
କୋରୋନାକୁ ନେଇ ସମଗ୍ର ବିଶ୍ୱ ଲକଡାଉନରେ ଥିବା ସମୟରେ ପଶୁ ପକ୍ଷୀ ନିର୍ଭୟରେ ବୁଲୁଥିବାର ଅନେତ ଭିଡ଼ିଓ ଏବଂ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହା ଭିଡ଼ିଓ ଏବଂ ଫୋଟୋ ଲୋକଙ୍କୁ ଖୁସି ମଧ୍ୟ କରୁଛି। ତେବେ ଏଥି ମଧ୍ୟରେ Satyajit Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଆକାଶରେ ଅସଂଖ୍ୟ ପକ୍ଷୀ ବୁଲୁଥିବାର ଦେଖା ଯାଉଛନ୍ତି। ସଂଖ୍ୟା ବହୁଳରେ ପକ୍ଷୀମାନେ ଆକାଶରେ ଘୁରି ବୁଲୁଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଲକଡାଉନ ପ୍ରଭାବରେ ପିରବେଶ ସୁସ୍ଥ ହୋଇଛି ଏବଂ ଏହା ସୁସ୍ଥ ପରିବେଶକୁ ପକ୍ଷୀମାନେ ଉପଭୋଗ କରୁଥିବାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଦୁଇ ହାଜାରରୁ ଅଧିକ ଦେଖ ସାରିଛନ୍ତି। ପୋଷ୍ଟକୁ 33 ଥର ସେୟାର କରାଯାଇଛି ଏବଂ ପୋଷ୍ଟକୁ 141 ଲାଇକ ମିଧ୍ୟ ମିଳିଛି। ତଳେ ପୋଷ୍ଟ ଦେଖନ୍ତୁ।
ପୋଷ୍ଟର Archive ଲିଙ୍କ ଦେଖନ୍ତୁ। ତେବେ କଣ ଆକାଶରେ ଉଡୁଥିବା ପକ୍ଷୀଙ୍କର ଭାଇରାଲ ଭିଡ଼ିଓ ଲକଡାଉନ ସମୟର ଅଟେ। କଣ ଲକଡାଉନରେ ସୁସ୍ଥ ପରିବେଶ ହେବାରୁ ପକ୍ଷୀମାନେ ଏପରି ଆକାଶରେ ଘୁରି ବୁଲୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡ଼ିଓକୁ ଇନବିଡ଼ରେ ପକାଇ ଫୋଟୋରେ ଭାଙ୍ଗୀଲୁ। ଏହା ପରେ ମିଳିଥିବା ଫଳୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଭିଡ଼ିଓର କିଛି ଲିଙ୍କ ମିଳିଲା। ଫେବୃଆରୀ 11, 2020 ରେ Chirag Thumar ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡ଼ିଓ ଅପଲୋଡ୍ କରିଥିବାର ଏକ ପାଇଲୁ। ଭିଡିଓରେ ଦିଆଯାଇଥିବା କ୍ୟାପସନରୁ ଜଣାପଡିଛି ଯେ ଭାଇରାଲ ଭିଡ଼ିଓକୁ ରିଭର୍ସ କରି ପକ୍ଷୀମାନଙ୍କର ଉଡ଼ିବାର ଦେଖା ଯାଇଛି। ଅହମ୍ମଦାବାଦର ସାବରମତି ନଦୀ କୂଳ ପାଖର ଏହି ଭିଡ଼ିଓ କ୍ଲିପଥିବାର ଅନୁମାନ କରାଯାଉଛି। ଭାଇରାଲ ଭିଡ଼ିଓ ଫେବୃଆରି ମାସର ଅଟେ ଅର୍ଥାତ୍ ଭିଡ଼ିଓ ଲକଡାଉନ ପୂର୍ବର ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
Birds 🐦 flying at Riverfront pic.twitter.com/5KYpLsR60k
— Chirag Thumar #StayAtHome 🏠 (@ThumarChirag) February 11, 2020
ଏହା ପରେ ଆମକୁ ଭାଇରାଲ ଭିଡ଼ିଓ The times of india ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଜାହାକି 12 ଫେବୃଆରି 2020ରେ ପୋଷ୍ଟ କରାଯାଇଛି। ଭିଡିଓର ବର୍ଣ୍ଣନାରେ ଲେଖାଅଛି ଯେ, ଶହ ଶହ ପକ୍ଷୀ ଆକାଶରେ ଏକାଠି ହେବାବେଳେ ଅହମ୍ମଦାବାଦ ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟଚକିତ କରାଯାଇଥିଲା। ଭାଇରାଲ ଭିଡ଼ିଓ ଅହମ୍ମଦାବାଦର ଅଟେ। କିନ୍ତୁ ଭାଇରାଲ ଭିଡ଼ିଓ ଲକଡାଉନ ପୂର୍ବର ଅଟେ। ଜେବେକି ଭାରତରେ କୋରୋନା ପାଇଁ ଲକଡାଉନ 22 ମାର୍ଚ୍ଚ ଠାରୁ ଆରମ୍ଭ ହୋଇଥିଲା। ତଳେ ଭିଡ଼ିଓ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡିଆରେ ଲକଡାଉନ କାରଣରୁ ସୁସ୍ଥ ହୋଇଥିବା ଆକାଶରେ ପକ୍ଷୀମାନେ ଉଡୁଥିବା ଦାବିରେ ଭାଇରାଲ ହେଉଥିବା ଭିଡ଼ିଓ ଲକଡାଉନ ପୂର୍ବର ଅଟେ ଅର୍ଥାତ୍ ଫେବୃଆରି ମାସର ଅଟେ। ଜେବେକି ଭାରତରେ କୋରୋନାକୁ ନେଇ ଲକଡାଉନ ମାର୍ଚ୍ଚ 22ରୁ ଆରମ୍ଭ ହୋଇଛି।

Title:ତିନି ମାସ ପୁରୁଣା ଭିଡ଼ିଓକୁ ଭାରତରେ ଲକଡାଉନ୍ ସମୟରେ ପକ୍ଷୀମାନେ ସୁସ୍ଥ ଆକାଶରେ ଘୁରିବୁଲୁଥିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False