
ଗତ ଦୁଇ ମାସ ହେଲା ଦେଶ ସାରା CAA ଏବଂ NRC ବିରୋଧ ପ୍ରଦର୍ଶନ ଚାଲୁଛି। କେଉଁଠି ଭଙ୍ଗାରୁଜା କରୁଛନ୍ତି ତ କେଉଁଠି ଦିନ ସାରା ରାସ୍ତା ମଝିରେ ବସି ପ୍ରଦର୍ଶନ କରୁଛନ୍ତି। ଏଥି ମଝିରେ କିଛି ଫେକ ଭିଡିଓ ଏବଂ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ କରି ଲୋକଙ୍କୁ ଭ୍ରମିତ ମଧ୍ୟ କରାଯାଉଛି। 14 ଜାନୁଆରିରେ Deepak Das ନାମକ ଜାଣେ ଫେଜବୁକ ୟୁଜର ନିଜ ଆକାଉଣ୍ଟରେ ମୋହନ ବିସ୍ୱା ନାମକ ଜଣେ ୟୁଜରଙ୍କର ଏକ ଭିଡିଓ ସେୟାର କରାଛନ୍ତି। ସେୟାର ଭିଡିଓରେ ଏକ ମହିଳା ଜଣେ ଝିଅକୁ ରାସ୍ତା ମଝିରେ ପିଟିବାର ଦୃଶ୍ୟ ଦେଖା ଯାଉଛି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, CAA ବିରୋଧରେ ପ୍ରଦର୍ଶନ କରୁଥିବାରୁ ମାଁ ଝଅକୁ ପିଟିଲେ। ତେବେ ଏହି ଭାଇରାଲ ପୋଷ୍ଟରେ କେତେ ସତ୍ୟତା ଅଛି ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରଲୁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଭିଡିଓକୁ ଇନଭିଡରେ ପକାଇ ସର୍ଚ କରଲୁ ଏବଂ ଭିଡିଓକୁ ଇମେଜରେ ଭାଙ୍ଗିଲୁ। ଇନବିଡରୁ ମିଳିଥିବା ଇମେଜକୁ ଆମେ ଗୁଗୁଲରେ ରିଭର୍ସ ଇମେଜ କରି ଦେଖଲୁ। ସର୍ଚରେ ଆମକୁ ଭିଡିଓ ସହ ଜଡିତ ଏକ ନ୍ୟୁଜ 28 ମାର୍ଚ 2016ରେ The Indian express ରେ ପ୍ରକାଶିତ ହୋଇଥିବା ପାଇଲୁ। ନ୍ୟୁଜ ପେଜରେ ଲେଖା ଯାଇଥିଲା ଯେ, କେରଳର କାନୁର ଜିଲା ସ୍ଥିତ ପାୟାନୁର ବସ ସ୍ଟାଣ୍ଡରେ କିଛି କଲେଜ ପିଲା ଫ୍ଲାସ ମୋବ ଡ୍ୟାନ୍ସର ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନ ସରୁ ସରୁ ଏକ ମହିଳା ଘଟଣା ସ୍ଥଳରେ ଆସି ଡ୍ୟାନ୍ସ ଗୃପରେ ଡ୍ୟାନ୍ସ କରୁଥିବା ଜଣେ ଝିଅକୁ ପିଟିଲେ। ଅନୁଚ୍ଛେଦ ମୁତାବକ ପିଟିଥିବା ମହିଳା ଝିଅର ମାଁ ଅଟନ୍ତି। ରାସ୍ତା ମଝିରେ ନାଚୁଥିବାର ଦେଖି ଝିଅର ମାଁ ରାଗିଯାଇ ଝିଅକୁ ରାସ୍ତା ମଝିରେ ସମସ୍ତଙ୍କ ସାମ୍ନାରେ ପିଟିଥିଲେ।
ଏଠାରେ ଲିଙ୍କ ଦେଖନ୍ତୁ-The Indian express । Archive
ଏହି ଭିଡିଓକୁ 2016ରେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ କରାଯାଇଥିଲା। ଏହି ନ୍ୟୁଜକୁ 28 ମାର୍ଚ 2016ରେ On Manoramaରେ ମଧ୍ୟ ପ୍ରକାଶିତ କରାଯାଇଥିଲା। ନ୍ୟୁଜ ପେଜର Archive ଲିଙ୍କ ଦେଖନ୍ତୁ।
ଏହା ଛଡ଼ା ଏହି ଭିଡିଓ ଆମେ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ପାଇଲୁ। 28 ମାର୍ଚ 2016ରେ top news kerla ନାମକ ୟୁଟ୍ୟୁବ ଚ୍ୟାନେଲ ପୋଷ୍ଟ କରିଥିଲା। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, “Angry woman slaping a girl who is a member of flash mob Kannur, Payyannur”. ତଳେ ଭିଡିଓର ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡିଆରେ ଏକ ମହିଳା ଏକ ଝିଅକୁ ରାସ୍ତାରେ ପିଟିବା ଭାଇରାଲ ଭିଡିଓର CAA ପ୍ରଦର୍ଶନ ସହ କୌଣସି ସମ୍ପର୍କ ନାହିଁ। ଭାଇରାଲ ଭିଡିଓ 2016 ମସିହାର ଅଟେ। ଏହାକୁ CAA ବିରୋଦ୍ଧରେ ପ୍ରଦର୍ଶନ କରୁଥିବା ଏକ ଝିଅକୁ ତା ମାଁ ମାରୁଥିବାର କହି ଭାଇରାଲ କରାଯାଉଛି। ଭାଇରାଲ ଭିଡିଓ ପ୍ରକୃତରେ ରାସ୍ତା ମଝିରେ ପ୍ଲାସ ମୋବରେ ଡ୍ୟାନ୍ସ କରୁଥିବାରୁ ମହିଳା ଝିଅକୁ ପିଟିଥିଲେ।

Title:କ’ଣ CAA ବିରୋଧରେ ପ୍ରଦର୍ଶନ କରୁଥିବାରୁ ମାଁ ଝଅକୁ ପିଟିଲେ? ଜାଣନ୍ତୁ ସତ।
Fact Check By: Saritadevi SamalResult: False