କ’ଣ ଜିମ୍ବାୱେ ପାକିସ୍ତାନକୁ ହରାଇଲା ପରେ ଜିମ୍ବାୱେର ନ୍ୟୁଜ୍ ଆଙ୍କରର ଖୁସିରେ ହସୁଛନ୍ତି? ଜାଣନ୍ତୁ ସତ୍ୟ। 

False International Sports

ନିକଟରେ ଟି20 ବିଶ୍ଵ କପରେ ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ଏକ ମ୍ୟାଚ୍ ହୋଇଥିଲା ଯେଉଁଥିରେ ପାକିସ୍ତାନ ପରାସ୍ତ ହୋଇଥିଲା। ଏହା ଲୋକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। 

ଏହି ସମୟରେ ଏକ ନ୍ୟୁଜ୍ ଆଙ୍କରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ନ୍ୟୁଜ୍ ଆଙ୍କର ଖବର ପଢିଲା ବେଳେ ହସୁଥିବା ଦେଖିବାକୁ ମିଲିଛନ୍ତି। ଦାବି ଅନୁଯାୟୀ ଜିମ୍ବାୱେ ପାକିସ୍ତାନକୁ ହରାଇଲା ପରେ ଜିମ୍ବାୱେର ନ୍ୟୁଜ୍ ଆଙ୍କର ଖବର ପଢୁଥିବା ସମୟରେ ହସୁଛନ୍ତି। 

କ’ଣ କୁହା ଯାଇଛି ପୋଷ୍ଟରେ?

ଭିଡିଓ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଆଜିର ମ୍ୟାଚରେ ଜିମ୍ବାୱେ ପାକିସ୍ତାନକୁ ହରାଇଲା ପରେ ଜିମ୍ବାୱେର ନ୍ୟୁଜ୍ ଆଙ୍କରର ଖୁସି ର କୌଣସି ସୀମା ନାହିଁ”

Facebook | Archive

ସମାନ ଭିଡିଓ ଆପଣ ମାନେ ଏଠାରେ ଏବଂ ଏଠାରେ ଦେଖି ପାରିବେ। ଏହା ଟୁଇଟର ରେ ମଧ୍ୟ ଭାଇରାଲ ହେଉଥିବା ମିଳିଛି। 

ଆମ ଅନୁସନ୍ଧାନ: 

ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହାର ମୂଳ ଭିଡିଓ ୩୧ ଅକ୍ଟୋବର ୨୦୨୦ ରେ ୟୁଟିଭି ଘାନା ଅନ୍ଲାଇନ୍ ଚ୍ୟାନାଲରେ ପ୍ରସାରିତ ହୋଇଥିଲା। ଭିଡିଓ ସହିତ ସୂଚନା ଦିଆ ଯାଇଛି ଯେ ଏକ୍ରୋବାଟୋ ନାମକ ନ୍ୟୁଜ୍ ଆଙ୍କର ବିଦଶୀ କ୍ଲବର ନାମ ପଡ଼ୁଛନ୍ତି। 

ଆପଣ ଏଥିରେ ଦେଖିପାରିବେ ଯେ ନ୍ୟୁଜ୍ ଆଙ୍କର୍ ବିଦେଶରେ ବିଭିନ୍ନ ଫୁଟବଲ୍ କ୍ଲବର ନାମ ପଢୁଛନ୍ତି | ଏଥିରେ ପ୍ରଥମେ ସେ ଇଙ୍ଗ୍ଲିଶ୍ ପ୍ରିମିୟର ଳିଗ୍ ଫୁଟବଲ୍ ଖେଳ ବିଷୟରେ କଥା ହେଉଛନ୍ତି, ତା’ପରେ ୦.୫୦ ମିନିଟରେ ସେ ହସୁଥିବା ଦେଖିବାକୁ ମିଲିଛନ୍ତି। ଆପଣ ନିମ୍ନରେ ଏହି ଭିଡିଓ ଦେଖିପାରିବେ। 

Archive

ଭିଡିଓରେ ଥିବା ନ୍ୟୁଜ୍ ଆଙ୍କର ‘ଆକ୍ରୋବାଟୋ’ ବିଷୟରେ ଗୁଗୁଲରେ ସର୍ଚ୍ଚ କରିଲା ପରେ ଆମକୁ ଏକ ୱେବସାଇଟରେ ତାଙ୍କ ବିଷୟରେ କିଛି ସୂଚନା ମିଳିଲା। ୱେବସାଇଟ ଅନୁଯାୟୀ ତାଙ୍କ ନାମ ଅକୱାସୀ ବୋଆଡି ଅଟେ ଏବଂ ସେ ଆକ୍ରୋବାଟୋ ନାମରେ ପ୍ରସିଦ୍ଧ ଅଟନ୍ତି। ସେ ଘାନା ଦେଶର ଜଣେ ଅଭିନେତା, ହାସ୍ୟ ଅଭିନେତା ଏବଂ ଟିଭି ଉପସ୍ଥାପିକା ଅଟନ୍ତି। 

Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓ ୨୦୨୦ ମସିହାରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି। ଭିଡିଓରେ ଖବର ପଢୁଥିବା ବ୍ୟକ୍ତି ମଧ୍ୟ ଜୀମ୍ବାୱେର ନୁହଁନ୍ତି। ସେ ଘାନା ଦେଶର ଜଣେ ଅଭିନେତା ଅଟନ୍ତି।

Avatar

Title:କ’ଣ ଜିମ୍ବାୱେ ପାକିସ୍ତାନକୁ ହରାଇଲା ପରେ ଜିମ୍ବାୱେର ନ୍ୟୁଜ୍ ଆଙ୍କରର ଖୁସିରେ ହସୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu  

Result: False

Leave a Reply

Your email address will not be published. Required fields are marked *