
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଭକ୍ତଙ୍କୁ ବନ୍ୟା ଜଳରେ ଠିଆ ହୋଇ କୀର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ ଏହି ଭିଡିଓ ତିରୁପତିଠାରେ ଅବସ୍ଥିତ ଇସ୍କନ ମନ୍ଦିରର ଅଟେ। ଯେଉଁଠାରେ ମନ୍ଦିର ବନ୍ୟା ଜଳ ଭରିବା ସତ୍ତ୍ୱେ ଭକ୍ତମାନେ ପୂଜା କରୁଛନ୍ତି। ଆମେ ଅନୁସନ୍ଧାନ କରି ଜାଣିବାକୁ ପାଇଲୁ ଯେ ଏହି ଭିଡିଓ 2015 ରେ ମାୟାପୁରର ଇସ୍କନ ମନ୍ଦିର (କୋଲକାତା) ବନ୍ୟା ଜଳ ପ୍ରବେଶ କରିଥିବା ସମୟର ଅଟେ।
21 ନଭେମ୍ବରରେ Sai Hemanth ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଥିଲେ। ପୋଷ୍ଟରେ ଲେଖାଯାଇଛି ଯେ, ବନ୍ୟା ଜଳରେ ତିରୁପତି ଇସ୍କନ୍ ମନ୍ଦିର। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ବନ୍ୟା ଜଳରେ ତିରୁପତି ଇସ୍କନ୍ ମନ୍ଦିର ଭର୍ତ୍ତି ହୋଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଭିଡିଓ ସମ୍ପର୍କେ କିଛି ଖବର ମିଳିଲା। ଆଣକୁ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ‘ହରେ କୃଷ୍ଣ ଟିଭି‘ରେ 4 ଅଗଷ୍ଟ 2015 ରେ ପ୍ରକାଶିତ ହୋଇଥିବା ଭିଡିଓ ମିଳିଲା। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, “ମାୟାପୁରର ମନ୍ଦିର ହଲ୍ ଭିତରେ ଭକ୍ତମାନେ ବନ୍ୟା ଉପଭୋଗ କରୁଛନ୍ତି” ଭାଇରାଲ୍ ଭିଡିଓ ପରି ଭିଜୁଆଲ୍ ଗୁଡିକ ଚ୍ୟାନେଲର 0:37 ସେକେଣ୍ଡରୁ ଦେଖାଯାଇପାରେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ Radhesyamaji 108 ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ମିଳିଲା। ଯାହାକି 2015ରେ ଅପଲୋଡ କରାଯାଇଥିଲା। ଭିଡିଓର ଶିର୍ଷକରେ ଲେଖାଯାଇଛି ଯେ, ଇସ୍କନ୍ ମାୟାପୁର ବନ୍ୟା ଅଗଷ୍ଟ 2015 (1-3) ପଞ୍ଚତତ୍ତ୍ ପ୍ରକାଶ ଦାଶଙ୍କ ଦ୍ୱାରା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଅଗଷ୍ଟ 2015ରେ skconnews, economictimes ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ 2015ରେ ମାୟାପୁର ଇସ୍କନ ମନ୍ଦିରରେ ବନ୍ୟା ଜଳ ଭର୍ତ୍ତି ହୋଇଥିଲା। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। ଏହା ଛଡ଼ା ଫେସବୁକ୍ ପେଜ୍ Mayapur Iskcon Yatra ପେଜରେ 8 ଅଗଷ୍ଟ 2020 ରେ ମାୟାପୁର ISKCON ମନ୍ଦିରର ଅନେକ ଫଟୋ ଅପଲୋଡ୍ କରାଯାଇଥିଲା। ବନ୍ୟା ଜଳରେ ମନ୍ଦିରର ଫଟୋଗୁଡ଼ିକରେ ସମାନ ଭିଜୁଆଲ୍ ମଧ୍ୟ ଅଛି ଯାହା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ୍ ଭିଡିରେ ତିରୁପତି ଇସ୍କନ ମନ୍ଦିରରେ ଜଳ ଭର୍ତ୍ତିଥିବା ଦାବି ମିଥ୍ୟା ଅଟେ। ଭାଇରାଲ୍ ଭିଡିଓରେ ବନ୍ୟାଜଳ ମାୟାପୁର ଇସ୍କନ ମନ୍ଦିର ଅଟେ ତିରୁପତି ଇସ୍କନ ମନ୍ଦିର ନୁହେଁ।

Title:ବନ୍ୟା ଜଳରେ ତିରୁପତି ଇସ୍କନ୍ ମନ୍ଦିର ? ଜାଣନ୍ତୁ ସତ୍ୟତା।
Fact Check By: Saritadevi SamalResult: False
