ଓଡିଶା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ଅଧିକାରୀମାନେ ନିର୍ଦ୍ଦୟ ଭାବରେ ଅଭିଯୁକ୍ତଙ୍କୁ ମାଡ ମାରୁଛନ୍ତି କି? ଜାଣନ୍ତୁ ସତ୍ୟ।

Communal False

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହରବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଉଲଗ୍ନ ଭାବରେ ଅବସ୍ଥାରେ ତଳେ ପଡି ରହିଛନ୍ତି ଏବଂ ଆଉ ଜଣେ ବ୍ୟକ୍ତି କାଠରେ ତାଙ୍କୁ ମାରୁଥିବା ଜଣା ପଡୁଛି। ଦାବି କର ଯାଉଛି ଯେ ନିକଟରେ ଓଡ଼ିଶାର ରେଳ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ଷ୍ଟେସନ୍ ମାଷ୍ଟର ମୋହମ୍ମଦ ଶରିଫଙ୍କୁ ସିବିଆଇ ମାଡ ମାରୁଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଘଟନା ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ବ୍ରେକିଙ୍ଗ୍ ନ୍ୟୁଜ୍ ପ୍ରଥମେ ନିଜ ନିଜ ଗୋଷ୍ଠୀରେ ଅଂଶୀଦାର | ବାଲାସୋର ଟ୍ରେନ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସରିଫ ଏପରି ଏକ ଘୃଣ୍ୟ ଘଟଣା ବୋଲି କରିଥିଲେ ଯେ ଦୁର୍ଘଟଣା ପରେ ଏହି ଷ୍ଟେସନ ମାଷ୍ଟର ପଶ୍ଚିମବଙ୍ଗର ଏକ ମଦ୍ରାସାରେ ଲୁଚି ରହିଥିଲେ। ସିବିଆଇ, ଇଡି ଏବଂ ସ୍ଥାନୀୟ ପୋଲିସ ସମସ୍ତଙ୍କୁ ପଚରାଉଚରା କରିଲା ପରେ ଅଭି ଯୁକ୍ତ ଧରା ପଡ଼ିଲା

Facebook | Archive

ଏହି ଘଟଣା ନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେହି ଷ୍ଟେସନ୍ ମାଷ୍ଟରଙ୍କ ଫୋଟୋ ମଧ୍ୟ ଦିଆ ଯାଇଛି। ଭିଡିଓ ସେୟାର କରି ଦାବି କରା ଯାଉଛି ଯେ ବାଲାସୋର ଟ୍ରେନ୍ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ କଂଗ୍ରେସ ମୋହମ୍ମଦ ଶରିଫ ପଶ୍ଚିମବଙ୍ଗର ଏକ ମଦରସାରେ ଲୁଚି ରହିଥିଲା। ତାଙ୍କୁ ସିବିଆଇ ଗିରଫ କରିଛି। ବର୍ତ୍ତମାନ ସିବିଆଇ, ଇଡ଼ି ଏବଂ ପୋଲିସ ତାଙ୍କୁ ପଚରାଉଚରା କରୁଛି।

Facebook

ଆମ ଅନୁସନ୍ଧାନ: 

ଏହି ପୋଷ୍ଟରେ ଦୁଇଟି ଦାବି କରା ଯାଇଥିବା ମିଳିଲା। ପ୍ରଥମ ଦାବି ଅନୁଯାୟୀ ଭାଇରାଲ ଭିଡିଓ ଏବଂ ଫୋଟୋ ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣା ସହିତ ଜଡିତ ଏବଂ ସିବିଆଇ ମୁଖ୍ୟ ଅଭିଯୁକ୍ତଙ୍କୁ ମାଡ ମାରୁଛନ୍ତି। ଦ୍ଵିତୀୟ ଦାବି ହେଉଛି ଭାଇରାଲ ଭିଡିଓରେ ଯେଉଁ ଷ୍ଟେସନ୍ ମାଷ୍ଟରଙ୍କ ଫୋଟୋ ଅଛି ସେ ହେଉଛନ୍ତି ମୋହମ୍ମଦ ଶରିଫ ଯିଏ ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣା ସମୟରେ ଷ୍ଟେସନ୍ ମାଷ୍ଟର ଥିଲେ। 

