କ‘ଣ ଏହି ବ୍ୟକ୍ତି କେରଳରେ ମୃତ୍ୟୁ ହୋଇଥିବା ଗର୍ଭବତି ହାତୀକୁ ପଣସରେ ବାଣ ପୁରାଇ ଖାଇବାକୁ ଦେଇଥିଲା?

False Social

କେରଳରେ ଏକ ଗର୍ଭବତୀ ହାତୀକୁ ଲୋକମାନେ ସପୁରିରେ ବାମ୍ ରଖି  ଖାଇବାକୁ ଦେଇଥିଲେ। ଯେଉଁଥିରେ ଗର୍ଭବତୀ ହାତୀକୁ ଯନ୍ତ୍ରଣା ହୋଇଥିଲା। ଲୋକମାନଙ୍କର ଏପରି ନିଷ୍ଠୁରତା କାମ ପାଇଁ ଗର୍ଭବତି ହାତୀ ପେଟରେ ଥିବା ଛୁଆର ମଧ୍ୟ ମୃତ୍ୟୁ ହେବା ସହ ହାତୀର ମଧ୍ୟ ମୃତ୍ୟୁ ହୋଇଛି। ଏଥିପାଇଁ କେରଳ ପୋଲିସ ଏହି ମାମଲାରେ କିଛି ଲୋକଙ୍କ ନାମରେ ମାମଲା ରଜୁ କରିଛି। ତେବେ ସୋସିଆଲ ମିଡ଼ିଆରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋରେଥିବା ବ୍ୟକ୍ତି ଗର୍ଭବତି ହାତୀ କୁ ଗୋଟିଏ ପଣସ ଭିତରେ ବାଣ ଦେଇ ମାରିଛି। ଏହା ମଧ୍ୟ କୁହା ଯାଇଛି ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି କୁ ଦଣ୍ଡ ଦିଆ ଯିବା ଦରକାର। ତଳେ ପୋଷ୍ଟର ଲଙ୍କ ତଳେ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି କେରଳରେ ଗର୍ଭବତି ହାତୀକୁ ପଣସରେ ବାଣ ଖାଇବାକୁ ଦଇ ମାରିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତିର ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ କରିଲୁ। ସର୍ଚରେ ଭାଇରାଲ ଫୋଟୋର ଲିଙ୍କ ମିଳିଲା। The news mir ରେ ଭାଇରାଲ ବ୍ୟକ୍ତିର ଫୋଟୋ ପୋଷ୍ଟ ହୋଇଥିବାର ପାଇଲୁ। 23 ଫେବୃଆରି 2018ରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଭାଇରାଲ ଫୋଟୋରେଥିବା ବ୍ୟକ୍ତିର ନାମ ମଧୁ ଅଟେ। 30 ବର୍ଷର ମଧୁ ଏକ ଆଦିବାସି ବ୍ୟକ୍ତି ଅଟେ। 2018ରେ 30 ବର୍ଷର ମଧୁକୁ କେରଳର ଆତାପାଡ଼ି ଅଞ୍ଚଳର  ଏକ ଦୁକାନରୁ ଚାଉଳ ଚୋରି କରୁଥିବାର ସ୍ଥାନିୟ ଲୋକମାନେ ଧରିଥିଲେ। 15 ବ୍ୟକ୍ତି ମଧୁଠାରୁ ଚୋରିକରିଥିବା ବ୍ୟାଗ ଛଡ଼ାଇ ତାକୁ ନିର୍ଧୁମ ପିଟିଥିଲେ। ଏବଂ ପରେ ତା ସହିତ ସେଲଫି ମଧ୍ୟ ନେଇ ଥିଲେ। ଖବର ଅନୁସାରେ ମଧୁକୁ କ୍ଷତାକ୍ତ ଅବସ୍ଥାରେ ହସ୍ପିଟାଲ ନିଆ ଯାଇଥିଲା , କିନ୍ତୁ ପରେ ମଧୁର ମୃତ୍ୟୁ ହୋଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।  

ଏଠାରେ ଲିଙ୍କ ଦେଖନ୍ତୁ- The news mirArchive

ଏହା ପରେ ଆମକୁ India Today ୟୁଟ୍ୟୁବ ଚ୍ୟାନଲର ଭିଡ଼ିଓ ମିଳିଲା। ଯାହାକି 24 ଫେବୃଆରି 2018ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ଭାଇରାଲ ଫୋଟୋଥିବା ବ୍ୟକ୍ତି 27 ବର୍ଷର ଆଦିବାସି ଯୁବକ ଅଟେ। ଏକ ଦୋକାନରୁ ଚାଉଳ ଚୋରି ଆରୋପରେ ବ୍ୟକ୍ତିକୁ କିଛି ଲୋକ କେରଲାରେ ଅତି କୃରତାର ସହ ପିଟିଥିଲେ। ପୋଲିସ ଆସିବା ପୂର୍ବରୁ ଲୋକମାନେ ଆଦିବାସିକୁ ମାରି ମାରି ଅଧିମରା କରି ଦେଇଥିଲେ ଏବଂ ବ୍ୟକ୍ତି ସହ କିଛି ଲୋକ ଫୋଟୋ ମଧ୍ୟ ଉଠାଇଥିଲେ। ପୋସିଲ ମଧୁକୁ ହୋସ୍ପିଟାଲ ନେବା ବାଟରେ ମଧୁର ସ୍ଥିତି ଖରାପ ହୋଇ ସାରିଥିଲେ। ଏବଂ ପରେ ବ୍ୟକ୍ତିର ମୃତ୍ୟୁ ହୋଇଥିଲା। ପୋଲିସ ଏବି ମାମଲାରେ 3 ଅପରାଧିକୁ ଗିରଫ କରିଥିଲା। ଅଧିକ ସୂଚନା ପାଇଁ ତଳେ ଭିଡ଼ିଓ ଦେଖନ୍ତୁ।

ଏହା ପରେ ଆମକୁ ABP news ୟୁଟ୍ୟୁବ ଚ୍ୟାନେଲରେ ଏହି ମାମଲାକୁ ନେଇ ଭିଡ଼ିଓ ମିଳିଲା , ଯେଉଁଥିରେ ନେତା ମାନେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏହି ଘଟଣାକୁ ନେଇ କିଛି ନେତା ରାଜନିତି ମଧ୍ୟ କରୁଥିବାର ଦେଖା ଯାଇଥିଲେ। ତଳେ ଭିଡ଼ିଓ ଦେଖନ୍ତୁ। 

ଶେଷକଥା-

ଆମ ଅନୁସନ୍ଧାନରୁ ପାଣଇଲୁ ଯେ, ଭାଇରାଲ ଫୋଟୋରେ ଥଇବା ବ୍ୟକ୍ତି କେରଳରେ ଗର୍ଭବତି ହାତୀକୁ ପଣସରେ ବାଣ ଖାଇବାକୁ ଦେଇଥିବା ଦାବି ମିଥ୍ୟା ଅଟେ। ଫୋଟୋରେ ଥିବା ବ୍ୟକ୍ତି ଫେବୃଆରି 2018 କରଳରେ ଏକ ମୋବଲିଞ୍ଚିଂରେ ମୃତ୍ୟୁ ହୋଇସାରିଛି।

Avatar

Title:କ‘ଣ ଏହି ବ୍ୟକ୍ତି କେରଳରେ ମୃତ୍ୟୁ ହୋଇଥିବା ଗର୍ଭବତି ହାତୀକୁ ପଣସରେ ବାଣ ପୁରାଇ ଖାଇବାକୁ ଦେଇଥିଲା?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *