
21ଫେବୃଆରିରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେ, ତୁର୍କୀର ରାଷ୍ଟ୍ରପତି ଏରର୍ଦୋଗନ ଭାରତରୁ ଧାରା 370 ହଟିଲା ପରେ ୟୁଏନଓରେ ଏହାର ବିରୋଧ କରିଥିଲେ। ଏହା ସହିତ ତୁର୍କୀର ରାଷ୍ଟ୍ରପତି ଖୁଲିକରି ପକାସ୍ତାନର ସମର୍ଥନ କରିଥିଲେ। ଏହା ଛଡ଼ା କିଛି ଦିନ ପୂର୍ବରୁ ମଧ୍ୟ ସେ ଭାରତକୁ ବୁରୋଧ କରୁଥିଲେ। ଏଥି ମଧ୍ୟରେ ବୋଲିଉଡ଼ ଜାଗତର ସୁପର ଷ୍ଟାର ଆମିର ଖାନ ତୁର୍କୀର ରାଷ୍ଟ୍ରପତି ଏବୋର୍ଦେନ ସହ ଦେଖା କରି ଯାଇଛନ୍ତି। ଏହା ସହିତ ଲେଖା ଯାଇଛି ଯେ, ଏପରି ଦେଶ ଦ୍ରୋହିର ଆସୁଥିବା ଫିଲ୍ମ ଲାଲ ସିଂହ ଚଢ଼ା କୁ ବୋୟେ କଟ କରିବାକୁ ବିରୋଧ କରିବା ପାଇଁ ଅନୁରୋଧ କରାଯାଇଛି। ଚଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ Getty Images ରେ ଭାଇରେଲ ଫଟୋ ପାଇଲୁ। ପେଜ ଅନୁସାରେ ଭାଇରାଲ ଫୋଟୋ 6 ଅକ୍ଟୋବର 2017ରେ ତୁର୍କିର ଅଙ୍କରାରେ ଉଠା ଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ ପୁରୁଣା ଅଟେ । 2017ର ଫୋଟୋକୁ ଏବେର କହି ଭାଇରାଲ କରାଯାଉଛି।

ଏଠାରେ ଲିଙ୍କ ଦେଖନ୍ତୁ-Getty Images । Archive
ଏହା ଛଡ଼ା ଆମେ ଫୋଟୋ ବିଷୟରେ ଅଧିକ ଜାଣିବା ପାଇଁ ସର୍ଚ କରିଲୁ। ସର୍ଚରେ ଆମକୁ News Nation Report ଏକ ନ୍ୟୁଜ ମିଳିଲା। ଯାହାକି 8 ଅକ୍ଟୋବର 2017ରେ ପ୍ରକାଶିତ କରାଯାଇଛି। ଅନୁଚ୍ଛେଦକୁ ପଢ଼ିଲା ପରେ ଜାଣିଲୁ ଯେ, 2017ରେ ଆମିର ଖାନ ତୁର୍କିର ପ୍ରେସିଡେଣ୍ଟ ସହ ଦେଖା କରିଥିଲେ,ତାଙ୍କ ଫିଲ୍ମ ସିକ୍ରେଟ ସୁପର ସ୍ଟାରକୁ ପ୍ରୋମୋଟ କରିବା ପାଇଁ ଯାଇଥିଲେ। ଆମିର ଖାନ ତୁର୍କିର ପ୍ରେସିଡେଣ୍ଟାଲ କମ୍ପପ୍ଲେକ୍ସରେ ତୁର୍କି ପ୍ରେସିଡେଣ୍ଟ ସହ ଏହି ଫୋଟୋ ଉଠାଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କରେ କ୍ଲିକ କରନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- News Nation Report । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଆମିର ଖାନଙ୍କର ତୁର୍କି ରାଷ୍ଟ୍ରପତି ସହଥିବା ଫୋଟୋ ଏବେର ନୁହଁ ବରଂ 2017ର ଅଟେ। ଭାଇରାଲ ପୋଷ୍ଟରେ 370 ଉଠିଲା ପରେ ବୋଲିଉଡ଼ ଜାଗତର ସୁପର ଷ୍ଟାର ଆମିର ଖାନ ତୁର୍କୀର ରାଷ୍ଟ୍ରପତି ଏବୋର୍ଦେନ ସହ ଦେଖା କରିଥିବା ଦାବି ମିଥ୍ୟା ଅଟେ।

Title:କ’ଣ ଭାରତରୁ ଧାରା 370 ଉଠିଲା ପରେ ଭାରତକୁ ବିରୋଧ କରୁଥିବା ତୁର୍କିର ରାଷ୍ଟ୍ରପତି ସହ ଆମିର ଖାନ ଦେଖା କରିଛନ୍ତି?
Fact Check By: Saritadevi SamalResult: False