ପୁରୁଣା ଫୋଟୋକୁ ଅଷ୍ଟ୍ରେଲିଆ ଜଙ୍ଗଲରେ ଅଗ୍ନିକାଣ୍ଡରୁ ପଶୁ ପକ୍ଷୀମାନଙ୍କୁ ଉଦ୍ଧାର କରାଯିବା ଦାବିରେ ଭାଇରାଲ କରାଯାଉଛି।

False Social

ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁରେ 50 କୋଟିରୁ ଅଧିକା ପଶୁ ପକ୍ଷୀଙ୍କର ଜୀବନ ଚାଲିଗଲା। ତେବେ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁର କିଛି ଫୋଟୋ ସେସିଆଳ ମିଡ଼ିଆରେ ଭାଇରାଲ ହେଉଛି। ପଶୁ ପକ୍ଷୀମାନଙ୍କର ଜଳା ପୋଡ଼ା ଶରୀରକୁ ସୋସିଆଳ ମିଡ଼ିଆରେ ପୋଷ୍ଟକରି ତାଙ୍କଲାଗି ପ୍ରାର୍ଥନାକରିବା ପାଇଁ ଲେଖି ପୋଷ୍ଟ କରୁଛନ୍ତି।  6 ଜାନୁଆରି Kendujhar Local news ନାମକ ପେଜରେ  ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଅଗ୍ନିକାଣ୍ଡର କିଛି ଫୋଟୋ ସେୟାର କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ 377ଥର ସେୟାର କରାଯାଇଥିଲା। ଏହା ସହିତ 1.2k ଲାଇକ୍ ମିଳିଥିଲା। 

ଏଠାରେ ଲିଙ୍କ୍ ଦେଖନ୍ତୁ- Facebook  । Archive

ଏହା ଛଡ଼ା 6 ଜାନୁଆରିରେ  Katha Hrudayaara-କଥା ହୃଦୟର ନାମକ ଏକ ଫେସବୁକ ପେଜରେ ମଧ୍ୟରେ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଅଗ୍ନିକାଣ୍ଡର କିଛି ଫୋଟୋ ସେୟାର କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 787 ଥର ସେୟାର କରାଯାଇଛି ଏବଂ ପୋଷ୍ଟରେ ଲେଖା ଯାଇଛି ଅଷ୍ଟ୍ରେଲାଆ ପାଇଁ ପ୍ରାର୍ଥନା କରନ୍ତୁ। ଏହା ଛଡ଼ା ବିଶ୍ୱଜିତ ତାଣ୍ଡି ନାମକ ଜଣେ ଫେଜବୁକ ୟୁଜର ମଧ୍ୟ ଅଷ୍ଟ୍ରେଲିଆ କିଛ ଫୋଟୋ ପୋଷ୍ଟ କରିଛନ୍ତି। 

ଏଠାରେ ଲିଙ୍କ୍ ଦେଖନ୍ତୁ- FacebookArchive

ପୋଷ୍ଟରେ ସେୟାର କରାଯାଇଥାବ ଫୋଟୋ ପଛର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଆମ ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଫୋଟୋ ଗୁଡ଼ିକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ଏହାପରେ ଆମକୁ କିଛି ଫୋଟୋ ପୁରୁଣା ମିଳିଲା ଏବଂ କିଛି ଫୋଟୋ ମିଥ୍ୟା। ଆମେ ପାଇଥିବା ଫୋଟୋର ବିଶ୍ଳେଷଣ କରି ଦେଖିଲୁ। ଆମ ଅନୁସନ୍ଧାନରୁ ପାଇଥିବା ତଥ୍ୟ ତେଳେ ଦେଖନ୍ତୁ।

ଫୋଟୋ 1-

ସ୍ଥାନ- ରୁସ

ତାରିଖ- 9.8.2011 

ଲିଙ୍କ୍- Digital spy  Archive

ବିବରଣି- ଭାଲୁର ଏହି ଫୋଟୋ ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ଅଗ୍ନିକାଣ୍ଡ ସମୟର ନୁହେଁ । ଏହି ଫୋଟୋ ରୁସର ଏକ ପାର୍କର ଅଟେ ଜାହାକି 2011ରୁ ଇଣ୍ଟରନେଟରେ ଉପଲବ୍ଧ ଅଛି।


ଫୋଟୋ 2-

ସ୍ଥାନ- କାଲିଫର୍ନିଆ

ତାରିଖ- 13 ନଭେମ୍ଭର 2018 

ଲିଙ୍କ୍- Mail online ।  Archive

ବିବରଣି- ଏହି ଫୋଟୋ ଅଷ୍ଟ୍ରେଲିଆ ଅଗ୍ନିକାଣ୍ଡର ନୁହେଁ। ଏହି ଫୋଟୋ କାଲିଫର୍ନିଆରେ ଲାଗିଥବା ନିଆଁ ଜଳିଥବା ବିଲେଇର ଅଟେ।


ଫୋଟୋ 3-

ସ୍ଥାନ- ଜକର୍ତା, ଇଡୋନେଶିଆ

ତାରିଖ- 15 ନଭେମ୍ଭର 2012 

ଲିଙ୍କ୍- Mail online  Archive

ବିବରଣି- ଜକାର୍ତା ପ୍ରଶାସନ ଦ୍ୱାରା ଏକ ଜାଗାରୁ 100ରୁ ଅଧିକ ଶବ ଏକତ୍ର କରିଛିଲେ। ଏହି ଶବ କିଛି ବାଘ ଏବଂ ଭାଲୁର ଥିଲା ଯାହାକୁକି କିଛି ଚୋର ନେଇ ବିକ୍ରି କରଥିଲେ। ଏହି ଫୋଟୋ ତାହାର ଅଟେ। ଏହି ଫୋଟୋ 2012 ମସିହାର ଅଟେ।


