କ’ଣ ଭିଡିଓରେ ହେଉଥିବା ଘଟଣା ବର୍ତମାନ ସମୟରେ ଲାଦାଖରେ ଘଟିଛି? ଜାଣନ୍ତୁ ସତ୍ୟ।

False Social
image.jpg

ଭାରତ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ବିଷୟ ନେଇ ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ଅନେକ ପୋସ୍ତ ଏବଂ ଭିଡିଓ ଭାଇରାଲ ହେଉଛି। ଗତ କାଲୀ ୧୨ ଜୁନ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରି କହିଛନ୍ତି ଯେ ଭାରତ ସେନା ଜବାନ କୁ ଚୀନ ସୈନ୍ୟ କୁ ପଛକୁ ହଟିବାକୁ କହୁଛନ୍ତି। ଦୁଇ ଦେଶ ସୈନ୍ୟ ମଧ୍ୟରେ ବାକ ଯୁଦ୍ଧ ଏବଂ ହସ୍ତ ଯୁଦ୍ଧ ହେଉଛି। ଏହି ସବୁ ସୀମାରେ ଚାଲୁ ଥିଲା ବେଳେ ସରକାର ଭର୍ଚୁଆଲ ରେଲି ଏବଂ ବିହାର ନିର୍ବାଚନ ପ୍ରସ୍ତୁତି କରୁଛି ବୋଲି ଦାବି କରା ଯାଇ ଅଛି। 

https://www.facebook.com/sanjib.dhal/videos/2700587590046610/

Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଏହି ଭିଡିଓକୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତା ରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ୟାଣ୍ଡେକ୍ସ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୧୩ ଜାନୁଆରୀ ୨୦୨୦ ମସିହାରେ ଏହି ଭିଡିଓ ୟୁଟ୍ୟୁବରେ ୱାଏ.ବି. ଭ୍ଲଗ ଦ୍ଵାରା ପ୍ରସାରିତ ହେଇ ଥିବା ମିଳିଲା। ଏହି ଭିଡିଓର ବ୍ୟାଖ୍ୟାରେ ଲେଖା ଯାଇଅଛି ଯେ ଚିନୀ ସୈନ୍ୟ, ଅରୁଣାଚଳ ପ୍ରଦେଶ ରେ ଭାରତ ତିବତ ସୀମା ପୋଲିସ ସହିତ ଯୁକ୍ତି ତଲାକ କରୁଛନ୍ତି। 

ଏହା ପରେ ଆମେ ଗୁଗୁଲ ରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ଘଟଣା ବିଷୟରେ ଅନୁସନ୍ଧାନ କରିଲୁ। ସର୍ଚ କରିଲା ପରେ ୧୭ ଜାନୁଆରୀ ୨୦୨୦ ମସିହାରେ ଚୀନ ର ଡିଡବ୍ଲୁ ନ୍ୟୁଜ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଭାରତ ଏବଂ ଚୀନ ମଧ୍ୟ ସୀମା ବିବାଦ ସମସ୍ଯା ଅନେକ ବର୍ଷ ଧରି ଚାଲି ରହିଛି ଓ ଏହାର କୌଣସି ସମାଧାନ ବାହାରି ନାହିଁ। ଏହି ଅନୁଛେଦରେ ଲେଖା ଯାଇଅଛି ଯେ ଏହି ଭିଡିଓ ଗୋଟିଏ ଭାରତ ସେନା ଜବାନ ଉଠାଇଛନ୍ତି। ଜାନୁଆରୀ ରେ ନିଯା ଯାଇଥିବା ଏହି ଭିଡିଓରେ ଦେଖିବା କୁ ମିଳିଛି ଯେ ଗୋଟିଏ ଡଜନ ଠାରୁ ଅଧିକ ପି.ଏଲ.ଏ ସୈନ୍ୟ ଭାରତ ସେନା ସହିତ ମୁହାମୁହିଁ ହେଇଛନ୍ତି। ଦୁଇ ଦେଶ ସେନା ମଧ୍ୟରେ ଯୁକ୍ତି ତଳକ ଚାଲିଛି। ଜଣେ ଚୀନ ସୈନ୍ୟ ଅସଭ୍ୟ ଭାଷା କହି ଭାରତ ଜବାନ ମାନଙ୍କୁ ଧମକ ଦେଉଛି। 

DW news.jpg

DW News | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ଜାନୁଆରୀ ମାସର ଅଟେ ଓ ଏହାର ବର୍ତମାନ ଚୀନ ସହିତ ଚାଲୁଥିବା ସୀମା ବିବାଦ ସହିତ କୌଣସି ସମ୍ବନ୍ଧ ନାହିଁ। ପୋଷ୍ଟରେ କରା ଯାଇଥିବା ଦାବି ଯେ ଏହି ଭିଡିଓ ଲାଦାଖର ବୋଲି ମଧ୍ୟ ମିଥ୍ୟା ଅଟେ। ଏହି ଭିଡିଓ ଅରୁଣାଚଳ ପ୍ରଦେଶର ଭିଡିଓ ଅଟେ। 

Avatar

Title:କ’ଣ ଭିଡିଓରେ ହେଉଥିବା ଘଟଣା ବର୍ତମାନ ସମୟରେ ଲାଦାଖରେ ଘଟିଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *