
ମଣିପୁରରେ ଆଦିବାସୀଙ୍କୁ ନେଇ ଉତ୍ତେଜନା ଏଖିବାକୁ ମିଳିଛି। ପାହାଡ ଅଞ୍ଚଳରେ ରହୁଥିବା ମେଇଟାଇଙ୍କ ପାଇଁ ଆଦିବାସୀ ମାନ୍ୟତା ଦାବିରେ ଏକ ରାଲି ପରେ ମଣିପୁରରେ ଉତ୍ତେଜନା ଦେଖାଦେଇଥିଲା। ଆଦିବାସୀ ଛାତ୍ର ସଂଗଠନ ୟୁନିଅନ ମଣିପୁର ୩ ମଇ ୨୦୨୩ ରେ ମେଇଟେଇ ମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ବିରୁଦ୍ଧରେ ଏହି ରାଲିର ଆୟୋଜନ କରିଥିଲା। ଏହା ନେଇ ରାଜ୍ୟରେ ହିଂସା ଭୟଙ୍କର ରୂପ ନେଇଛି। ଏହି ହିଂସା ଚୁରାଚାନ୍ଦପୁରରୁ ଆରମ୍ଭ ହୋଇ ରାଜଧାନୀ ଇମ୍ଫାଲ ଭଳି ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପି ସାରିଛି। ମଣିପୁରରେ କୁକି ଏବଂ ମେଇଟାଇଙ୍କ ମଧ୍ୟରେ ବିବାଦ ବହୁତ ପୁରୁଣା। ତେଣୁ ପରିସ୍ଥିତି ଗୁରୁତର ରୂପ ନେଇଛି। ଉଭୟ ଜାତି କୁକି ଏବଂ ମେଇଟେଇ ଏହି ହିଂସା ପାଇଁ ପରସ୍ପରକୁ ଦାୟୀ କରୁଛନ୍ତି। ପରିସ୍ଥିତି ମଧ୍ୟ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏପରିକି ପ୍ରଶାସନ ୪ ମଇ ୨୦୨୩ ରେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଜାରି କରିଛି।
ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳୁଛି। ଏପରି ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ରାତ୍ରି ସମୟରେ କିଛି ଲୋକେ ବନ୍ଧୁକରୁ ଗୁଳିଚାଳନା କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ମଣିପୁରର ବର୍ତ୍ତମାନ ପରିସ୍ଥିତିର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏକ ପୁରୁଣା ଭିଡିଓକୁ ବର୍ତ୍ତମାନ ମଣିପୁରର ପରିସ୍ଥିତି ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, ଗୁଳିଚାଳନାର ଏହି ଭିଡିଓ ମଣିପୁରର ବର୍ତ୍ତମାନ ପରିସ୍ଥିତିକ୍ୟୁ ଦର୍ଶାଉଛି। ଜଣେ ଫେସବୁକ ବ୍ୟବହାର କାରୀ କହିଛନ୍ତି, “ମଣିପୁର ତ୍ରସ୍ତ। ଗୃହମନ୍ତ୍ରୀ ନିର୍ବାଚନ ପ୍ରଚାରରେ ବ୍ୟସ୍ତ। ଦେଶ ସବୁଠାରୁ ଦୁର୍ବଳ ମୁହୂର୍ତ୍ତର ଦୃଶ୍ୟ”
ସମାନ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ମିଳିଲା। ଏକ ଟୁଇଟ ରେ ଦାବି କରା ଯାଇଛି ଯେ, “ଏହା ମେଇଟାଇ ଲୋକଙ୍କ ଉପରେ କୁକି ଲୋକଙ୍କର ଗୁଳି ଚଳାଇବାର ଏକ ଭିଡିଓ। ଏହାକୁ ଆପଣ ଏକ ଶାନ୍ତି ରାଲି ବୋଲି କହି ପୀଡିତା ହେବାକୁ ଚେଷ୍ଟା କରୁଛନ୍ତି?”
