
14 ଡିସେମ୍ବର ରେ, ଇଣ୍ଡୋନେସିଆରେ ଏକ ଭୂକମ୍ପରେ ସୁନାମି ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ଏହି ଭୂକମ୍ପର ଭିଡିଓ ପୋଷ୍ଟ କରି ଇଣ୍ଡୋନେସିଆରେ କମ୍ପନ ବୋଲି ଦାବି କରିଥିଲେ। ଭିଡିଓରେ ଏକ ଘର ହଲୁଥିବାର ଏବଂ ଲୋକ ଭୟରେ ଦଉଡ଼ୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓ ପୁରୁଣା ଅଟେ। ଏବଂ ଭିଡିଓର ବର୍ତ୍ତମାନ ଇଣ୍ଡୋନେସିଆ ଭୂମିକମ୍ପ ସହ କୌଣସି ସମ୍ପର୍କ ନାହିଁ।
14 ଡିସେମ୍ବରରେ Nilachala News ନାମକ ଏକ ଖବର ଚ୍ୟାନେଲରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଭୂମିକମ୍ପରେ ଥରିଲା ଉତ୍ତର ଇଣ୍ଡୋନେସିଆ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଥିବା ଜଣାପଡିଛି । ଏହା ପରେ ଫ୍ଲୋର୍ସ ଆଇଲ୍ୟାଣ୍ଡରେ ସୁନାମି ଆଲର୍ଟ ଜାରି କରିଛି ପ୍ରଶାସନ । ମାଉମେରେ ସହରର ଉତ୍ତର ଦିଗଠାରୁ ୧୦୦ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଭୂପୃଷ୍ଠରୁ ଭୂକମ୍ପର ଗଭୀରତା ୧୮.୫ କିମି । ଫ୍ଲୋରେସ ସମୁଦ୍ରରେ ସ୍ଥାନୀୟ ସମୟ ୧୦.୨୦ରେ ଏହା ଘଟିଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓ ଇଣ୍ଡୋନେସିଆ ଭୂମିକମ୍ପର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟେରୋ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Nihar Ranjan ନାମକ ଏକ ଟ୍ୱିଟର ଆାକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଯାହାକି 14 ଅଗଷ୍ଟ 2021ରେ ପୋଷ୍ଟ କରାଯାଇଛି। ଏଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ବର୍ତ୍ତମାନ ସମୟର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ମିଳିଥିବା କି ଶବ୍ବ ମାଧ୍ୟରେ ଭାଇରାଲ ଭିଡିଓକୁ ଅଧିକ ସର୍ଚ୍ଚ କରିଲୁ। James Easton ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଭାଇରାଲ ଭିଡିଓ ପାଇଲୁ। ଯାହାକି 1 ଡିସେମ୍ବର 2018ରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, akearthquake #Earthquake .@Ch2KTUU just a little bit shaken this morning. ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ଇଣ୍ଡୋନେସିଆରେ ହୋଇଥିବା ଭୂମି କମ୍ପ ସହ କୌଣସି ସମ୍ପର୍କ ନାହିଁ। ଭାଇରାଲ ଭିଡିଓ 2018ର ଅଟେ।

Title:2018ର ଭିଡିଓକୁ ବର୍ତ୍ତମାନ ଇଣ୍ଡୋନେସିଆରେ ହୋଇଥିବା ଭୂମିକମ୍ପର ଦୃଶ୍ୟ ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False
