
କେରଳରେ ଏକ ଗର୍ବୀ ହାତୀର ନିର୍ଦ୍ଦୟ ହତ୍ୟା ପରେ ସୋସିଆଲ ମିଡିଆରେ ଏହି ଘଟଣାଟି ବହୁ ଚର୍ଚ୍ଚାର ବିଷୟ ବନିଯାଇଛି। ଯାହା ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ପଶୁମାନଙ୍କ ଉପରେ ଅତ୍ୟାଚାର ହେବାର ଖବର ସାମ୍ନାକୁ ଆସିବାରେ ଲାଗିଛି। ଏହି ସମୟରେ, ସୋସିଆଲ ମିଡିଆରେ ହିମାଚଳ ପ୍ରଦେଶର ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଗାଈକୁ ଖାଦ୍ୟରେ ବିସ୍ଫୋରକ ଭର୍ତ୍ତିକରି ଖାଇବାକୁ ଦେବା ପରେ ଗାଈଟି ଗୁରୁତର ଆହତ ହୋଇଛି। ଏହାର ଏକ ଫୋଟୋ ଭାଇରାଲ କରାଯାଉଛି। ଦାବି କରାଯାଇଛି ଯେ, ଚିତ୍ରରେ ଦେଖାଯାଇଥିବା ଗାଈ ହିମାଚଳ ପ୍ରଦେଶରେ ଏପରି ଆହତ ହୋଇଛି।
8 ଜୁନ ଚିତ୍ତରଞ୍ଜନ ସାମଲ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ପୋଷ୍ଟ କରି ଦେହା ଦାବି କରିଛନ୍ତି। ସେ ପାଷ୍ଟର ଶିର୍ଷକରେ ଲେଖିଛନ୍ତି ଯେ, Himachal: ଶିକାରୀ ମାନେ ଜଙ୍ଗଲୀ ପଶୁଙ୍କ ପାଇଁ ବିସ୍ପୋଟକ ଗୋଳା ରଖିଥିଲେ, ଯାହାକୁ ଗାଈ ଟିଏ ଖାଇଦେଲା. ଗାଈ ମାଲିକ ଗୁରୁ ଦୟାଲ ସିଂହଙ୍କ ଅଭିଯୋଗ ଅନୁସାରେ ତାଙ୍କ ପଡ଼ୋଶିକୁ ଆରେଷ୍ଟ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 5 ଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟରେ କମେଣ୍ଟରେ ଲୋକମାନେ ଖବରକୁ ନେଇ ଆଲୋଚନା ମଧ୍ୟ କରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଗାଈଟିର ଏହି ଭାଇରାଲ ଫୋଟୋ ହିମାଚଳ ପ୍ରଦେଶର ଅଟେ। ପୋଷ୍ୟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲ୍ ରିଭର୍ସ ଇମେଜ୍ କରି ସର୍ଚ୍ଚ କରିକଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋ ଫେସବୁକ ପେଜରେ ମିଳିଲା। ଯାହାକି 3 ଜୁଲାଇ 2015 ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟଟି Baba Mungipa Gaushala ପେଜରେ ଅପଲୋଡ କରାଯାଇଥିଲା। ପୋଷ୍ଟ ଅନୁଯାୟୀ ରାଜସ୍ଥାନର ପାଲି ଜିଲ୍ଲାର ରାୟପୁର ତହସିଲ ଅନ୍ତର୍ଗତ ଲିଲାମ୍ବା ଗାଁରେ ଫୋଟୋରେଥିବା ଗାଈ ସହ ଏହି ଘଟଣା ଘଟିଛି। ଏହି ପୋଷ୍ଟର ଶୀର୍ଷକରେ ଲେଖାଅଛି ଯେ, “ରାୟପୁର ତହସିଲ ନିକଟ ଲିଲାମ୍ବା ଗାଁରେ ଗୋ ହତ୍ୟାକାରୀମାନେ ବିସ୍ଫୋରକ ସାମଗ୍ରୀ ରଖିଥିଲେ ଯାହାକୁ ଗୋ ମାତା ଖାଇଥିଲେ । ଗାଈଟି ଖାଇବା ଆରମ୍ଭ କରିବା ମାତ୍ରେ ଏକ ବଡ ବିସ୍ଫୋରଣ ଗ୍ରାମବାସିଙ୍କୁ ଶୁଣା ଯାଇଥିଲା। ଗାଁ ଲୋକ ଦୌଡ଼ି ଘଟଣାସ୍ଥଳକୁ ପହଞ୍ଚି ଦେଖିଲେ ଯେ ଗୋମାତାଙ୍କ ମୁହଁ ସମ୍ପୁର୍ଣ୍ଣ କ୍ଷତାକ୍ତ ହୋଇଯାଇଛି। ଶିବସେନା କମାଣ୍ଡୋ ଫୋର୍ସ ସହିତ ରାଜ୍ୟ ମୁଖ୍ୟ ଅଶୋକ ସାଇନିଙ୍କ ସହ କର୍ମଚାରୀ ଏବଂ ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ 2015 ମସିହାର ଅଟେ। ଏହା ଛଡ଼ା ଫୋଟୋ ହିମାଚଳ ପ୍ରଦେଶର ନୁହେଁ ବରଂ ରାଜସ୍ଥାନର ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ପରେ, ଆମେ ଗୁଗୁଲରେ ଘଟଣା ସମ୍ବନ୍ଧିୟ ଖବର ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ 27 ଜୁନ 2015 ରେ Patrika ପେଜରେ ପ୍ରକାଶିତ ହୋଇଥିବା ଏକ ଖବର ପାଇଲୁ। ଖବରରେ ଆମେ ସୋସିଆଲ ମିଡିଆରେ ଭାଇରାଲ ଗାଈକୁ ଦେଖିବାକୁ ପାଇଲୁ। ଖବର ଅନୁଯାୟୀ, ସବଡିଭିଜନ୍ ମୁଖ୍ୟାଳୟଠାରୁ ତିନି କିଲୋମିଟର ଦୂରରେ ଥିବା ଲିଲାମ୍ବା ଗାଁର ଏକ ଆବର୍ଜନା ଡମ୍ପରେ ବିସ୍ଫୋରଣ ପଡିଥିଲା। ଯୋହୋକୁ ଗୋଟିଏ ଗାଈଟି ଖାଇ ଆହତ ହୋଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Patrika । Archive
ଭାଇରାଲ ଫୋଟୋ 5 ବର୍ଷ ପୁରୁଣା ଅଟେ। କହି ରଖୁଚୁ ଯେ, ବର୍ତ୍ତମାନ ସମୟରେ ହିମାଚଳ ପ୍ରଦେଶରେ ମଧ୍ୟ ଏଭଳି ଘଟଣା ଘଟିଛି। ଯେଉଁଠାରେ ଏକ ଗାଈକୁ ଖାଦ୍ୟରେ ବିସ୍ଫୋଟକ ଖୁଆଇ ଦିଆଯାଇଛି। ଗାଈଟି ଗୁରୁତର ଭାବେ ଆହତ ହୋଇଛି। କିନ୍ତୁ ସୋସିଆଲ ମିଡ଼ିଆରେ ସେୟାର କରାଯାଉଥିବା ଫୋଟୋ ସହିତ ଏହି ଘଟଣାର କୌଣସି ସମ୍ପର୍କ ନାହିଁ। ଭାଇରାଲ ହୋଇଥିବା ଏହି ଫୋଟୋ ରାଜସ୍ଥାନର ଏବଂ 5 ବର୍ଷ ପୁରୁଣା ଅଟେ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଗାଈର ଭାଇରାଲ ହେଉଥିବା ଫୋଟୋ ହିମାଚଳ ପ୍ରଦେଶର ନୁହଁ ବରଂ ରାଜସ୍ଥାନର ଅଟେ। ହିମାଚଳ ପ୍ରଦେଶରେ ଘଟିଥିବା ଘଟଣା ନାମରେ ରାଜସ୍ଥାନର 5 ବର୍ଷର ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି।

Title:5 ବର୍ଷ ତଳର ପୁରୁଣା ଫୋଟୋକୁ ହିମାଚଳ ପ୍ରଦେଶରେ ଘଟିଥିବା ଘଟଣା ଦାବିରେ ଭାଇରାଲ କରାଯାଉଛି ।
Fact Check By: Saritadevi SamalResult: False