Archive
ଏହି ପରି ଅନ୍ୟ ପୋଷ୍ଟ ଆପଣ ମାନେ ଏଠାରେ, ଏବଂ ଏଠାରେ ମଧ୍ୟ ଦେଖି ପାରିବେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୯ ଏପ୍ରିଲରେ ଟୁଇଟ ହେଇଥିବା ମିଳିଲା। ଏହି ଭିଡିଓ ପୋଷ୍ଟ କରି ୟୁଜର କହିଛନ୍ତି ଯେ ତାଙ୍କୁ ଏପରି ବନ୍ଧୁକ, ରାଇଫଲ୍ ଏବଂ ରାତି ସମୟରେ ଲେଜର ଲାଇଟ୍ ସହିତ ଗୁଳିଚାଳନା ଭିଡିଓ ପସନ୍ଦ ଅଟେ।
୫ ଜୁଲାଇ ୨୦୨୦ ରେ ଥ୍ରୀଏଟି ନାମକ ୟୁଜର ନିଜ ଇଂଷ୍ଟାଗ୍ରାମ୍ ରେ ଏହି ଭିଡିଓ ପୋଷ୍ଟ କରିଥିଲେ। ଭିଡିଓ ସହିତ ସେ ଅନେକ ଗେମ୍ ର ନାମକୁ ଟ୍ୟାଗ୍ ମଧ୍ୟ କରିଛନ୍ତି। ନିମ୍ନରେ ଆପଣ ମାନେ ସେହି ପୋଷ୍ଟ ଦେଖି ପାରିବେ।
ଆମକୁ ତାଙ୍କ ଇଂଷ୍ଟାଗ୍ରାମ୍ ରେ ଏକ ୟୁଟ୍ୟୁବ ଚ୍ୟାନାଲର ଲିଙ୍କ ମିଳିଲା। ଏହି ୟୁଟ୍ୟୁବ ଚ୍ୟାନାଲରେ ସେ ଉଲ୍ଲେଖ କରିଛନ୍ତି ଯେ ସେ ଜଣେ କମ୍ପ୍ୟୁଟର ଗେମ୍ ପ୍ରେମୀ ଏବଂ ସେ ଖେଳୁଥିବା ଗେମ୍ ଗୁଡିକର ଭିଡିଓ ଏବଂ ତାହା ବିଷୟରେ ସୂଚନା ପ୍ରଦାନ କରନ୍ତି।

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଭାଇରାଲ ଭିଡିଓ ସମ୍ପ୍ରତ୍ତି ସମୟର ନୁହେଁ। ଏହା ଅନେକ ବର୍ଷରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି। ଏହି ଭିଡିଓର ମଣିପୁରର ମଧ୍ୟ ହେଇଥିବା ସନ୍ଦେହଜନକ।
ମଣିପୁରରେ ଚାଲୁଥିବା ହିଂସାକୁ ଦେଖି ଭାରତୀୟ ସେନାର ଇଷ୍ଟର୍ନ କମାଣ୍ଡର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ, ଇଣ୍ଡିଆନ ଆର୍ମି ସ୍ପେୟାଲକର୍ପ୍ସ ସମସ୍ତଙ୍କୁ ସରକାରୀ ଏବଂ ଯାଞ୍ଚ ହୋଇଥିବା ଉତ୍ସ ମାଧ୍ୟମରେ ପ୍ରାପ୍ତ ସୂଚନା ଉପରେ ନିର୍ଭର କରିବାକୁ ଅନୁରୋଧ କରିଛି।
ସରକାରର ପଦକ୍ଷେପ:
ରିପୋର୍ଟ ଅନୁଯାୟୀ, ମଣିପୁରରେ ହିଂସା ଦେଖି ଗୁରୁବାର ଦିନ ରାଜ୍ୟପାଳ ‘ସୁଟ୍ ଆଟ୍ ସାଇଟ୍’ ଆଦେଶ ଜାରି କରିଛନ୍ତି। ଆର୍ମି ଏବଂ ଆସାମ ରାଇଫଲ୍ସ ହିଂସା ହୋଇଥିବା ସ୍ଥାନରେ ଜଗିଛନ୍ତି।
ଏନଡ଼ିଟିଭି ଏକ ରିପୋର୍ଟ ଅନୁଯାୟୀ, ଗୃହ ମନ୍ତ୍ରୀ ଅମିତ ଶାହ କର୍ଣ୍ଣାଟକରେ ନିଜ ସମସ୍ତ ରେଲି ବାତିଲ କରି ମଣିପୁରର ସ୍ଥିତି ସମ୍ଭାଲୁଛନ୍ତି। ସେ ମଣିପୁରର ଅନେକ ଅଧିକାରୀଙ୍କ ସହିତ ଭେଟି ସାକ୍ଷାତ କରୁଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ରୀୟ ସାମରିକ ବାହିନୀ ମଣିପୁର ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପଠାଯାଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ଭିଡିଓର ମଣିପୁରର ବର୍ତ୍ତମାନ ସ୍ଥିତି ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ୨୦୨୦ ମସିହାରୁ ଇଣ୍ଟର୍ନେଟ୍ ରେ ଉପଲବ୍ଧ ଅଛି।

Title:କ’ଣ ଗୁଳିଚାଳନାର ଏହି ଭିଡିଓ ମଣିପୁରେ ହେଉଥିବା ହିଂସାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