ଆମ ଅନୁସନ୍ଧାନରେ ଆମେ ଗୋଟିଏ ଗୋଟିଏ କରି ଦୁଇଟି ଦାବିକୁ ଖଣ୍ଡନ କରିଛୁ ଯାହାକୁ ଆପଣ ମାନେ ନିମ୍ନରେ ବିସ୍ତାର ସହିତ ପଢି ପାରିବେ। 

ପ୍ରଥମ ଦାବି: 

ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଏହି ଫୋଟୋର ଅସଲି ଘଟଣା ନେଇ ଆମକୁ reditt ୱେବସାଇଟରୁ ପ୍ରମାଣ ମିଳିଲା। ଏହି ଘଟଣାର ଏକ ଭିଡିଓ ଆମକୁ ୱେବସାଇଟରେ ୨ ବର୍ଷ ପୂର୍ବରୁ ପୋଷ୍ଟ ହେଇଥିବା ମିଳିଲା। ଏହାର ଅନୁଯାୟୀ, ଭିଡିଓଟି ମେକ୍ସିକୋ ଦେଶର ଅଟେ ଯେଉଁଠାରେ ଗୋଟିଏ ଚୋରକୁ ଏପରି ନିର୍ଦ୍ଦୟ ଭାବରେ ମାଡ ମାରୁଛନ୍ତି। 

ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ସମାନ ଭିଡିଓ ଅଲାଇଭଗୋର ଏବଂ ଗୋରେସେଣ୍ଟର ନାମକ ୱେବସାଇଟରେ ମଧ୍ୟ ପ୍ରସାରିତ ହୋଇଥିଲା। ସୂଚନା ଅନୁଯାୟୀ କିଛି କମ୍ପାନୀ ସଂଘର ସଦସ୍ୟ ମାନ୍ୟ ଏହି ଭିଡିଓରେ ଗୋଟିଏ ଚୋରକୁ ମାରୁଛନ୍ତି। 

ଉପରୋକ୍ତ ତଥ୍ୟରୁ ଏହା ପ୍ରମାଣିତ ହେଉଛି ଯେ ଭାଇରାଲ ଫୋଟୋ ଏବଂ ଭିଡିଓ ୨ ବର୍ଷ ପୁରୁଣା ଅଟେ ଏହାର ନିକଟରେ ଓଡିଶା ଟ୍ରେନ୍ ଦୁର୍ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ। 

ଦ୍ଵିତୀୟ ଦାବି: 

କ’ଣ ଭାଇରାଲ ଭିଡିଓରେ ଥିବା ଷ୍ଟେସନ୍ ମାଷ୍ଟରଙ୍କ ଓଡିଶା ଟ୍ରେନ୍ ଦୁର୍ଘଟଣା ସହିତ କିଛି ସମ୍ପର୍କ ଅଛି? ଆମେ ଫୋଟୋକୁ ଗଭୀରତା ସହିତ ଦେଖିବା ପରେ ଜାଣିଲୁ ଯେ ସେଠାରେ ଯେଉଁ ପେନାଲ୍ ଅଛି ସେଥିରେ ବୋରାଗୁହାଲୁ ଲେଖା ଯାଇଛି। 

ଗୁଗୁଲରେ ସର୍ଚ୍ଚ କରିବା ଅଆରେ ଆମେ ଜାଣିଲୁ ଯେ ବୋରାଗୁହାଲୁ ଆନ୍ଧ୍ରପ୍ରଦେଶ ରାଜ୍ୟରେ ଅବସ୍ଥିତ ଏକ ରେଳବାଇ ଷ୍ଟେସନର ନାମ। 

ଅଧିକ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ବିକାଶ ଚନ୍ଦର ନାମକ ଜଣେ ଫୋଟୋଗ୍ରାଫରଙ୍କ ୱେବସାଇଟରେ ମିଳିଲା। ବିବୃତ୍ତି ଅନୁଯାୟୀ, ଏହି ଫୋଟୋ ୨୦୦୪ ମସିହାରେ ବୋରାଗୁହାଲୁ ଷ୍ଟେସନ୍ ରେ ନିଆ ଯାଇଥିଲା। ଫୋଟୋ ସହିତ ଉଲେଖ କରା ଯାଇଛି, “ଆମେ ଷ୍ଟେସନ୍ ଫେରି ଆସିଲୁ ଆଉ ଷ୍ଟେସନ୍ ମାଷ୍ଟରଙ୍କ ସହ ଭୋଜନ କରିଲୁ।”

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଫୋଟୋ ୧୯ ବର୍ଷ ପୁରୁଣା ଅଟେ ଏବଂ ନିକଟରେ ହେଇଥିବା ଟ୍ରେନ୍ ଦୁର୍ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ। 

ଅଧିକ ଅନୁସନ୍ଧାନରେ ଆମେ ଏକ ଟୁଇଟ୍ ପାଇଲୁ ଯେଉଁଥିରେ ଦକ୍ଷିଣ ପୂର୍ବ ରେଳବାଇ ନିଶ୍ଚିତ କରିଛି ଯେ କୌଣସି ରେଳ କର୍ମଚାରୀ ନିଖୋଜ ନାହାଁନ୍ତି ଏବଂ ସମସ୍ତେ ତଦନ୍ତରେ ସହଯୋଗ କରୁଛନ୍ତି।

ଦକ୍ଷିଣ ପୂର୍ବ ରେଳବାଇର ସି.ଆର.ପି. ଆଦିତ୍ୟ କୁମାର ଚୌଧରି କହିଛନ୍ତି, “କିଛି ଗଣମାଧ୍ୟମ ରିପୋର୍ଟରେ କୁହା ଯାଉଛି ଯେ ବାହାନାଗାର କିଛି କର୍ମଚାରୀ ନିଖୋଜ ଅଛନ୍ତି। ଏହା ବାସ୍ତବରେ ଭୁଲ ଅଟେ। ସମସ୍ତ କର୍ମଚାରୀ ଉପସ୍ଥିତ ଅଛନ୍ତି ଏବଂ ପଚରାଉଚରା ପାଇଁ ଅନୁସନ୍ଧାନକାରୀ ଏଜେନ୍ସି ସିବିଆଇରେ ହାଜର ହୋଇଛନ୍ତି। କୌଣସି କର୍ମଚାରୀ ନିଖୋଜ କିମ୍ବା ନାହାଁନ୍ତି। ଏ ସମ୍ପର୍କରେ ଗଣମାଧ୍ୟମ ରିପୋର୍ଟ ବିଭ୍ରାନ୍ତିକର ଅଟେ।

ଏହା ପରେ ଆମେ ଆଦିତ୍ୟ କ୍ୟୁମାର ଚୌଧରିଙ୍କ ସହିତ ଯୋଗାଯୋଗ କରିଲୁ। ସେ ଭାଇରାଲ ଦାବିର ଖଣ୍ଡନ କରି କହିଛନ୍ତି ଯେ ବାଲେସବାରର ବାହାନଗା ଷ୍ଟେସନରେ ଶରିଫ ଅଲି ନାମକ କୌଣସି କର୍ମଚାରି ନାହାଁନ୍ତି। ସେଠିକାର ଷ୍ଟେସନ୍ ମାଷ୍ଟରଙ୍କ ନାମ ହେଉଛି ଏସବି ମୋହାନ୍ତି। ଦୁର୍ଘଟଣା ପରେ ଏସବି ମୋହାନ୍ତିଙ୍କ ଫରାର ହେଇଥିବା ଦାବିର ମଧ୍ୟ ସେ ଖଣ୍ଡନ କରିଛନ୍ତି ଏବନ କହିଛନ୍ତି ଯେ ଏସବି ମହାନ୍ତି ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଥିଲେ।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ଏବଂ ଭିଡିଓର ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଭିଡିଓ ଦୁଇ ବର୍ଷ ପୁରୁଣା ଅଟେ। ଅଧିକାରୀଙ୍କ କହିବା ଅନୁଯାୟୀ, ମୋହମ୍ମଦ ଶରିଫ ନାମରେ କୌଣସି କର୍ମଚାରୀ ନାହାଁନ୍ତି। ଯେଉଁ ଷ୍ଟେସନ୍ ମାଷ୍ଟରଙ୍କ ଫୋଟୋ ଭାଇରାଲ ହେଉଛି ତାହା ଆନ୍ଧ୍ରପ୍ରଦେଶ ରାଜ୍ୟର ୧୯ ବର୍ଷ ପୁରୁଣା ଫୋଟୋ ଅଟେ। 

Avatar

Title:ଓଡିଶା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ଅଧିକାରୀମାନେ ନିର୍ଦ୍ଦୟ ଭାବରେ ଅଭିଯୁକ୍ତଙ୍କୁ ମାଡ ମାରୁଛନ୍ତି କି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *