
ଅମ୍ପାନ ବାତ୍ୟାପରେ ଏବଂ କୋରୋନା ସଂକ୍ରମଣ ମହାମାରି ମଧ୍ୟରେ ଅନ୍ୟ ଏକ ଖବର ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଉତ୍ତରାଖଣ୍ଡରେ ନିଆଁ ଲାଗିଥିବାର କିଛି ଫୋଟୋ ଭାଇରାଲ ହୋଉଛି। ଦାବି କରାଯାଉଛି ଯେ, ଭାଇରାଲ ଫୋଟୋ ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିଥିବାର ଫୋଟୋ ଅଟେ। ଫୋଟୋରେ ବଣୁଆ ଘୁଷୁରୀ , ଅନେକ ପଶୁ ଏବଂ ଜଙ୍ଗଲ ଜଳି ଭୟଙ୍କର ରୂପ ନେଇଥିବାର ଦେଖା ଯାଉଛି। ନ୍ୟୁଜ୍ ୱେବସାଇଟ୍ ମଧ୍ୟ ବିଭିନ୍ନ ଫଟୋ ସହିତ ଏକ ରିପୋର୍ଟ ପ୍ରକାଶ କରିଥିଲା। ଦାବି କରାଯାଇଛି ଯେ ‘ଆମ୍ଫାନ୍’ ପରେ ଏଥର ଉତ୍ତରାଖଣ୍ଡର ଜଙ୍ଗଲ ଦେଶରେ ଆତଙ୍କ ସୃଷ୍ଟି କରିଛି ଏବଂ ବହୁ ହେକ୍ଟର ଜଙ୍ଗଲ ଜଳି ଯାଇଛି। ଜଙ୍ଗଲର ହୃଦୟ ବିଦାରକ ଫଟୋ ଫେସବୁକରେ ଏବଂ ବିଭିନ୍ନ ଖବର ରିପୋର୍ଟରେ ଭାଇରାଲ ହୋଇଛି।
Visionodisha creation ‘ନାମକ ଜଣେ ଫେସବୁକ ୟୁଜର ଏହି ଫୋଟୋ ପୋଷ୍ଟ କରି ଦାବି କରାଯାଇଛି ଯେ କରୋନା ଭାଇରସ୍ ମଧ୍ୟରେ ସାଇକ୍ଲୋଥନ୍ ଆମ୍ଫାନ୍ ବର୍ତ୍ତମାନ ଦେବଭୂମୀ ଉତ୍ତରାଖଣ୍ଡ ଗତ 4 ଦିନ ଧରି ଜଳୁଛି। ଏହି ଖବର କଭର୍ କରିବାକୁ ସମସ୍ତ ଜାତୀୟ ସ୍ତରର ମଧ୍ୟସ୍ଥମାନେ ନିରବ ଅଛନ୍ତି। ଅଗ୍ନିକାଣ୍ଡ ହେତୁ ଅନେକ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହୋଇଯାଇଥିବା ବେଳେ ଅନେକ ବନ୍ୟଜନ୍ତୁ ମରିଛନ୍ତି। ଦୟାକରି ଉତ୍ତରାଖଣ୍ଡ ପାଇଁ ପ୍ରାର୍ଥନା କରନ୍ତୁ 🙏😢। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକ
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଉତ୍ତରାଖଣ୍ଡରେ ଜଙ୍ଗଲୀ ଅଗ୍ନିକାଣ୍ଡ ପ୍ରକୃତରେ ଅନେକ ହେକ୍ଟର ଜଙ୍ଗଲକୁ ନଷ୍ଟ କରିଦେଇଛି କି? ଏହି ଭାଇରାଲ୍ ଫଟୋଗୁଡ଼ିକ ଉତ୍ତରାଖଣ୍ଡ ଜଙ୍ଗଲର କି? ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଫୋଟୋ-1
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଫାଇରାଲ ଫୋଟୋ The Indian express ପେଜରେ ପାଇଲୁ। ଭାଇରାଲ ଫୋଟୋ ମେ 4 2016ରେ ପୋଷ୍ଟ କରାଯାଇଥିସା। ଏହା ଉତ୍ତରାଖଣ୍ଡର ଫୋଟୋ ଅଟେ। କିନ୍ତୁ 2016 ମସିହାର ଅଟେ। ଫୋଟୋର ଚାରି ବର୍ଷ ପୁରୁଣା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- The Indian express । Archive
ଫୋଟୋ-2
ଦ୍ୱିତିୟ ଫୋଟୋ କୁ ମଧ୍ୟ ଗୁଗୁଲରେ ପାଇର ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଫାଇରାଲ ଫୋଟୋ India Legal ପେଜରେ ପାଇଲୁ। ଯାହାକି 27 ମେ 2016 ପାଷ୍ଟ କରାଯାଇଥିଲା।2016ରେ ଉତ୍ତରାଖଣ୍ଡରେ ଲାଗିଥିବା ନିଆଁର ଫୋଟୋ ଅଟେ। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- India Legal । Archive
ଫୋଟୋ-3
ତୃତିୟ ଏବଂ ଚତୁର୍ଥ ଫୋଟୋର ଲିଙ୍କ ଆମକୁ News room 24 ପେଜରେ ପାଇଲୁ। ଯାହାକି 23 ମେ 2018 ରେ ପ୍ରକାଶିତ କରାଯାଇଥିଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- News room 24 । Archive
ଫୋଟୋ-4
