
କର୍ଣ୍ଣାଟକର ହିଜାବ ବିବାଦ ମଧ୍ୟରେ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ, ଜଣେ ମହିଳା ପାଣି ଟାଙ୍କି ଉପରେ ହାଜବକୁ ଜାଳି ଦେଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ହିଜାବ ବିରୋଧ ସହ ଯୋଡି ସେୟାର କରାଯାଉଛି। ଭିଡିଓଟି କ୍ୟାପସନ୍ ସହିତ ସେୟାର କରାଯାଉଛି ଯେ ‘ମହିଳା ହିଜାବକୁ ଜାଳିଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଜକୁ ଜାଳି ଦେଇଥିଲେ’ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭିଡିଓ 2010ର ଅଟେ।
10 ଫେବୃଆରିରେ Mardaraj Debabrata Jena Lipu ନାମକ ଜଣେ ଫସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, ହିଜାବ ଜାଳିବାକୁ ଯାଇ କିଛି କଳା ମୁହାଁ ବାନର ଙ୍କ ଦେହ ରେ ନିଆଁ ଲାଗି ଗଲା…. ଘୃଣା ବାଣ୍ଟିବା ଲୋକ ଘୃଣା ହିଁ ବାଣ୍ଟିବେ…।
ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ହିଜାର ବିବାଦ ପରେ ଜଣେ ମହିଳା ହିଜାବ ଜାଳିବାକୁ ଯାଇ କିଛି କଳା ମୁହାଁ ବାନର ଙ୍କ ଦେହ ରେ ନିଆଁ ଲାଗି ଗଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭିଡିଓ ଆମକୁ Zee News ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଯାହାକି 2010ରେ ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁସାରେ ପଞ୍ଜାବର କାପୁରଥାଲାସ୍ଥିତ ଏକ ପାଣି ଟାଙ୍କି ଉପରେ ନିଜକୁ ପୋଡି ଦେଇଥିବା ଜଣେ ବିରୋଧୀ ମହିଳା ଶିକ୍ଷକଙ୍କ ମୃତ୍ୟୁ ବିଷୟରେ ଏହି ରିପୋର୍ଟରେ ଅଛି। ଏହି ଘଟଣା ଘଟିଛି ଯେତେବେଳେ ରାଜ୍ୟରେ EGS ଶିକ୍ଷକମାନେ ଶିକ୍ଷା ମନ୍ତ୍ରୀ ଉପୀନ୍ଦ୍ରଜିତ୍ କୌରଙ୍କ ବାସଭବନ ନିକଟରେ ବିରୋଧ କରିଥିଲେ। ଏହି ପ୍ରତିବାଦରେ କିରଣଜିତ୍ କୌର ନିଜକୁ ଜାଳି ଦେଇଥିଲେ ଏବଂ ତାଙ୍କୁ ଶେଷ ନିଶ୍ୱାସ ତ୍ୟାଗ କରି ଜଲନ୍ଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବଶିଷ୍ଟ ଶିକ୍ଷକମାନେ ଘଟଣା ପରେ ମଧ୍ୟ ନିଜର ବିରୋଧ ଜାରି ରଖିଥିଲେ।
ପ୍ରକୃତ ଘଟଣା ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ କୀୱାର୍ଡ ସର୍ଚ୍ଚ କରିଲୁ। ଫେବୃଆରୀ 8 ତାରିଖ ଦିନ NDTV ର ଏକ ରିପୋର୍ଟ ଅନୁସାରେ, ଏହି ଭିଡିଓ ପଞ୍ଜାବର କାପୁରଥାଲାର ଅଟେ। ପୀଡିତାଙ୍କ ନାମ କିରଣଜିତ୍ କୌର ଜଣେ ଶିକ୍ଷକ ଥିଲେ ଏବଂ 370 (EGS) ଶିକ୍ଷକଙ୍କ ଆଡମିଶନ ଦାବିରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପାଣି ଟାଙ୍କି ଉପରକୁ ଚଢ଼ି ଅନ୍ୟ କେତେକ ଶିକ୍ଷକଙ୍କ ସହ ବିରୋଧ କରିଥିଲେ। ସେ ନିଜକୁ ନିଆଁ ଲଗାଇଦେଲେ ଏବଂ ପ୍ରାୟ 90% ପୋଡ଼ିଗଲା ଏବଂ ପରେ ସେ ପ୍ରାଣ ହରାଇଲେ।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, 10 ବର୍ଷ ପୁରୁଣା ଭିଡିଓକୁ ଚାଲୁଥିବା ହିଜାବ ବିବାଦ ସହ ଧାଡି ମିଥ୍ୟା ଦାବି କରାଯାଇଛି। 2010 ରେ ପଞ୍ଜାବରେ EGS ଶିକ୍ଷକମାନଙ୍କ ପ୍ରତିବାଦ କରୁଥିବାବେଳେ ଭିଡିଓରେ ଥିବା ଏହି ମହିଳାଙ୍କର ମୃତ୍ୟୁ ହୋଇଥିଲା।

Title:2010 ରେ ଭିଡିଓକୁ ହିଜାବ ବିବାଦ ସହ ଧାଡି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
