କ’ଣ ଗଛରେ ଝୁଲେଇ ଜଣେ ମହୁଇଲାଙ୍କ ଉପରେ ଅତ୍ୟାଚାର କରୁଥିବା ଏହି ଭିଡିଓ ମଣିପୁରର ଘଟଣା ଅଟେ? ଜାଣନ୍ତୁ ସତ୍ୟ।

False Social

ମଣିପୁରରେ ଚାଲିଥିବା ହିଂସାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନେକ ଭିଡିଓକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛି। 

ଏହି ପ୍ରସଙ୍ଗରେ ଆହୁରି ଗୋଟିଏ ଭିଡିଓ ସାମନାକ୍ୟୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ଗୋଟିଏ ମହିଳାକୁ ଗଛରେ ବାନ୍ଧି ଝୁଲେଇଛନ୍ତି ଏବଂ ତାଙ୍କ ଉପରେ ବାଡ଼ିରେ ଆକ୍ରମଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ସମ୍ପ୍ରତ୍ତି ସମୟରେ ମଣିପୁର ରାଜ୍ୟର ଗୋଟିଏ ଘଟଣା ଅଟେ ଯେଉଁଥିରେ ଲୋକ ମାନେ ଜଣେ ମହିଳାଙ୍କ ଉପରେ ଅତ୍ୟାଚାର କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମଧ୍ୟପ୍ରଦରେଶର ଏକ ପୁରୁଣା ଘଟଣା ଅଟେ ଏବଂ ଏହାର ମଣିପୁରରେ ହେଉଥିବା ହିଂସା ସହିତ କୌଣସି ସମ୍ବନ୍ଧ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ମଣିପୁର୍ ର ଆଉ ଗୁଟେ ଛାତିଥରା ଭିଡିଓ । ବର୍ତ୍ତମାନ ମଣିପୁର୍ ରେ ଇଣ୍ଟରନେଟ୍ ସେବା ବନ୍ଦ ଅଛେ । ଯେନ୍ ଦିନ ଇଣ୍ଟରନେଟ୍ ଚାଲବା ଏନତା ଅନେକ୍ ଭିଡିଓ ସାମ୍ନା କେ ଆସବା । ମୋଦି ସରକାର୍ ଟିକେ ତ ମୁନୁଷପଣିଆ ଦେଖ ।। ନିଜର୍ ରାଜନୀତି ଲାଗିଁ ଦେଶ୍ ରେ ସ୍ଥିତି କେ ବିଶୃଙ୍ଖଳିତ କରବାର୍ ଟା ପ୍ରକୃତ ରେ ଦୁଖର୍ କଥା ଆଏ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭିଡିଓର ଗୋଟିଏ ଫୋଟୋ ୩ ଜୁଲାଇ ୨୦୨୧ ରେ ହୁଡ଼ଦଙ୍ଗ ନ୍ୟୁଜ୍ ନାମକ ଗୋଟିଏ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। 

ରିପୋର୍ଟ ଅନୁଯାୟୀ, ଏହି ଘଟଣା ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାର ଘଟଣା ଅଟେ। ପୀଡ଼ିତା ମହିଳାଙ୍କ ଚରିତ୍ର ଉପରେ ସନ୍ଦେହ କରି ତାଙ୍କ ପରିବାର ଏବଂ ସମ୍ପର୍କୀୟ ଲୋକମାନେ ତାଙ୍କୁ ଗୋଟିଏ ଗଛରେ ବାନ୍ଧି ମାରିଥିଲେ। ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ତାଙ୍କ ପିତାଙ୍କ ସହ ତାଙ୍କ ତିନି ଭାଇ ଥିଲେ। ଏହି ଘଟଣାରେ ଯୁବତୀ ଗମ୍ଭୀର ଅବସ୍ଥାରେ ଆଘାତ ହୋଇଥିଲେ। ପୋଲିସ ଯୁବତୀଙ୍କ ପିତା ଏବଂ ତାଙ୍କ ଭାଇଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। 

ଉପରୋକ୍ତ ଖବରକୁ ନଜରରେ ରାଖୀ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ୩ ଜୁଲାଇ ୨୦୨୧ ରେ ଟାଇମ୍ସ ନାଓ ୱେବସାଇଟରେ ଏହି ଘଟଣାର ଏକ ରିପୋର୍ଟ ପ୍ରକାଶିତ ହେଇଥିଲା। ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାର ଜଣେ ୧୯ ବର୍ଷର ଆଦିବାସୀ ମହିଳାଙ୍କୁ ଟାଣି ଗଛରେ ଟାଙ୍ଗି ଦିଆଯିବା ସହ ତାଙ୍କ ପିତା ଏବଂ ସମ୍ପର୍କୀୟଙ୍କ ଦ୍ୱାରା ବାଡ଼ିରେ ପିଟିପିଟି ଅତ୍ୟାଚାର କରାଯାଇଥିଲା। ଏହି ମହିଳା ବିବାହ କରିବା ପରେ ତାଙ୍କ ସ୍ଵାମୀ ଗୁଜୁରାଟରେ ଦାଦନ କାମ କରିବାକୁ ଚାଲି ଯାଇଥିଲେ। ମହିଳା ଜଣକ ତାଙ୍କ ବିବାହ ଘରେ ଖୁସି ନଥିଲେ, ସେଠାରେ ତାଙ୍କ ସହିତ ଘରୋଇ ହିଂସା ହେଉଥିଲା। ସେ ଦ୍ୱିତୀୟ ଥର ପାଇଁ ତାଙ୍କ ଶାଶୁଘରରୁ ପଳାଇ ଆସି ତାଙ୍କ ମାମୁଁଙ୍କ ଘରେ ରହିବା ଆରମ୍ଭ କରିଥିଲେ। ଏହି କାରଣରୁ ତାଙ୍କ ଘର ଲୋକ କ୍ରୋଧିତ ହୋଇ ତାଙ୍କ ସହିତ ଏପରି ବ୍ୟବହାର କରିଥିଲେ। ପୋଲିସ ସମସ୍ତ ୪ ଜଣ ଅପରାଧୀଙ୍କୁ ଗିରଫ କରିଛି। 

ଏହି ଘଟଣା ଜଡ଼ିଦ ଆମକୁ ହିନ୍ଦୁସ୍ଥାନ ଟାଇମ୍ସର ୟୁଟ୍ୟୁବ ଭିଡିଓ ମିଳିଲା ଯେଉଁଥିରେ ପୋଲିସ ଅଧିକାରୀ ଘଟଣା ବିଷୟରେ କହୁଛନ୍ତି। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଏହା ମଧ୍ୟପ୍ରଦେଶର ଏକ ପୁରୁଣା ଭିଡିଓ ଅଟେ ଯେଉଁଥିରେ ପାରିବାର ଏବଂ ସମ୍ପର୍କୀୟ ଲୋକ ମାନେ ମହିଳାଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ମଧ୍ୟପ୍ରଦେଶର ପୁରୁଣା ଘଟଣା କୁ ସମ୍ପ୍ରତ୍ତି ସମୟରେ ମଣିପୁରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:କ’ଣ ଗଛରେ ଝୁଲେଇ ଜଣେ ମହୁଇଲାଙ୍କ ଉପରେ ଅତ୍ୟାଚାର କରୁଥିବା ଏହି ଭିଡିଓ ମଣିପୁରର ଘଟଣା ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *