
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବହୁ ସଂଖ୍ୟାରେ ଲୋକ ପୋଲିସର ବ୍ୟାରିକେଡ୍ ଭାଙ୍ଗିଥିବାର ନଜର ଆସିଛନ୍ତି। ଭାଇରାଲ ଭିଡିଓ ଉତ୍ତରପ୍ରଦେଶର ମଥୁରା ସହରର ବୋଲି ଦାବି କରାଯାଉଛି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ଆସାମର ନାଗାଓଁ ସହରର ଏବଂ ପ୍ରାୟ ଦୁଇ ବର୍ଷ ପୁରୁଣା ଅଟେ।
8 ଡିସେମ୍ବରରେ ହିନ୍ଦୁ ମହାସଙ୍ଘ ନାମକ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ପାଇଲୁ। ପୋଷ୍ଟରେ ଲେଖାଯାଇଛି ଯେ, ହିନ୍ଦୁ ଏକତା ଏବେ ଦେୟ ଦେଉଛି। ସନାତନ ବର୍ତ୍ତମାନ ଏକ ହୋଇଯାଉଛି। ମଥୁରାରେ ଏହାର ଝଲକ ଯେତେବେଳେ କୃଷ୍ଣ ଭକ୍ତମାନେ ମଥୁରାରେ ବ୍ୟାରିକେଡ୍ ଭାଙ୍ଗିଥିଲେ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟ ଦେଖନ୍ତୁ।
ତେବେ କଣ ବହୁ ସଂଖ୍ୟାରେ ଲୋକ ପୋଲିସର ବ୍ୟାରିକେଡ୍ ଭାଙ୍ଗୁଥିବା ଭିଡିଓ ମଥୁରାର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପାଇର ରିଭର୍ସ ଅମେଜ କିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଭିଡିଓ ଆମକୁ Inside Northeast ପେଜରେ 12 ଡିସେମ୍ବର 2019ରେ ପୋଷ୍ଟ ହୋଇଥିବାର ପାଇଲୁ। ପୋଷ୍ଟରେ ଲେଖାଯାଇଛି ଯେ, ନାଗାଓଁରେ ନାଗରିକତ୍ୱ ସଂଶୋଧନ ବିଲ୍ (CAB) ବିରୋଧରେ ଅସନ୍ତୋଷର ଜନ ପ୍ରଦର୍ଶନ କରାଯାଇଥିଲା। ଗତକାଲି ରାଜ୍ୟସଭାରେ ପାରିତ ହୋଇଥିବା ବିଲ୍ ନାମରେ ନିଆଯାଇଥିବା ଅସଂଖ୍ୟ ବିରୋଧ ସମାବେଶ ମଧ୍ୟରୁ ଏହା ଅନ୍ୟତମ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ ଭାଇରାଲ ଭିଡିଓ vms love ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଯାହାକି 12 ଡିସେମ୍ବର 2019ରେ ପୋଷ୍ଟ କରାଯାଇଛି। ଯେଉଁଥିରେ ଲେଖାଯାଇଛି ଯେ, ଭିଜୁଆଲ୍ ଗୁଡିକ ଆସାମର ନାଗାଓଁରେ ନାଗରିକତା ବିରୋଧୀ ବିଲ୍ (CAB) ବିରୋଧ ପ୍ରଦର୍ଶନ ଅଟେ।
ଏହା ପରେ ଆମେ ଭାଇରାଲ ଖବର ସମ୍ପର୍କରେ ଅଧିକ ସର୍ଚ୍ଚ କରିଲୁ। Rituparna Bhuyan ନାମକ ଅନ୍ୟ ଜଣେ ସାମ୍ବାଦିକ ମଧ୍ୟ 12 ଡିସେମ୍ବର 2019 ରେ ଏକ ସମାନ ଭିଡିଓ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ଲୋକମାନେ ରାସ୍ତାରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ। ରିତୁପର୍ନା ଏହି ଭିଡିଓକୁ କେବଳ ନାଗାଓଁରୁ କହିଥିଲେ। ନାଗାଓଁ ସହରର ଲୋକମାନେ ରାସ୍ତାରେ ଯାଇ ନାଗରିକତ୍ୱ ସଂଶୋଧନ ବିଲ୍ ବିରୋଧରେ ପ୍ରଦର୍ଶନ କରିଥିଲେ। ଏହି ଭିଡିଓ ସେହି ସମୟର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ମଥୁରାର ନୁହେଁ ବରଂ ଆସାମର ନାଗାଓଁ ଜିଲ୍ଲାରେ ଡିସେମ୍ବର 2019 ରେ ଅନୁଷ୍ଠିତ ହୋଇଥିବା CAB ବିରୋଧ ପ୍ରଦର୍ଶନର ଅଟେ।

Title:ଭାଇରାଲ ଭିଡିଓ ମଥୁରାର ନୁହେଁ ବରଂ 2019ରେ ଆସାମର ନାଗାଓଁ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା CAB ବିରୋଧ ପ୍ରଦର୍ଶନର ଅଟେ।
Fact Check By: Saritadevi SamalResult: False
