଇନ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ସମୟରେ ଫେସବୁକରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି। 

ଅନୁସନ୍ଧାନ କରିଲା ପରେ ଫେକ୍ଟକୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ବୋଲି ପାଇଲା।

କ’ଣ ଦାବି କରା ଯାଇଅଛି?

୨୫ ସେପ୍ଟେମ୍ବରରେ ଲିଟୁ ବୈଶାକ ନାମକ ଜେନ ଫେସବୁକ ୟୁଜର ବାବୁଷାନ ଫ୍ୟାନ କ୍ଲବ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୨ ଅକ୍ଟୋବର ୨୦୧୮ ମସିହାରେ ଗାଓଁ କନେକ୍ସନ ନାମକ ପତ୍ରିକାରେ ଏହି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ହଜାର ସଂଖ୍ୟାରେ କୃଷକ ମାନେ ରୁଣ ଛାଡ଼ କରାଇବା ପାଇଁ ଏବଂ ସ୍ବାମୀନାଥନ ରିପୋର୍ଟ ଲାଗୁ କରିବା ପାଇଁ ଦିଲ୍ଲୀ ସୀମାରେ ଆନ୍ଦୋଳନ କରିଥିଲେ। କୃଷକ ସଂଗଠନ ଅଧ୍ୟକ୍ଷ ନରେଶ ତିକେତ, ଗୃହମନ୍ତ୍ରୀ ରାଜନାଥ ସିଂହ ସହିତ ସାକ୍ଷାତ କରି କହିଛନ୍ତି ଯେ କୃଷକ ମାନେ କେବଳ ଆଶ୍ଵାସନ ନେଇ ଆନ୍ଦୋଳନ ବନ୍ଦ କରିବେ ନାହିଁ। ଏହି ଘଟଣାରେ ପୋଲିସ କୃଷକ ମାନଙ୍କ ଉପରେ ପାଣି ଏବଂ ଲାଠି ମାଡ଼ ମଧ୍ୟ କରିଛି। କୃଷକ ମାନଙ୍କୁ ଅଟକାଇବା ପାଇଁ ପୋଲିସ ତାଙ୍କ ଟ୍ରାକ୍ଟର ର ଚକରୁ ହାୱା ବାହାର କରି ଦେଇଥିଲା। ଏହା ପରେ ଆନ୍ଦୋଳନ କରୁଥିବା କୃଷକ ସେହି ସ୍ଥାନରେ ଡେରା ଜମାଇ ବସି ଯାଇଥିଲେ। 

GC.jpg
gaon connection1.jpg

Original News- Gaon Connection | Archive

ଏହି ଘଟଣା ନେଇ ଆମକୁ ୨ ଅକ୍ଟୋବର ୨୦୧୮ ମସିହାରେ ଏବିପି ନ୍ୟୁଜ ଦ୍ଵାରା ପ୍ରସାରିତ ଗୋଟିଏ ସାମ୍ବାଦିକ ଭିଡିଓ ୟୁଟ୍ୟୁବରେ ପୋଷ୍ଟ ହେଇଥିବା ମିଳିଲା। ଏହି ସମ୍ବାଦ ଅନୁଯାୟୀ କୃଷକ ମାନେ ଉତ୍ତରପ୍ରଦେଶ ସୀମା ଦେଇ ଦିଲ୍ଲୀ ଭିତରକୁ ପ୍ରବେଶ କରିବା ଚେଷ୍ଟା କରୁଥିବା ସମୟରେ ପୋଲିସ ବ୍ୟାରିକେଡ଼ ଲଗାଇ ତାଙ୍କ ରାସ୍ତା ଅଟକାଇ ଥିଲା। ବ୍ଭିଦ ସମ୍ଭାଳି ନପାରି ପୋଲିସକୁ ଲାଠି ଚାର୍ଜ, ଲୁହବୁହା ଗ୍ଯାସ ବ୍ୟବହାର କରିଥିଲା। କୃଷକ ମାନେ ମଧ୍ୟ ପୋଲିସକୁ ପଥର ମାଡ଼ ମାରିଥିଲେ। 

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଏହି ଫୋଟୋ ୨୦୧୮ ମସିହାର ଅଟେ। ପୋଲିସ ଏବଂ କୃଷକଙ୍କ ମଧ୍ୟରେ ହେଇଥିବା ଘଟଣାକୁ ବିଜେପି ଦ୍ଵାରା କୃଷକଙ୍କ ଉପରେ ଆକ୍ରମଣ କରା ଯାଇଥିବା ଦାବି ସହିତ ଭାଇରାଲ କରା ଯାଉଛି। ପୋଷ୍ଟ କରା ଯାଇଥିବା ଫୋଟୋର ବର୍ତମାନ କୃଷକ ଆଇନ ବିରୁଦ୍ଧରେ ଚାଲୁ ଥିବା ଆନ୍ଦୋଳନର କୌଣସି ସମ୍ବନ୍ଧ ନାହିଁ। 

Avatar

Title:ପୁରୁଣା ଫୋଟୋକୁ ବର୍ତମାନ ଚାଲୁ ଥିବା କୃଷି ଆନ୍ଦୋଳନରେ ବିଜେପି କରୁଥିବା ଯନ୍ତ୍ରଣା ଦାବି ସହିତ ଭାଇରାଲ କରା ଯାଉଅଛି।

Fact Check By: Siddharth Sahu 

Result: Partly False

Leave a Reply

Your email address will not be published. Required fields are marked *