ଫଟୋରେ ଥିବା ମହିଳା ଭାରତରେ ବଳାତ୍କାର ଓ ହତ୍ୟା ମାମଲାକୁ ବିରୋଧ କରୁଛନ୍ତି କି?

False Social

ତ୍ତରପ୍ରଦେଶର ହାଥjସରେ ଜଣେ 19 ବର୍ଷର ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଛି, ଯାହାଫଳରେ ମହିଳାଙ୍କ ସୁରକ୍ଷା ପାଇଁ ସୋସିଆଲ ମିଡିଆରେ ଆଲୋଚନା ଲାଗି ରହିଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ତାଙ୍କ ଶରୀରକୁ କଣ୍ଟା ତାର ପରି ପୋଷାକ ପିନ୍ଧିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋ ସହ ଦାବି କରାଯାଉଛି ଯେ, ହାଥରସ ଘଟଣା ପରେ ଏହା ସରକରା ମୁହଁରେ ଚାପୁଡ଼ା। ସରକରାଙ୍କ ଦ୍ୱାରା ଦେଶର ମହିଳା ସୁରକ୍ଷୀତ ନୁହଁନ୍ତି। ତେଣୁ ନିଜ ସୁରକ୍ଷା କବଚ ନିଜେ ବନାଇଛନ୍ତି। 

ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା ପାଇଲୁ। 

1 ଅକ୍ଟୋବରରେ Khirod Chandra Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ଉତ୍ତର ପ୍ରଦେଶ ହାଥରସ ଘଟଣା ପରେ ମହିଳାମାନେ ତାଙ୍କ ସୁରକ୍ଷା ନିଜ ହାତରେ ନେଇଛନ୍ତି। Amita mahanti ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋକୁ ନେଇ ଲେଖିଛନ୍ତି, ସରକାର ମୁହଁରେ ତାମଚା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ କଣ୍ଟ ତାର ପରି ପୋଷାକ ପିନ୍ଧିଥିବା ମହିଳାର ଫଟୋ ଭାରତର ଅଟେ। ପୋଷ୍ଟର ସତ୍ୟତା ଜଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋକୁ ନେଇ କିଛି ଲିଙ୍କ ମିଳିଲା।  ସର୍ଚ୍ଚରେ ଆମକୁ  Artfarmsrilanka ନମାକ ପେଜର ଲିଙ୍କ ମିଳିଲା, ଯାହା ଶ୍ରୀଲଙ୍କାର ଅଟେ। ଆମେ ଦେଖିଲୁ ଯେ ଭାଇରାଲ ଫଟୋ   ଆର୍ଟଫାର୍ମ ଶ୍ରୀଲଙ୍କା ପେଜରେ “ପାରମ୍ପାରିକ ଫର୍ମାଲ୍ ଡ୍ରେସ୍ ଅଫ୍ ସିଟ୍ ଧାତୁ ଏବଂ କଣ୍ଟା ତାର” କ୍ୟାପସନ୍ ସହିତ ଅପଲୋଡ୍ ହୋଇଥିଲା  ଫଟୋଟି 6 ଏପ୍ରିଲ  2015 ରେ “ଆର୍ଟ ବର୍ଷ୍ଟିଂ ସେମ୍ସରୁ – ମାର୍ଚ୍ଚ 19 ରୁ” ଶୀର୍ଷକ ଏକ ଆର୍ଟିକିଲ ସହିତ ପ୍ରକାଶିତ ହୋଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-  ArtfarmsrilankaArchive

janani cooray ଭାଇରାଲ ଫଟୋରେ ଥିବା ମହିଳା ହେଉଛନ୍ତି କଲମ୍ବୋରୁ ବହୁମୁଖୀ କଳାକାର । ସେ ଶ୍ରୀଲଙ୍କାର ପ୍ରଥମ ପରିବେଶ କଳାକାର ଏବଂ ଭିଜୁଆଲ୍ ଏବଂ ପ୍ରଦର୍ଶନ କଳା ବିଶ୍ୱବିଦ୍ୟାଳୟର ସ୍ନାତକ ଅଟନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି,“ଓସାରିଆ ପୋଷାକ ଶ୍ରୀଲଙ୍କା ମହିଳାଙ୍କ ସମ୍ମାନ ଏବଂ ମହତ୍ତ୍ୱ କୁ ନେଇ କାର୍ଯ୍ୟକ୍ରମ କରେ। ମୋ ସମେତ ଶ୍ରୀଲଙ୍କା ମହିଳାମାନେ ବିଭିନ୍ନ ପୋଷାକ ପରିଧାନ କରିଥିଲେ।  କୋସାଇର ଓସାଇୟା ପୋଷାକ ପିନ୍ଧିଥିବା ଅଧିକ ଫଟୋ ତାଙ୍କ ବ୍ଲଗରେ ପ୍ରକାଶିତ ହୋଇଥିଲା। ତାଙ୍କ ଅଭିନୟର ଏକ ଭିଡିଓ ମଧ୍ୟ ୟୁଟ୍ୟୁବରେ ନଭେମ୍ବର 4, 2018 ରେ ଏକ ଚ୍ୟାନେଲରେ ପ୍ରକାଶିତ ହୋଇଥିଲା।

ଏଠାରେ ଲିଙ୍କ ଦେଖନ୍ତୁ- janani coorayArchive

ତାଙ୍କ Face book ଅନୁଯାୟୀ, ସେ 2015 ରେ କଲମ୍ବୋରେ ନିଜର କଳା ପ୍ରଦର୍ଶନ କରିଥିଲେ। କୋରିଆ ତାଙ୍କ ୱେବସାଇଟରେ ଅନେକ ଭିଡିଓ ଏବଂ ଫଟୋ ପୋଷ୍ଟ କରିଥିଲେ। ଏପରିକି ସେ ନିଜ ଫେସବୁକରେ ସମାନ ଫଟୋ ମଧ୍ୟ ଅପଲୋଡ୍ କରିଛନ୍ତି। କଳାକାର ଓରାସିଆ, ଆର୍ଥା ପ୍ରଦର୍ଶନ ପ୍ଲାଟଫର୍ମ, କଲମ୍ବୋ, ଶ୍ରୀଲଙ୍କା, 2015 ରେ ତାଙ୍କର ଅଭିନୟର ନାମକରଣ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Face bookArchive

ଆମକୁ ଶ୍ରୀଲଙ୍କାର ଏକ ୟୁଟ୍ୟୁବ ଚ୍ୟାନେଲ ମିଳିଲା। ଏଠାରେ ଆପଣ ଭାଇରାଲ ଫଟୋର ଭିଡିଓ ଦେଖନ୍ତୁ। 

ଶେଷକଥା

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫଟୋ ଭାରତରେ ଦୁଷ୍କର୍ମ ବିରୋଧ ନୁହେଁ, ବରଂ ଶ୍ରୀଲଙ୍କାର କଳାକାରଙ୍କ 2015ରେ ଶ୍ରୀଲଙ୍କାର ଏକ ଆର୍ଟ ଉତ୍ସବରେ ପ୍ରଦର୍ଶନ କରିଥିଲେ। 

Avatar

Title:ଫଟୋରେ ଥିବା ମହିଳା ଭାରତରେ ବଳାତ୍କାର ଓ ହତ୍ୟା ମାମଲାକୁ ବିରୋଧ କରୁଛନ୍ତି କି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *