
ବର୍ତ୍ତମାନ ସୋସିଆଲ ମିଡିଆରେ ଆତଙ୍କବାଦୀ ମସୁଦ ଅଝରଙ୍କ ମୃତ୍ୟୁର ଚର୍ଚ୍ଚା ହେଉଛି। ସୂଚସନା ଅନୁଯାୟୀ, ପାକିସ୍ତାନର ବାହାୱାଲପୁର ଆଞ୍ଚଲରେ ଜଣେ ଅଜ୍ଞାନ୍ତ ବ୍ୟକ୍ତି ବୋମା ବିସ୍ଫୋରଣ କରି ମସୁଦ ଅଝରଙ୍କର ହତ୍ୟା କରିଛି। ଏହି ଘଟଣା ସମ୍ବନ୍ଧିତ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଏକ ଭୟଙ୍କର ବିସ୍ଫୋରଣ ହେଉଛି। ଦାବି କରା ଯାଉଛି ଯେ ଆତଙ୍କବାଦୀ ମସୁଦ ଅଝରଙ୍କର ଏହି ବିସ୍ଫୋରଣରେ ମୃତ୍ୟୁ ହୋଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପାକିସ୍ତାନର ଏକ ପୁରୁଣା ଏବଂ ଅସମ୍ବନ୍ଧୀୟ ଘଟଣାକୁ ମସୁଦ ଅଝରଙ୍କର ମୃତ୍ୟୁ ସହିତ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ମୋଷ୍ଟ ୱାଣ୍ଟେଡ଼ ଆତଙ୍କି ମୌଲାନା ମସୁଦ ଅଜହର ଭାବଲପୁର ମସଜିଦ ରୁ ଫେରିବା ସମୟରେ ଅଜଣା ଲୋକ ଦ୍ୱାରା ବୋମା ବିସ୍ଫୋରଣ ରେ ମରିଯାଇଥିବା ସୂଚନା“
ସମାନ ଭିଡିଓ ଅନ୍ୟ କିଛି ଫୋଟୋ ସହିତ ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ମିଳିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓର ଗୋଟିଏ ଫୋଟୋ ଇଣ୍ଡିଆ ଟୁଡେ ୱେବସାଇଟରେ ୩ ନଭେମ୍ବର ୨୦୨୩ ରେ ପ୍ରକାଶିତ ହେଇଥିବା ମିଳିଲା।
ସୂଚନା ଅନୁଯାୟୀ, ଏହି ଘଟଣା ପାକିସ୍ତାନର ଡେରା ଇସ୍ମାଇଲ୍ ଖାନ ସହରରେ ଘଟିଥିଲା। ଏହି ବିସ୍ଫୋରଣ ପୋଲିସ ଉପରେ ଆକ୍ରମଣ ରୂପରେ କରା ଯାଇଥିଲା। ଟେଙ୍କ ଆଡ୍ଡା ନାମକ ସ୍ଥାନରେ ଉପସ୍ଥିତ ଏକ ପୋଲିସ ନିକଟରେ ଏହି ବିସ୍ଫୋରଣ କରା ଯାଇଥିଲା ଏବଂ ତାହା ପରେ ଗୁଳି ଚାଳନା ମଧ୍ୟ ହୋଇଥିଲା। ଏହି ଘଟଣାରେ ୫ ଲୋକଙ୍କ ମୃତ୍ୟୁ ଏବଂ ୨୧ ଜଣ ଆଘାତ ହୋଇଥିଲେ।

ଉପରୋକ୍ତ ତଥ୍ୟରୁ ପ୍ରମନାୟତ ହେଲା ଯେ ଭାଇରାଲ ଭିଡିଓ ଗତ ବର୍ଷ ନଭେମ୍ବର ମାସର ଅଟେ। ତେବଣୁ ଏହି ଭିଡିଓର ମସୁଦ ଅଝରର ହତ୍ୟା ସହିତ ଜଡିତ ହେଇଥିବା ସମ୍ଭବ ନୁହେଁ।
ବିଭିନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୩ ନଭେମ୍ବର ୨୦୨୩ ରେ ୱାଇଅନ୍ ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବାସ ମିଳିଲା। ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଏକ ବିସ୍ଫୋରଣ ଘଟଣାରେ ୫ ଲୋକଙ୍କ ମୃତ୍ୟୁ ହୋଇଥିଲା। ଡେରା ଇସ୍ମାଇଲ୍ ଆଞ୍ଚଲରେ ପୋଲିସ ପେଟ୍ରୋଲ୍ କରୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା। ସୂଚନା ଅନୁଯାୟୀ ଏହି ଘଟଣାଟି ପୋଲିସକୁ ଟାର୍ଗେଟ୍ କରି କରା ଯାଇଥିଲା। ରାସ୍ତା ନିକଟରେ ଥିବା ଏକ ବାଇକରେ ବୋମା ବିସ୍ଫୋରଣ କରା ଯାଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏକ ପୁରୁଣା ଏବଂ ଅସମ୍ବନ୍ଧୀୟ ବିସ୍ଫୋରଣ ଭିଡିଓକୁ ମସୁଦ ଅଝରଙ୍କର ମୃତ୍ୟୁ ସହିତ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି।

Title:କ’ଣ ଏହି ଭାଇରାଲ ଭିଡିଓରେ ହେଇଥିବା ବିସ୍ଫୋରଣରେ ଆତଙ୍କି ମସୁଦ ଅଝରର ମୃତ୍ୟୁ ହୋଇଛି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