ଏହି ଫୋଟୋର ଲିଙ୍କ ଆମକୁ Gettyimages ପେଜରେ ପାଇଲୁ। ଯାହାକି 23 ଜୁଲାଇ 2012 ରେ ସ୍ପେନ ଜଙ୍ଗଲରେ ହୋଇଥିବା ଅଗ୍ନିକାଣ୍ଡରେ ଫୋଟୋ ଉଠା ଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Gettyimages । Archive
ଫୋଟୋ-5
ପଞ୍ଚମ ଭାଇରାଲ ଫୋଟୋ ଆମକୁ The newsminute ପେଜରେ ମିଳିଲା। ଯାହାକି 1 ମେ 2016ରେ ପ୍ରକାଶିତ କରାଯାଇଥିଲା। ଭାଇରାଲ ଫୋଟୋ 2016 ରେ ଉତ୍ତରାଖଣ୍ଡ ଜଙ୍ଗଲରେ ହୋଇଥିବା ଅଗ୍ନିକାଣ୍ଡର ଫୋଟୋ ଅଟେ। ଭାଇରାଲ ଫୋଟୋର ବର୍ତମାନ ସହ କୌଣସି ସମ୍ପର୍କ ନାହିଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-The newsminute । Archive
ଏହା ପରେ ଆମକୁ 27 ସେ ରେ ପୋଷ୍ଟ ହୋଇଥଇବା PIB ଉତ୍ତରାଖଣ୍ଡର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟୁଇଟ୍ ମଧ୍ୟ ପାଇଲୁ ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଜଙ୍ଗଲରେ ଲାଗଥିବା ନିଆଁ ଭାଇରାଲ୍ ଫଟୋ ପୁରୁଣା ଏବଂ ଅନ୍ୟ ଦେଶର ଅଟେ। ଭାଇରାଲ ଫୋଟୋର ଉତ୍ତରାଖଣ୍ଡ ସହିତ କୌଣସି ସଂଯୋଗ ନାହିଁ। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଏହା ପରେ ଆମକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଟ୍ୱିଟର ଆକାଣ୍ଟର ପୋଷ୍ଟ ମିଳିଲା। ସେ ସ୍ପଷ୍ଟ କରିଛନ୍ତି ଯେ ଉତ୍ତରାଖଣ୍ଡରେ ନିଆଁ ଲାଗିନାହିଁ। ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାରିତ ହୋଇଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଉତ୍ତରାଖଣ୍ଡର କିଛି ପୁରୁଣା ଫୋଟୋକୁ ଏବେ ଭାଇରାଲ କରି ମିଥ୍ୟା ପ୍ରଚାର କରାଯାଉଛି। ଫୋଟୋର ବର୍ତ୍ତମାନ ସମୟ ସହ କୌଣସି ସମ୍ପର୍କ ନାହିଁ। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Twitter । Archive
ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ଉତ୍ତରପ୍ରଦେଶ ପୋଲିସ ଏହି ମିଥ୍ୟା ଖବରର ଅପରାଧୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ତଳେ ସମ୍ପୁର୍ଣ୍ଣ ଭିଡ଼ିଓ ଏବଂ ଲିଙ୍କ ଦେଖନ୍ତୁ।
Rumours about Forest Fire in uttarakhand using #uttarakhandwildfire #PrayForUttarakhand are completely false and mischievous.. Uttarakhand police is going to lodge FIR against such rumour mongers@ANI @aajtak @ABPNews @PIBHindi @PIBFactCheck @tsrawatbjp @News18India pic.twitter.com/MAli1ZObxm
— Ashok Kumar IPS (@Ashokkumarips) May 27, 2020
ଶେଷକଥା-
ଆମ ଅନୁସନ୍ଧାରୁ ପାଇଲୁ ଯେ, ଉତ୍ତରାଖଣ୍ଡ ଜଙ୍ଗଲରେ ଭୟଙ୍କର ରୂପ ନିଆଁ ଲାଗି ନିହଁ। ଭାଇରାଲ୍ ଫଟୋ ପୁରୁଣା ଏବଂ କିଛି ଫଟୋ ଅନ୍ୟ ଦେଶର ଅଟେ। ଭାଇରାଲ ଫୋଟୋର ଉତ୍ତରାଖଣ୍ଡ ସହ କୌଣସି ସମ୍ପର୍କ ନାହିଁ ବୋଲି ଉତ୍ତରାଖଣ୍ଡ ସରକାର ଏବଂ ପୋଲିସ କର୍ମି ସ୍ପଷ୍ଟ କରିଛନ୍ତି।

Title:କ’ଣ ଉତ୍ତରାଖଣ୍ଡ ଜଙ୍ଗଲରେ ଭୟଙ୍କର ନିଆଁ ଲାଗି ଜିବଜନ୍ତୁ ମରିଛନ୍ତି? ଭାଇରାଲ ଫୋଟୋର ସତ୍ୟତା ଜାଣନ୍ତୁ।
Fact Check By: Saritadevi SamalResult: False