କ’ଣ ଏହା ଆନ୍ଧ୍ରପ୍ରଦେଶର ବିଜୟୱାଡା ରେ ମିଗଜୋମ ବାତ୍ୟା ଆସିବା ପୂର୍ବର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

False Social

ଭାରତର ପୂର୍ବ ଉପକୂଳ ମିଗଜୋମ ବାତ୍ୟାର ସାମନା କରିଛି। ଏହି ବାତ୍ୟାରେ ତାମିଲନାଡୁର ଅନେକ ସ୍ଥାନର କ୍ଷ୍ୟତିଗ୍ରସ୍ତ ହୋଇଛି। ଚେନ୍ନାଇରେ ଅନେକ ସ୍ଥାନରେ ବନ୍ୟା ପରି ସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଏହି ବାତ୍ୟା କାରଣରୁ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ଛତ୍ତିସଗଡ଼ରେ ବର୍ଷା ସ୍ଥିତି ଲାଗି ରହିଛି। 

ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ସମୁଦ୍ର ଉପକୂଳରେ ମେଘର ଏକ ଆଚମ୍ବିତ କରିଦେବା ଦୃଶ୍ୟ ଦେଖିବାକୁ ମିଳିଛି। ଦାବି କରା ଯାଉଛି ଏହା ମିଗଜୋମ ବାତ୍ୟା ଆସିବା ପୂର୍ବରୁ ଆନ୍ଧ୍ରପ୍ରଦେଶର ବିଜୟୱାଡା ସମୁଦ୍ରର ଦୃଶ୍ୟ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ୨୦୨୧ ମସିହାରୁ ଇଣ୍ଟର୍ନେଟ୍ ରେ ଉପଲବ୍ଧ ଅଛି। ଏହାର ମିଗଜୋମ ବାତ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ବାତ୍ୟା ଆସିବା ଆଗରୁ ଆନ୍ଧ୍ର ଆକାଶରେ କରାଳ ରୂପ। ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ମିଗଜୋମ୍ । ତେବେ ଏହା ପୂର୍ବରୁ ଆଜି ବିଜୟୱାଡ଼ା ତଟରେ ଦେଖିବାକୁ ମିଳିଛି ଆଚମ୍ବିତ କଲା ଭଳି ଦୃଶ୍ୟ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୭ ଜୁନ୍ ୨୦୨୧ ମସିହାରେ ଜଣେ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ପୋଷ୍ଟ କରିଥିଲେ। ଭିଡିଓ ସହିତ ସେ ଉଲ୍ଲେଖ କରିଥିଲେ ଯେ ଏହି ଦ୍ରୁଶ୍ଯ ଭାଇଯାକ୍ ସହରର ଅଟେ। 

ଆମକୁ ସମାନ ଭିଡିଓ ଏବଂ ଦୃଶ୍ୟ ଗଲ୍ଫ୍ ଟୁଡେ ୱେବସାଇଟରେ ୨ ଅକ୍ଟୋବର ୨୦୨୧ ରେ ପ୍ରକାଶିତ ହେଇଥିଲା। ରିପୋର୍ଟ ଅନୁଯାୟୀ, ଏହି ଦୃଶ୍ୟ ଶାହିନ ବାତ୍ୟା ସମୟରେ ଓମାନ ଦେଶ ସମୁଦ୍ର ଉପକୂଳର ଅଟେ। ଏହା ଆରବୀୟ ସମୁଦ୍ରରେ ଭାରତ ଏବଂ ପାକିସ୍ତାନ ନିକଟରେ ସୃଷ୍ଟି ହୋଇ ଓମାନ୍ ଦେଶ ଦିଗରେ ଯାଇଥିଲା। ଏହାର ତୀବ୍ରତା ୬୫-୧୧୫ କିଲୋମିଟର ପ୍ରତି ଘଣ୍ଟାର ଥିଲା।

ପ୍ରାୟ ସମାନ ଦୃଶ୍ୟ ଆମକୁ ଅନ୍ୟ ଏକ ୱେବସାଇଟରେ ୨୦୧୨ ମସିହାରେ ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହା ସେଣ୍ଡି ବାତ୍ୟାର ଏକ ଦୃଶ୍ୟ ଅଟେ ଯାହା ଆମେରିକାରେ ଆସିଥିଲା। ଏହି ବାତ୍ୟାରେ କାରେବୀୟାନ ଉପକୂଳର ୬୦ ବାସିନ୍ଦା ନିଜ ପ୍ରାଣ ହରାଇଥିଲେ। ଅନେକ ଆମେରିକୀୟ ରାଜ୍ୟ ସ୍କୁଲ୍ ଏବଂ ଜନସାଧାରଣ ପରିବହନର ରୋକ ଲଗାଇଥିଲେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ଅନେକ ବର୍ଷ ପୂର୍ବରୁ ଇଣ୍ଟର୍ନେଟ୍ ରେ ଉପଲବ୍ଧ ଅଛି। ଏହାର ସମ୍ପ୍ରତ୍ତି ସମୟରେ ଆସିଥିବା ମିଗଜୋମ ବାତ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ। 

Avatar

Title:କ’ଣ ଏହା ଆନ୍ଧ୍ରପ୍ରଦେଶର ବିଜୟୱାଡା ରେ ମିଗଜୋମ ବାତ୍ୟା ଆସିବା ପୂର୍ବର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *