
ଏକ ସଗଡ଼ ରାଲିର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ନୂତନ ଚାଷି ଆଇନ ବିରୁଦ୍ଧରେ କୃଷକଙ୍କ ବିରୋଧ ଭାରତର ପ୍ରତ୍ୟେକ ଗ୍ରାମାଞ୍ଚଳରେ ପହଞ୍ଚିଛି। ଏହା ଗୋଦି ମିଡ଼ିଆକୁ ଦେଖା ଯାଉ ନାହିଁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ମିଥ୍ୟା ପ୍ରମାଣିତ ହୋଇଛି।
20 ଫେବୃଆରିରେ Social Media – Odisha PCC ପେଜରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶର ଗାଁ ଗାଁକୁ କୃଷି ଆନ୍ଦୋଳନ ପହଁଚି ସାରିଲାନି କିନ୍ତୁ ଗୋଦୀ ମିଡିଆକୁ ଏହା ଦେଖା ଯାଉନାହିଁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ହୋଇଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋ କୃଷି ଆନ୍ଦୋଳନ ସହ ଜଡ଼ିତ । ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ଏହାକୁ ନେଇ ଆମକୁ କିଛି ଲିଙ୍କ ମିଳିଲା। patrika ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି 13 ସେପ୍ଟେମ୍ବର 2018ର ଅଟେ। ଖବର ଅନୁସାରେ 2018ରେ ପେଟ୍ରୋଲ ଡିଜେଲ ମୂଲ୍ୟ ବଢ଼ିବାକୁ ନେଇ କଂଗ୍ରେସ ଏହି ରାଲି କାଢ଼ିଥିଲା। ଏହି ରାଲି ମଧ୍ୟପ୍ରଦେଶରେ କଢ଼ା ଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋର ବର୍ତ୍ତମାନ କୃଷି ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Patrika । Archive
ଏହା ପରେ ଆମେ ଫଟୋକୁ ଜୁମ କରି ଦେଖିଲୁ ଯେଉଁଥିରେ ଜିଲ୍ଲା ଯୁବ କଂଗ୍ରେସ ବାଲାଘାଟ ଲୋଖାଯାଇଛି। ଏହା ସହ ଫଟୋରେ ପେଟ୍ରୋଲ ଦର ସମ୍ପର୍କରୋ ମଧ୍ୟ ଲେଖାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋର ବର୍ତ୍ତମାନ କୃଷି ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ। ତଳେ ଫଟୋ ଦେଖନ୍ତୁ।
ଏହି ରାଲିର ଖବର 2018ରେ ‘naidunia‘ର ୱେବସାଇଟରେ ମଧ୍ୟ ପ୍ରକାଶ ପାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋ 2018ର ଅଟେ ଏବଂ ଏହାର ବର୍ତ୍ତମାନ କୃଷି ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ।

Title:କୃଷି ଆନ୍ଦୋଳନର ଏହି ସଗଡ଼ ରାଲି ନ୍ୟୁଜ ଚ୍ୟାନେଲରେ ପ୍ରକାଶିତ କରାଯାଇ ନାହିଁ? ଜାଣନ୍ତୁ ସତ୍ୟତା।
Fact Check By: Saritadevi SamalResult: Misleading