
ସୋସିଆଲ ମିଡିଆରେ ଏକ 33 ସେକେଣ୍ଡର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ବିଦ୍ୟୁତ ଚୋରି ବନ୍ଦ କରିବାକୁ ଆସିଥିବା ଅଧିକାରୀମାନଙ୍କୁ ଜଣେ ମୁସ୍ଲିମ ବ୍ୟକ୍ତି ଧମକ ଦେଉଛି। ଭିଡିଓରେ ଉକ୍ତ ବ୍ୟକ୍ତି ଜଣକ ମିଟର ସ୍ଥାପନ କରିବା ଏବଂ ବେଆଇନ ସଂଯୋଗ ହଟାଇବା ବିଷୟରେ କଥାବାର୍ତ୍ତା କଲାବେଳେ ସେମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି। ଭିଡିଓ ସେୟାର କରି ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଭାଇରାଲ ଭିଡିଓ ଭାରତର ଅଟେ। ଭାଇରତରେ ମୁସ୍ଲିମମାନଙ୍କର ଏପରି ଦାଦାଗିରି ଦେଖିବାକୁ ମିଳୁଛି।
Prasanta Das ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି- बिजली चोरी करूंगा, बिल नहीं दूंगा, और तार हटाए तो मरूंगा या मारूंगा” ବିଜୁଳି ଅଧିକାରୀ ଙ୍କୁ ଯେଉଁ ଦମ୍ଭ ରେ ଶାନ୍ତିପ୍ରିୟ ସମ୍ମୁଦାୟ କହୁଛନ୍ତି – ଏପରି ହିମ୍ମତ କେଉଁଠୁ ମିଳୁଛି ?
ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଭାଇରାଲ ଭିଡିଓ ଆମେ ପ୍ରଥମେ ଗୁଗୁଲର ଇନଭିଡ୍ ଟୁଲ୍ ବ୍ୟବହାର କରି ଫୋଟୋରେ ଭାଙ୍ଗିଲୁ। ଭାଇରାଲ ଭିଡିଓ ଆମକୁ Siasat.pkରେ ମିଳିଲା। 28 ଜୁଲାଇ 2020 ରେ ଅପଲୋଡ୍ ହୋଇଥିବା ଏହି ଭିଡିଓ ଅନୁଯାୟୀ, କରାଚିରେ ବିଦ୍ୟୁତ୍ ଚୋରି କରୁଥିବା ଅଟୁର ରେହମାନ ଯେତେବେଳେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଧରାପଡିଥିଲେ, ସେତେବେଳେ ସେ ସେମାନଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ସେ ସେମାନଙ୍କୁ କହିବା ଆରମ୍ଭ କଲେ ଯେ ମୁଁ ମରିବି କିମ୍ବା ମାରିବି, କିନ୍ତୁ ସ୍ୱିଭେଲକୁ ହଟାଇବାକୁ ଦେବି ନାହିଁ। ସେ ମିଟର ସ୍ଥାପନ କରିବାକୁ ମଧ୍ୟ ଅନୁମତି ଦେଇନଥିଲେ।

Siasat.pk 28 ଜୁଲାଇ 2020 ରେ ଏହି ବିଷୟରେ ଟ୍ୱିଟ୍ କରିଛି। ଏଥିରେ ଭାଇରାଲ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କ ଫଟୋ ମଧ୍ୟ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ମାମଲା କରାଚିରୁ ଆସିଛି।
2020 ରେ ପାକିସ୍ତାନର ଟ୍ରେଣ୍ଡସ୍ ଦ୍ୱାରା ମଧ୍ୟ ଏହା ଟୁଇଟ୍ କରାଯାଇଥିଲା।
ଶେଷକଥା–
ଅନୁସନ୍ଧାନେ ଆମେ ସ୍ପଷ୍ଟ ହେଲୁ ଯେ, ମୁସ୍ଲିମ ବ୍ୟକ୍ତି ଦ୍ୱାରା ଦିଆଯାଉଥିବା ଧମକର ଭାଇରାଲ ଭିଡିଓ ଭାରତର ନୁହେଁ ବରଂ ପାକିସ୍ତାନର ଅଟେ।
