
କିଛି ଲୋକଙ୍କୁ ପୋଲିସ ମାଡ ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ସହିତ ଦାବି କରାଯାଉଛି ଯେ ମୀରା ରୋଡରେ ଦଙ୍ଗା କରିଥିବା ଦୁଷ୍କର୍ମକାରୀଙ୍କ ପାଇଁ ମୁମ୍ବାଇ ପୋଲିସ କଣ କରୁଛି ଏହି ଭିଡିଓରେ ଦେଖିବାକୁ ମିଳିବ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓର ମୀରା ରୋଡ଼ ହିଂସା ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ୨୦୨୨ ମସିହାରେ ଉତ୍ତରପ୍ରଦେଶର ସାହାରନପୁର ହିଂସା ସମୟର ଭିଡିଓ ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ମୁମ୍ବାଇ ମୀରା ରୋଡ ପ୍ରଭୁ ଶ୍ରୀରାମ ଭକ୍ତଙ୍କ ଶୋଭାଯାତ୍ରା ଉପରକୁ ଢେଲା ମାଡ଼ ଠେଙ୍ଗା ଏବଂ ଲୁହା ରଡ଼ରେ ମାଡ଼ ସହ ଗାଡି ଗୁଡିକୁ ଭାଙ୍ଗି ଚୁରମାର କରିଥିବା ଡୁପ୍ଲିକେଟ ଲୋକଙ୍କୁ ଭବ୍ୟ ଅର୍ଚନା.“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ ପୋଷ୍ଟର ଗୋଟିଏ ଫୋଟୋ ଦି ଲଲନଟପ୍ ପେଜରେ ୧୫ ଜୁନ୍ ୨୦୨୨ ରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଜୁନ୍ ୨୦୨୨ ରେ ନୁପୁର ଶର୍ମାଙ୍କର ବିବାଦୀୟ ଭାଷଣ ପରେ ୧୦ ଜୁନର ହିଂସା ମାମଲାରେ ସାହାରନପୁର ପୋଲିସ ୫୦ ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା।

ଏହି ଘଟଣାର ଭିଡିଓ ସେହି ସମୟରେ ଭାଇରାଲ ହେଇଥିବା ପରେ କିଛି ଲୋକେ ଦାବି କରିଜ୍ଥିଲେ ଯେ ସାହାରନପୁର ପୋଲିସ ଏହା ତାଙ୍କ ଅଞ୍ଚଳର ଭିଡିଓ ନୁହେଁ ବୋଲି କହୁଥିଲେ। ନିମ୍ନରେ ଆପଣ ମାନେ ପୁରା ଖବର ଦେଖି ପାରିବେ।
ଖବର ଅନୁଯାୟୀ, ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ ପୋଲିସ ଏକ ଭିଡିଓ ମଧ୍ୟ ଜାରି କରିଥିଲା ଯେଉଁଥିରେ ଭାଇରାଲ ଭିଡିଓରେ ମାଡ ଦିଆଯାଉଥିବା ଲୋକଙ୍କୁ ଦେଖିବାକୁ ମିଲିଛି। ଏହା ପରେ କୁହାଯାଇଥିଲା ଯେ ଭିଡିଓଟି ସାହାରନପୁର ପୋଲିସ ଷ୍ଟେସନରୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସକୁ ପୁଣି ସମାଲୋଚନା କରାଯାଇଥିଲା ଏବଂ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହା ଦ୍ଵାରା ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ସାହାରନପୁରର କୋତୱାଲି ଥାନାର ଅଟେ।
ଶେଷକଥା:
ଆମ ଅନୁସନ୍ଧାରେ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହେଲା। ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାର ଏକ ପୁରୁଣା ଭିଡିଓକୁ ନିକଟରେ ମୁମ୍ବାଇରେ ହେଇଥିବା ହିଂସା ପରେ ପୋଲିସ ଅଭିଯୁକ୍ତଙ୍କୁ ମାଡ଼ ମାରୁଥିବା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ମୁମ୍ବାଇ ମୀରା ରୋଡରେ ପ୍ରଭୁ ଶ୍ରୀରାମ ଭକ୍ତଙ୍କ ଶୋଭାଯାତ୍ରା ଉପରକୁ ଢେଲା ଫିଙ୍ଗିଥିବା ଅଭିଯୁକ୍ତଙ୍କୁ ପୋଲିସ ମାରୁଛି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
