
୧୭ ଅଗଷ୍ଟ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋସ୍ତ କରି ଦାବି କରିଛନ୍ତି ଯେ ସ୍ଵାଧୀନତା ଦିବସ ଦିନ ବିଜେପି ଦଳ ନିଜ ପାର୍ଟି ପତାକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ (National Anthem) ଗାଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ବିଜେପି ସରକାର ବେସୀ ଦିନ ସାଶନରେ ରହିଲେ ତିରଙ୍ଗା କାଢିକି ବିଜେପି ପତାକା କୁ ଜାତୀୟ ପତାକା ଘୋଷଣା କରି ଦେବେ।
ଏହି ଭିଡିଓରେ ଆମେ ଦେଖିବା କୁ ପାଇଲୁ ଯେ ଗୋଟିଏ ସମେଳନ ରେ କିଛି ବିଜେପି କରଜ୍ୟକରତା ପାର୍ଟି ପତାକା ଉତ୍ତୋଳିତ କରୁଛନ୍ତି। ଏହା ସହିତ ଜଣେ ଭିଡ଼ ଜମିଥିବା ଲୋକଙ୍କୁ ନିର୍ଦେଶ ଦେଉଛନ୍ତି ଯେ ବର୍ତମାନ ଜାତୀୟ ସଙ୍ଗୀତ ଗାଁ ହେବ, ଶେଠୀପାଇଁ ସମସ୍ତେ ସାବଧାନ ଅବସ୍ତା ରେ ଆସି ଯାଅନ୍ତୁ। ଏହା ପରେ ପତାକା ଉତ୍ତୋଳିତ କରି ସମସ୍ତେ ଜାତୀୟ ସଙ୍ଗୀତ ଗାଁ କରିଲେ।
https://www.facebook.com/groups/112203519355541/permalink/756723058236914/
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତା ରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ଘଟଣା ବିଷୟରେ କିଛି ତଥ୍ୟ ମିଳିଲା। ଏହି ଭିଡିଓ ଆମକୁ ୨୫ ମେ ୨୦୧୮ ମସିହାରେ ୟୁଟ୍ୟୁବ ରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରୁ ଆମକୁ ଅଧିକ ତଥ୍ୟ ମିଳିଲା ନାହିଁ, କିନ୍ତୁ ଏହା ଦ୍ଵାରା ସ୍ପଷ୍ଟ ହେଇ ଗଲା ଯେ ଏହି ଭିଡିଓ ଚଳିତ ବର୍ଷର ନୁହେଁ। ଏହା ୨୦୧୮ ମସିହାର ଭିଡିଓ ଅଟେ। ୨୫ ମେ ରେ ପୋସ୍ତ ହେଇଥିବା ଏହି ଭିଡିଓରୁ ଏହା ମଧ୍ୟ ସ୍ପଷ୍ଟ ହେଲା ଯେ ଏହାର ସ୍ଵାଧୀନତା ଦିବସ ସହିତ କୌଣସି ସମ୍ବନ୍ଧ ନାହିଁ।
ଏହା ପରେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ୧୫ ମାର୍ଚ ୨୦୧୮ ମସିହାରେ ଫ୍ରି ପ୍ରେସ ଜର୍ନାଲ ନାମକ ପତ୍ରିକାରେ ପ୍ରକାଶିତ ହେଇ ଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି। ପଞ୍ଚାଯତ ଚଳୋ ଅଭିୟାନ ସମୟରେ ବିଜେପି ପତାକା ଉତ୍ତୋଳନ ହେଲା ପରେ ଜାତୀୟ ଗୀତ ଗାଇବା ସୁଣିବାକୁ ମିଳିଛି। ଏହି ଘଟଣା ଛତର୍ପୁର ଜିଲ୍ଲାରେ ଘଟିତ। ପାର୍ଟି ପତାକା ଉତ୍ତୋଳନ କରିବା ପରେ ଜାତୀୟ ଗୀତ ଗାଇବା ଦେଶର ପତାକାକୁ ଅସମ୍ମାନିତ କରିବା କଥା କହି ଖବର ଭାଇରାଲ ହେଇଛି।
ଏହି ଖବର ଟୁଇଟର ରେ ମଧ୍ୟ ଭାଇରାଲ ହେଇଛି।
ଏହା ପରେ ଆମେ ଜାତୀୟ ଗୀତ ସମ୍ବନ୍ଧିତ ନିୟମ ଜାଣିବା ପାଇଁ ସର୍ଚ କରିଲୁ। ସର୍ଚ କରିଲା ପରେ ସରକାରୀ ୱେବସାଇଟରେ ଏହି ବିଷୟରେ କୁହା ଯାଇଥିବା ମିଳିଲା। ସମ୍ବିଧାନ ଅନୁଯାୟୀ କୌଣସି ମନ୍ତ୍ରୀଙ୍କ ଉପସ୍ଥିତିରେ ଜାତୀୟ ସଙ୍ଗୀତ ଗାଁ କରା ଯାଇ ପାରେ। ବିଭିନ୍ନ ସ୍ଥିତିରେ ଜାତୀୟ ଗୀତ ଗାନ କରିବା ଉଲେଖ୍ହା କରିବା ସମ୍ଭବ ନୁହେଁ, କିନ୍ତୁ ଯଦି ରାତ୍ସ୍ଗିତ ଗାନ ସମୟରେ ଦେଶକୁ ସମ୍ମାନ ଦେଇ ଏବଂ ମାତୃଭୂମି କୁ ଉପରକୁ ଉଠାଇ ଗାଇବା ଅନୁମତି ଅଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଏହା ପ୍ରମାଣିତ ହେଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୮ ମସିହାରୁ ସୋସିଆଲ ମିଡିଆରେ ପ୍ରସାରିତ ହେଇଛି। ଏହାର ୨୦୨୦ ମସିହାର ସ୍ଵାଧୀନତା ଦିବସ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ମଧ୍ୟପ୍ରଦେଶର ପଞ୍ଚାଯତ ଚଳୋ ଅଭିୟାନ ସମୟର ଅଟେ। ସ୍ଵାଧୀନତା ଦିବସ ସମୟରେ ଏହି ଭିଡିଓ ଭାଇରାଲ କରି ଗୁଜବ ସୃଷ୍ଟି କରା ଯାଉଅଛି।

Title:କ’ଣ ସ୍ବାଦୀନତା ଦିବସ ଅବସର ରେ ବିଜେପି ପାର୍ଟି ନିଜ ପାର୍ଟି ପତାକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ ଗାଇଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False