କ’ଣ ରାମ ନବମୀରେ ପଥର ମରା ଘଟଣା ପରେ ଗୁଜରାତ ପୋଲିସ ଲୋକଙ୍କୁ ଗିରଫ କରୁଛି? ଜାଣନ୍ତୁ ସତ୍ୟ।

False Social

ରାମ ନବମୀ ଅବସରରେ ଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଦୋକାନ-ବଜାର ଭଙ୍ଗାରୁଜା କରିବା ସହ ଶୋଭାଯାତ୍ରା ଉପରେ ପଥର ଫିଙ୍ଗି ଆକ୍ରମଣ କରିଥିବା ଖବର ମଧ୍ୟ ସାମନାକୁ ଆସିଥିଲା। ପଶ୍ଚିମବଙ୍ଗ, ବିହାର ଏବଂ ଅନ୍ୟାନ୍ୟ ସ୍ଥାନରେ ହିଂସା ଜୋର ଧରିଥିଲା। ପୋଲିସ କହିବା ଅନୁଯାୟୀ ଏହି ହିଂସାକୁ ସୋସିଆଲ ମିଡିଆ ମାଧ୍ୟମରେ ଯୋଜନା କରା ଯାଇଥିଲା।

ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପୋଲିସ ଲୋକଙ୍କ ଘର ଭିତରେ ପ୍ରବେଶ କରି କିଛି ଯୁବକ ମାନଙ୍କୁ ଗିରଫ କରୁଛି ଏବଂ ତାଙ୍କ ଉପରେ ଲାଠିରେ ଆକ୍ରମଣ ମଧ୍ୟ କରୁଛି। ଦାବି କରା ଯାଉଛି ଯେ ରାମ ନବମୀରେ ପଥର ମାଡ଼ ମାରିଥିବାରୁ ଗୁଜରାଟ ପୋଲିସ ଏହି ଲୋକଙ୍କୁ ଗିରଫ କରୁଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ହାଇଦ୍ରାବାଦର ଏକ ପୁରୁଣା ଭିଡିଓ ଅଟେ ଯାହାର ରାମ ନବମୀ ସହ କୌଣସି ସମ୍ବନ୍ଧ ନାହିଁ।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ସୋସିଆଲଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ରାମନବମୀ ରେ ପଥର ମରା ଘଟଣା ପରେ Vadodara, ଗୁଜୁରାଟ ରେ ପୋଲିସ ର Action

Facebook | Archive  

ଆମ ଅନୁସନ୍ଧାନ: 

ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଗୋଟିଏ ପୋଲିସ କାରର ପଞ୍ଜୀକରଣ ନମ୍ବର ‘ଟିଏସ (TS)’ ରୁ ଆରମ୍ଭ ହୋଇଛି। TS ହେଉଛି ତେଲଙ୍ଗାନା ଷ୍ଟେଟ୍ ର ପଞ୍ଜୀକରଣ ନମ୍ବର। 

ଏହା ପରେ ଆମେ ଅନ୍ୟ ଏକ ସ୍ଥାନରେ ଗୋଟିଏ ଦୋକାନର ନାମ ‘ଶଫ୍ଫାଫ’ ବୋଲି ଲେଖା ଯାଇଥିବା ପାଇଲୁ। ଆମେ ଗୁଗୁଲ ମ୍ୟାପ୍ ରେ ସେହି ଦୋକାନକୁ ସର୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ସମାନ ଦୋକାନ ଏବଂ ସ୍ଥାନ ହାଇଦ୍ରାବାଦ ସହରର ବନଜ୍ଜା ଗଳି ୨ ରେ ଅବସ୍ଥିତ। ନିମ୍ନରେ ଆପଣ ମାନେ ଗୁଗୁଲ ମ୍ୟାପ୍ ରେ ଏହି ଦୋକାନକୁ ଦେଖି ପାରିବେ। 

ଆମେ ଅନ୍ୟ ଏକ ବିଲଡିଙ୍ଗରେ ଉର୍ଦୁ ଭାଷାରେ କିଛି ଲେଖା ହୋଇଥିବା ପାଇଲୁ। ସମାନ ବିଲଡିଙ୍ଗ ଆମେ ହାଇଦ୍ରାବାଦର ଗୁଗୁଲ ମ୍ୟାପ୍ ରେ ମଧ୍ୟ ଦେଖିବାକୁ ପାଇଲୁ। ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓରେ ଥିବା ବିଲଡିଙ୍ଗ ଏବଂ ମ୍ୟାପ୍ ରେ ମିଳିଥିବା ବିଲଡିଙ୍ଗ ମଧ୍ୟରେ ସମାନତା ଦେଖି ପାରିବେ। 

ଉପରୋକ୍ତ ତଥ୍ୟରୁ ପ୍ରମାଣିଥେଉଛି ଯେ ଭାଇରାଲ ହେଉଥିବା ଭିଡିଓର ଘଟଣାଟି ଗୁଜରାତର ନୁହେଁ ବରଂ ହାଇଦ୍ରାବାଦ ସହରର ଅଟେ। 

ତେବେ ଘଟଣାଟି କ’ଣ?

ଏହା ଜାଣିବା ପାଇଁ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୫ ଅଗଷ୍ଟ ୨୦୨୨ ରେ ନ୍ୟୁଜ୍ ମିନିଟ୍ ୱେବସାଇଟରେ ସମାନ ଘଟଣା ବିଷୟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ପାଇଲୁ। 

ରିପୋର୍ଟ ଅନୁଯାୟୀ ନବୀ ମୋହମ୍ମଦଙ୍କୁ ନେଇ ବିଧାୟକ ରାଜା ସିଂ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯାହା ପରେ ତାଙ୍କୁ ଗିରଫ କରା ଯାଇଥିଲା। ପଛେ କୋର୍ଟ ତାଙ୍କୁ ଜେଲ୍ ରୁ ମୁକ୍ତି କରିଥିଲେ। ରାଜା ସିଂଙ୍କ ମୁକ୍ତି ନେଇ ଦଙ୍ଗା ସମ୍ଭାବନା ଉତପନ ହୋଇପାରେ ବୋଲି ପୋଲିସ ସନ୍ଦିଗ୍ଧ ଲୋକଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କୁ ଗିରଫ କରିଥିଲା ଯେଉଁ ମାନେ ପୂର୍ବରୁ ଏହି ଘଟଣା ନେଇ ବିରୋଧ କରିଥିଲେ। 

ପୋଲିସ ପୋଲିସ୍ କର୍ମଚାରୀଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ କରିବା ସହ କେତେକ ମାମଲାରେ ଲୋକଙ୍କ ଘରେ ପଶି ହିଂସାକାଣ୍ଡ ଘଟାଇଥିବା ସନ୍ଦିଗ୍ଧ ବିକ୍ଷୋଭକାରୀଙ୍କୁ ଗିରଫ କରିବା ପାଇଁ ଅନେକ ଅଭିଯୋଗ ଆସିଥିଲା। 

ସମାନ ଘଟଣା ବିଷୟରେ ସିଆସତ୍ ଡେଲି ନିଜ ଟୁଇଟର ହେଣ୍ଡେଲରେ ୨୫ ଅଗଷ୍ଟ ୨୦୨୨ ରେ ଟୁଇଟ କରିଥିଲା। ଏହି ଟୁଇଟରେ ଆମେ ସମାନ ଭାଇରାଲ ଭିଡିଓ ଦେଖି ପାରିବା। 

ଟୁଇଟରେ କୁହା ଯାଇଛି, “ବୁଧବାର ରାତିରେ ହାଇଦ୍ରାବାଦ ପୋଲିସ ସନ୍ଧ୍ୟା ପ୍ରାୟ ୭.୩୦ – ୮ ଟା ବେଳେ କେତେକ ଡଜନ ବିରୋଧୀଙ୍କୁ ଅଟକ ରଖିଥିଲା। ଏହା ପରେ, କିଛି ଶହ ଲୋକ ଉଠାଇ ନେଇଥିବା ଲୋକଙ୍କୁ ମୁକ୍ତ କରିବାକୁ ଦାବି କରି ବିରୋଧ କରିଥିଲେ।”

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏହା ହାଇଦ୍ରାବାଦର ଏକ ପୁରୁଣା ଭିଡିଓ ଅଟେ ଯାହାର ରାମ ନବମୀ ସହ କୌଣସି ସମ୍ବନ୍ଧ ନାହିଁ। ବିଧାୟକ ରାଜା ସିଂଙ୍କ ଜେଲ୍ ରୁ ମୁକ୍ତ କରା ଯାଇଥିବା ପରେ ବିରୋଧ ପ୍ରଦଶନକୁ ଅଟକାଇବା ପାଇଁ ହାଇଦ୍ରାବାଦ ପୋଲିସ ସନ୍ଦିଗ୍ଧ ଲୋକଙ୍କୁ ଗିରଫ କରୁଥିବାର ଏହା ଏକ ଭିଡିଓ ଅଟେ। 

Avatar

Title:କ’ଣ ରାମ ନବମୀରେ ପଥର ମରା ଘଟଣା ପରେ ଗୁଜରାତ ପୋଲିସ ଲୋକଙ୍କୁ ଗିରଫ କରୁଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *