ଲାଉଡସ୍ପିକର ବ୍ୟାନ ପରେ ପଶ୍ଚିମବଙ୍ଗର ଏକ ପୁରୁଣା ଭିଡିଓକୁ ମୁମ୍ବଇର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଦାବି ସହିତ ଭାଇରାଲ କରା ଯାଉଛି। 

Communal False

ନିକଟରେ ମହାରାଷ୍ଟ୍ର ନବନିର୍ମାଣ ସେନା ସଭାପତି ରାଜ ଠାକରେମସଜିଦରେ ସ୍ଥାପିତ ସମସ୍ତ ଲାଉଡସ୍ପିକର ଗୁଡିକ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଉଦ୍ଧବ ଠାକରେ ସରକାରକୁ ଚେତାବନୀ ଦେଇଥିଲେ। 

ଏହା ପରେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ମଧ୍ୟ ଘୋଷଣା କରିଥିଲେ ଯେ ରାଜ୍ୟର ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କରିବାର ଅନୁମତି ଦେଇଥିଲେ କିନ୍ତୁ ଏହା ସର୍ତ ରଖିଥିଲେ ଯେ ଲାଉଡସ୍ପିକରର ଧ୍ୱନି ଯେପରି ମସଜିଦ ପରିସର ବାହାରକୁ ନଆସୁ। 

ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମୁସଲମାନ ସମ୍ପ୍ରଦାୟ ଲୋକେ ରାସ୍ତାରେ ନମାଜ ପଢୁଛନ୍ତି। ଦାବି ଅନୁଯାୟୀ ଲାଉଡସ୍ପିକର ବ୍ୟାନ ହେବା ପରେ ଏହି ଦୃଶ୍ୟ ମୁମ୍ବଇରେ ଦେଖିବାକୁ ମିଳିଛି। ପୋଷ୍ଟରେ କୁହା ଯାଇଛି ଯେ ରାସ୍ତାରେ ହିନ୍ଦୁ ହନୁମାନ ଚାଳିଶା ପାଢୀ ପାରିବେଣୀ କିନ୍ତୁ ମୁସଲିମ ଜେହାଦି ନମାଜ କରି ପାରିବେ। 

Archive Link

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ଏସଆରସିସିଏଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ବର୍ଦା ଖାନ ନାମକ ଜଣେ ଫେସବୁକ ବ୍ୟବହାରକାରୀଙ୍କ ଦ୍ଵାରା ୨୦ ଏପ୍ରିଲ ୨୦୨୦ ରେ ପୋଷ୍ଟ କରା ଯାଇଥିବା ମିଳିଲା। ଭିଡିଓ ପୋଷ୍ଟ କରି ସେ କହିଥିଲେ ଯେ ମୁସଲମାନ ବିଶ୍ଵାସ ଅନୁଯାୟୀ ଇଶା ପରେ ଯେକୌଣସି ସ୍ଥାନରେ ନମାଜ ପଢିଲେ ରୋଗ ବିସ୍ତାର ହେବା କମି ଯାଏ। ଏହି ଲୋକମାନ ଏସମାନ ବିଶ୍ଵାସ ସହିତ ନମାଜ ପଢୁଛନ୍ତି। ସେମାନେ ସାମାଜିକ ଦୂରତାର ମଧ୍ୟ ପାଳନ କରିଛନ୍ତି। 

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଏହି ଭିଡିଓ ୨୦୨୦ ରେ କରୋନା ରୋଗ ବିସ୍ତାର ହେଉଥିବା ସାମୀର ଅଟେ। 

VK.png

ଏହା ପରେ ଆମେ ଭିଡିଓଟି କେଉଁ ସ୍ଥାନର ଅଟେ ତାହା ଜାଣିବାକୁ ଚେଷ୍ଟା କରିଲୁ। ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ୧.୩୦ ମିନିଟ ସମୟରେ ଏକ ସ୍ଥାନରେ ଶିମଳା ବିରିୟାନୀ ଇଂରାଜୀ ଏବଂ ବଙ୍ଗଳା ଭାଷାରେ ଲେଖା ହୋଇଥିବା ପାଇଲୁ। 

SB.jpg

ଜୋମାଟୋ ୱେବସାଇଟରେ ସର୍ଚ୍ଚ କରିଲା ପରେ ଆମେ ଜାଣିଲୁ ଯେ ଏହି ବିରିୟାନୀ ରେଷ୍ଟୁରାଣ୍ଟ ଉତ୍ତର ହାଉଡାର ଜିଟି ରୋଡ୍ ରେ ସ୍ଥିତ ଅଟେ। 

Zomato.jpg

ନିମ୍ନରେ ଆପଣ ମାନେ ରେଷ୍ଟୁରାଣ୍ଟରେ ଲାଗି ଥିବା ବୋର୍ଡ ମଧ୍ୟରେ ସମାନତା ଦେଖି ପାରିବେ। 

https://english.factcrescendo.com/wp-content/uploads/2022/04/image-28-1024x365.png

ଭାଇରାଲ ଭିଡିଓରେ ଆମେ ଅନ୍ୟ ଏକ ବୋର୍ଡ ଲାଗି ଥିବା ଦେଖିଲୁ ଯେଉଁଥିରେ ଡାଃ ଏନ.ରାଏ ଲେଖା ହୋଇଥିଲା। ଫ୍ୟାକ୍ଟ କ୍ରିଷେଣ୍ଡୋ ଡାଃ ଏନ.ରାଏ ସହ ଯୋଗାଯୋଗ କରିଲା ପରେ ସେ ନିଶ୍ଚିତ କରିଛନ୍ତି ଯେ ଭାଇରାଲ ଭିଡିଓ ୨୦୨୦ ମସିହାର ହାଉଡାର ଅଟେ। କୋଭିଡ କଟକଣା ହେତୁ ସେହି ସ୍ଥାନରେ ସମସ୍ତ ମସଜିଦ ବନ୍ଦ ରଖା ଯାଇଥିଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଘଟଣାଟି ୨୦୨୦ ମସିହାରେ କୋଲକାତାର ହାଉଡା ଅଞ୍ଚଳର ଅଟେ। ଲାଉଡସ୍ପିକର ବ୍ୟାନ ପରେ ପଶ୍ଚିମବଙ୍ଗର ଏକ ପୁରୁଣା ଭିଡିଓକୁ ମୁମ୍ବଇର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:ଲାଉଡସ୍ପିକର ବ୍ୟାନ ପରେ ପଶ୍ଚିମବଙ୍ଗର ଏକ ପୁରୁଣା ଭିଡିଓକୁ ମୁମ୍ବଇର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଦାବି ସହିତ ଭାଇରାଲ କରା ଯାଉଛି। 

Fact Check By: Siddharth Sahu 

Result: False