
ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ପୋଲିସ ଅଧିକାରୀ ମାନେ ରାସ୍ତାରେ ନାଚୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଶୋଭାଯାତ୍ରାରେ ଜୟ ଶ୍ରୀ ରାମ ଗୀତରେ କିଛି ପୋଲିସ ଅଧିକାରୀ ମାନେ ନାଚୁଛନ୍ତି।
ଦାବି କରା ଯାଉଛି ଯେ ଏହି ଭିଡିଓଟି ଉତ୍ତରପ୍ରଦେଶର ଅଟେ ଯେଉଁଥିରେ ଉତ୍ତରପ୍ରଦେଶ ପୋଲିସ ଜୟ ଶ୍ରୀ ରାମ ଗୀତରେ ନାଚୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମହାରାଷ୍ଟ୍ରର କୋହ୍ଲାପୁର ସହରର ଏକ ପୁରୁଣା ଭିଡିଓ ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, “ଉତ୍ତରପ୍ରଦେଶ ପୋଲିସ। ନେତା ଯେମିତି ହେବେ ପ୍ରଶାସନ ମଧ୍ୟ ସେମିତି ହେବ”
ଆମ ଅନୁସନ୍ଧାନ:
ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ସେଠାରେ କିଛି ଦୋକାନର ନାମ ମରାଠୀ ଭାଷାରେ ଲେଖା ଯାଇଛି। ଏହା ଦ୍ଵାରା ଆମେ ନିଶ୍ଚିତ ହେଳୁ ଯେ ଏହି ଭିଡିଓର ଉତ୍ତରପ୍ରଦେଶ ରାଜ୍ୟର ହେବାର କୌଣସି ସମ୍ଭାବନା ନାହିଁ।

ଭିଡିଓରେ ଆମେ ଗଣେଶ ଭଗବାନଙ୍କ ଏକ ମୂର୍ତ୍ତି ମଧ୍ୟ ଦେଖିବାକୁ ପାଇଲୁ। ଯାହା ଫଳରେ ଆମକୁ ଏହି ଭିଡିଓଟି ରାମ ନବମୀ ନୁହେଁ ବରଂ ଗଣପତି ବିସର୍ଜନ ସମୟର ଭିଡିଓ ବୋଲି ସନ୍ଦେହ ହେଲା।

ତେବେ ଏହି ଭିଡିଓ ମହାରାଷ୍ଟ୍ରର କେଉଁଠି?
ଏହା ଜାଣିବା ପାଇଁ ଆମେ ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ 10 ସେପ୍ଟେମ୍ବର 2022 ର ଏକ ଭିଡିଓ ମିଳିଲା। ଏହି ଭିଡିଓର ୧ ମିନିଟ ସମୟ ଠାରୁ ଆପଣ ମାନେ ଭାଇରାଲ କ୍ଲିପର ଦୃଶ୍ୟ ଦେଖି ପାରିବେ। ଏହି ଭିଡିଓ ସହିତ ସୂଚନା ଦିଆ ଯାଇଛି ଯେ ଏହି ଭିଡିଓ ୨୦୨୨ ରେ ଗଣପତି ବିସର୍ଜନ ସମୟରେ ମହାରାଷ୍ଟ୍ରର କୋଲ୍ହାପୁର ସହରର ଅଟେ।
ଏହି ଭିଡିଓରେ ଆମେ ଅନ୍ୟ ଏକ ଦୋକାନ ମଧ୍ୟ ଦେଖିଲୁ ଯାହାର ନାମ ‘ଶିନ୍ଦେ ରୋପ୍ ମାରଚେଣ୍ଟ’ ବୋଲି ଲେଖା ଯାଇଛି।

ଏହା ପରେ ଆମେ ଗୁଗୁଲ ମ୍ୟାପ୍ ରେ ସିନ୍ଧେ ରୋପ୍ ଲେଖି ଦୋକାନକୁ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଦୋକାନ ମହାରାଷ୍ଟ୍ରର କୋଲ୍ହାପୁର ସହରରେ ଅବସ୍ଥିତ ଅଟେ।

ଏହା ପରେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୧ ସେପ୍ଟେମ୍ବର ୨୦୨୨ ରେ ନବଭାରତ ୱେବସାଇଟରେ ସମାନ ଘଟଣା ବିଷୟରେ ଖବର ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହା କୋଲ୍ହାପୁରରେ ଗଣପତି ବିସର୍ଜନ ସମୟର ଭିଡିଓ ଅଟେ ଯେଉଁଠାରେ ପୋଲିସ ଅଧିକାର ଏହି ଅବସରରେ ଡାନ୍ସ କରିଥିଲେ। କୋଭିଡ କଟକଣା ପାଇଁ ୨ ବର୍ଷ ଗଣପତି ବିସର୍ଜନ ଉପରେ ରୋକ ଲାଗିଥିଲା। କଟକଣା ହଟିବା ପରେ ଗତ ବର୍ଷ ଏପରି ଧୂମ-ଧାମରେ ବିସର୍ଜନ କରା ଯାଇଥିଲା।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଏହି ଘଟଣା ପରେ ମୁମ୍ବଇ ପୋଲିସ କଡ଼ା-କଡ଼ି ନିୟମ ଲାଗୁ କରିଥିଲା ଯେ ମହାରାଷ୍ଟ୍ରରେ କୌଣସି ପୋଲିସକର୍ମୀକୁ ୟୁନିଫର୍ମ ପିନ୍ଧି ଡାନ୍ସ କରିବାର ଅନୁମତି ନାହିଁ ଏବଂ ଏହି ନିୟମ ଭାଙ୍ଗିଥିବା ପୋଲିସକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ୨୦୨୨ ମସିହାରେ ମହାରାଷ୍ଟ୍ର ରେ ଗଣପତି ବିସର୍ଜନ ସମୟର ଏକ ଭିଡିଓକୁ ଉତ୍ତରପ୍ରଦେଶ ପୋଲିସ ରାମ ନବମୀରେ ନାଚୁଥିବା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ରାମ ନବମୀ ଉତ୍ସବ ସମୟରେ ଉତ୍ତରପ୍ରଦେଶ ପୋଲିସ ରାସ୍ତାରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