ଫୋଟୋ 4-

ସ୍ଥାନ- ବ୍ରାଜିଲ,Amazon Fire

ତାରିଖ-  28 ଅଗଷ୍ଟ 2019

ଲିଙ୍କ୍- News communique  Archive

ବିବରଣି- ଭାଇରାଲ ହେଉଥିବା ଏହି ଫୋଟୋ ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ନିଆଁର ନୁହେଁ। ଏହି ଦୁଇଟ ଫୋଟୋ ଅଗଷ୍ଟ 2019ରେ ଆମାଜନରେ ଲାଗିଥିବା ଅଗ୍ନିକାଣ୍ଡ ସମୟର ଫୋଟୋ ଅଟେ।


ଫୋଟୋ 5-

ସ୍ଥାନ- ଅଷ୍ଟ୍ରେଲିଆର  ଭିକ୍ଟାରିଆ ରାଜ୍ୟ

ତାରିଖ-  7 ଫେବୃଆରି 2009

ଲିଙ୍କ୍- Encyclopedia Britannica  

ବିବରଣି- ଫେବୃଆରି 2009ରେ ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟରେ ଏକ ଜଙ୍ଗଲ ଜଣି ଜାଇଥିଲା ଜାହାକୁ ବୁସଫାୟାର ବୋଲି ମଧ୍ୟ କୁହାଯାଏ। ଭାଇରାଲ ହେଇଥିବା ଏହି ଫୋଟୋ ସେହି ସମୟର ଅଟେ। 2009 ମସିହାରୁ ଏହି ଫୋଟୋ ଇଣ୍ଟରନେଟରେ ଅଛି। ଏହି ଫୋଟୋ ଅଷ୍ଟ୍ରେଲିଆରେ ଲାଗିଥିବା ଅଗ୍ନିକାଣ୍ଡର ଫୋଟୋ ନୁହେଁ। 


ଫୋଟୋ 6-

ସ୍ଥାନ- ଆମେରିକା ,କାର୍ଲିଫୋର୍ନିଆ

ତାରିଖ- 22 ଜୁନ 2016 

ଲିଙ୍କ୍- mail online

ବିବରଣି- ଏହି ଫୋଟୋ 2016 ରେ କାର୍ଲଫୋର୍ନିଆରେ କଠୋର ଗରମର ପ୍ରଭାବରେ ଲାଗିଥିବା ନିଆଁର ଫୋଟୋ ଅଟେ ଏବଂ ଏହି ନିଆଁରୁ ଏହି ଦୁଇଟି ପକ୍ଷୀ ବଞ୍ଚିଥିବାର ଫୋଟୋ ଅଟେ।


ଫୋଟୋ 7-

ସ୍ଥାନ- ତାସମାନିଆନ, ଅଷ୍ଟ୍ରେଲିଆ

ତାରିଖ- 3 ଫେବୃଆରି 2019

ଲିଙ୍କ୍- Mail online 

ବିବରଣି-  ଫେବୃଆରି 2019 ମସିହାରେ ଅଷ୍ଟ୍ରେଲିଆର ତାସ୍ମାନିଆରେ ଲାଗିଥିବା ନିଆଁକୁ ଏହି ତିନି ଜଣ ଅଗ୍ନିସମ ବିଭାଗର କର୍ମଚାରି 12 ଘଣ୍ଟା ମଧ୍ୟରେ ଲିଭାଇଥିଲେ। ଏହି ଫୋଟୋ ଏବେ ଅଷ୍ଟ୍ରେଲିଆରେ ଲାଗିଥାବା ନାଆଁକୁ ଏହି ତିନିଜଣ  ଅଗ୍ନିସମ ବିଭାଗର କର୍ମଚାରିଙ୍କର ନାହିଁ। 


ଫୋଟୋ 8-

ସ୍ଥାନ- କାର୍ଲିଫର୍ନିଆ,ଆମେରିକା

ତାରିଖ- 24 ଅଗଷ୍ଟ 2013

ଲିଙ୍କ୍- National Geographic

ବିବରଣି- ଏହି ଫୋଟୋ ଆମେରିକାର ୟୋସେମାଇଠ ନେଶ୍ନାଲ ପାର୍କରେ ଲାଗିଥିବା ନିଆଁର ଅଟେ। ଯେଉଁଥିରେ ଏକ ଗାଇର ଫୋଟୋ ଅଛି।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଉପରୋକ୍ତ ଫୋଟୋ ଅଷ୍ଟ୍ରେଲିଆର ଜଙ୍ଗଲରେ ଏବେ ଲାଗିଥିବା ଅଗ୍ନିକାଣ୍ଡର ଫୋଟୋ ନୁହେଁ। ପୁରୁଣା ଫୋଟୋକୁ ଏବେର ଫୋଟୋ କହି ଭାଇରାଲ କରାଯାଉଛି।

Avatar

Title:ପୁରୁଣା ଫୋଟୋକୁ ଅଷ୍ଟ୍ରେଲିଆ ଜଙ୍ଗଲରେ ଅଗ୍ନିକାଣ୍ଡରୁ ପଶୁ ପକ୍ଷୀମାନଙ୍କୁ ଉଦ୍ଧାର କରାଯିବା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *