କ’ଣ କାଶ୍ମୀର ଫାଇଲ୍ସ ସିନେମା ଦେଖି ଲାଲ କୃଷ୍ଣ ଆଡଭାନୀ ଭାବୁକ ହୋଇ କାନ୍ଦିଛନ୍ତି? ଜାଣନ୍ତୁ ସତ୍ୟ। 

False Political

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଛି ଯେ କାଶ୍ମୀର ଫାଇଲ୍ସ ସିନେମା ଦେଖିବା ପରେ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ କାନ୍ଦୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଲାଲ କୃଷ୍ଣ ଆଡଭାନୀ କାନ୍ଦୁଥିବା ସମୟରେ କିଛି ଲୋକେ ଆସିକି ତାଙ୍କୁ ସାନ୍ତ୍ଵନା ଦେଉଛନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

୧୩ ମାର୍ଚ୍ଚରେ ବାପି ସେଠି ନାମକ ଜଣେ ଫେସବୁକ ବ୍ୟବହାରକାରୀ ଭିଡିଓ ସେୟାର କରି ଦାବି କରିଛନ୍ତି ଯେ, “ଲାଲକୃଷ୍ଣ ଆଡଭାନୀ ଜି ଏହି ବୟସରେ ବି ଦି’ କାଶ୍ମୀର ଫାଇଳ୍ସ ଦେଖିବାକୁ ନିଜେ ସିଞ୍ଜେମା ହଳ୍ ପହଞ୍ଚି ଯାଇଥିଲେବୋଧଜେ ନିଜକୁ ରୋକୀ ପାରିନଥିଲେ କାନ୍ଦି ପକାଇଥିଲେଭାବୁଛନ୍ତି ସେ ଘଟଣା କେତେ ଭୟଙ୍କର ଆଉ ବର୍ବର ହୋଇଥିବା ଯେଉଁ ଭୟଙ୍କର ଘଟଣାକୁ ଆମ କାଶ୍ମୀର ହିନ୍ଦୁ ଭାଇ ସହିଥିଲେ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓ ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଇଣ୍ଡିଆ ଟିଭିର ୟୁଟ୍ୟୁବ ଚ୍ୟାନାଲରେ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ୭ ଫେବୃଆରି ୨୦୨୦ ରେ ୟୁଟ୍ୟୁବରେ ଅପ୍ଲୋଡ କରା ଯାଇଥିଲା। ଭିଡିଓ ଅନୁଯାୟୀ ଏହି ଭିଡିଓରେ ଏଲ.କେ ଆଡଭାନୀ ଶିକାରା ନାମକ ସିନେମା ଦେଖିବା ପର ଦୃଶ୍ୟ ଅଟେ। 

ସିନେମା ନିର୍ମାତା ବିଧୁ ବିନୋଦ ଚୋପ୍ରା ଟୁଇଟର ହେଣ୍ଡେଲରେ ସମାନ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ “ଶିକାରାର ବିଶେଷ ସ୍କ୍ରିନିଙ୍ଗରେ ଶ୍ରୀ ଏଲ.କେ ଆଡଭାନୀ”

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ବିଜେପି ନେତା ଏଲ.କେ ଆଡଭାନୀ ଶିକାରା ସିନେମା ଦେଖି ଭାବୁକ ହୋଇ କାନ୍ଦି ପକାଇ ଥିଲେ। ଏଲ.କେ ଆଡଭାନୀଙ୍କର ୨୦୨୦ ମସିହା ଭିଡିଓକୁ ବର୍ତ୍ତମାନ କାଶ୍ମିରୀ ଫାଇଲ୍ସ ସିନେମା ସହିତ ଜୁଡି ମିଥ୍ୟା ପ୍ରଚାର କରା ଯାଉଛି।

Avatar

Title:କ’ଣ କାଶ୍ମୀର ଫାଇଲ୍ସ ସିନେମା ଦେଖି ଲାଲ କୃଷ୍ଣ ଆଡଭାନୀ ଭାବୁକ ହୋଇ କାନ୍ଦିଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *