
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଅଧିକାରୀ ଏକ ସ୍ଥାନରେ ରେଡ୍ କରି ଅନେକ ନଗଦ ଜବତ କରିଛନ୍ତି ଏବଂ ସେମାନେ ଜବତ କରା ଯାଇଥିବା ନଗଦର ଗଣନା କରୁଛନ୍ତି। ଏହି ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ରେଡର ଏହି ଦୃଶ୍ୟ ଗୁଜୁରାଟ ଆମ୍ ଆଦମୀ ପାର୍ଟି ନେତା ଶେଖର ଅଗ୍ରୱାଲଙ୍କ ଘରର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଗୁଜୁରାଟର ଆମ୍ ଆଦମୀ ପାର୍ଟି ନେତା ଘରେ ରେଡର ଭିଡିଓ ନୁହେଁ, ବରଂ କୋଲକାତାର ଜଣେ ବ୍ୟବସାୟୀଙ୍କ ଗାରେ ହୋଇଥିବା ରେଡର ଭିଡିଓ ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଏହା କୌଣସି ବ୍ୟାଙ୍କ କିମ୍ବା କମ୍ପାନୀ ନୁହେଁ ଏହା ହେଉଛି ଆମ ଆଦମୀ ପାର୍ଟି ନେତା ସୁରତ ଶେଖର ଅଗ୍ରୱାଲ ଙ୍କ ଘର ଯେଉଁଠି ଏବେ ED ରେଡ କରିଛି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓ ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୧ ସେପ୍ଟେମ୍ବର ୨୦୨୨ ରେ ଜି ନ୍ଯୁଜର ୟୁଟ୍ଯୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ ଭାଇରାଲ ଭିଡିଓ କୋଲକାତା ସହରର ଘଟଣା ଅଟେ। ଇଡ଼ି ନିସାର ଅହମଦ ଖାନ ନାମକ ଜେନ ବ୍ୟବସାୟୀଙ୍କ ଘରେ ଚାପା ମାରିଥିଲା। ଏହି ରେଡରେ ଇଡ଼ି କୁ ୧୭ କୋଟିରୁ ଉର୍ଦ୍ଧ ନଗଦ ଟଙ୍କା ଘରେ ରଖା ହେଇଥିବା ମିଳିଥିଲା। ଟଙ୍କାର ସଂଖ୍ୟା ଏତେ ଥିଲା ଯେ ଗଣନା କରିବା ପାଇଁ ୮ ଟି ମେଶିନ ବ୍ୟବହାର କରା ଯାଇଥିଲା।
ଇଡ଼ି କେବଳ ନିସାର ଅହମଦଙ୍କ ଘରେ ନୁହେନବରଙ୍ଗ ବାଙ୍ଗାଲର ୬ ଟି ଭିନ୍ନ ସ୍ଥାନରେ ଚାପା ମାରିଥିଲା। ଏକ ମୋବାଇଲ୍ ଗେମିଂ ଏପ୍ ମାଧ୍ୟମରେ ସ୍କାମ୍ କରି ଲୋକଙ୍କ ଠାରୁ ପଇସା ଲୁଟ କରା ଯାଇଥିଲା। ସୂଚନା ମିଳିବା ପରେ ଇଡ଼ି ଏହି ଏପ୍ ଜଡିତ ୬ ଟି ଲୋକଙ୍କ ଉପରେ ରେଡ୍ କରିଥିଲା।
ଏହି ଭିଡିଓରେ ଆମେ ଭାଇରାଲ କ୍ଲିପକୁ ୧.୩୦ ମିନିଟ ପରେ ଦେଖି ପାରିବେ।
୧୧ ସେପ୍ଟେମ୍ବର ୨୦୨୨ ରେ ଏନଡ଼ିଟିଭି ରିପୋର୍ଟ ଅନୁଯାୟୀ, କୋଲକାତାର ଗାର୍ଡେନ ରିଚ୍ ଅଞ୍ଚଳର ବାସିନ୍ଦା ଆମିର ଖାନଙ୍କ ଘରେ ଇଡ଼ି ରେଡ୍ କରିଥିଲା। ଆମିର ଖାନ ଏକ ଜାଲ୍ ମୋବାଇଲ ଗେମ୍ କମ୍ପାନୀ ଇ-ନଗେଟ୍ସ ସହିତ ଯୋଡି ହେଇଥିଲେ। ଏହି ଜାଲ୍ କମ୍ପାନୀ ବିଷୟରେ ପୋଲିସ ନିକଟରେ ଏତଲା ପ୍ରଥମ ଥର ପାଇଁ ୨୦୨୧ ରେ ଦିଆ ଯାଇଥିଲା। ଏହି ଏପ୍ ସହିତ ଜଡିତ ଅନ୍ୟ ଲୋକଙ୍କ ଘରେ ମଧ୍ୟ ଇଡ଼ି ରେଡ୍ ମାରିଥିଲା ଯେଉଁଥିରେ ୧୭ କୋଟି ୩୨ ଲକ୍ଷ ଟଙ୍କା ଜବତ କରା ଯାଇଥିଲା। ଜବତ ନଗଦରେ ବହୁ ସଂଖ୍ୟାରେ ୨୦୦୦, ୫୦୦ ଆଉ ୨୦୦ ଟଙ୍କାର ନୋଟ୍ ଥିଲା।

ଏହି ଘଟଣା ନେଇ ୧୨ ସେପ୍ଟେମ୍ବର ୨୦୨୨ ରେ ଇଡ଼ି ଦ୍ଵାରା ଏକ ଟୁଇଟ କରା ଯାଇଥିବା ମିଳିଲା। ଏହି ଟୁଇଟରେ କୁହା ଯାଇଛି ଯେ ସେମାନେ ଗୋଟିଏ ମୋବାଇଲ୍ ଗେମିଂ ଏପ୍ ବିରୁଦ୍ଧରେ କୋଲକାତାର ୬ ଟି ସ୍ଥାନରେ ରେଡ୍ କରିଥିଲେ। ଏହି ରେଡ୍ ରେ ୧୭.୩୨ କୋଟି ଟଙ୍କା ଜବତ କରା ଯାଇଥିଲା।
ଫ୍ୟାକ୍ଟ କ୍ରିଷେଣ୍ଡୋ ଗୁଜୁରାଟ ଦଳ ଆମ୍ ଆଦମୀ ପାର୍ଟି ନେତା ଗୋପାଳ ଇଟାଳିଆଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲା। ସେଠାରୁ ସୂଚନା ମିଳିଥିଲା କେ ଗୁଜୁରାଟ ଆମ୍ ଆଦମୀ ପାର୍ଟିରେ ଶେଖର ଅଗ୍ରୱାଲ ନାମକ କୌଣସି ନେତା ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ଭିଡିଓ ଗୁଜୁରାଟର ନୁହେଁ ବରଂ କୋଲକାତାରେ ୨୦୨୨ ରେ ହେଇଥିବା ଏକ ରେଡର ଭିଡିଓ ଅଟେ। ଏହି ରେଡ୍ ଏକ ଜାଲ୍ ମୋବାଇଲ୍ ଗେମିଂ ଏପ୍ କମ୍ପାନୀ ସଦସ୍ୟଙ୍କ ଘରେ ହୋଇଥବା ଏକ ରେଡର ଭିଡିଓ ଅଟେ।

Title:କ’ଣ ଏହି ଭିଡିଓରେ ଇଡି ଗୁଜରାଟର ଆମ୍ ଆଦାମୀ ପାର୍ଟି ନେତା ଶେଖର ଅଗ୍ରୱାଲଙ୍କ ଘରେ ରେଡ୍ କରୁଛି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
