
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୋଗୀ ଆଦିତ୍ୟନାଥଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ମସଜିଦରେ ପ୍ରବେଶ କରିଲା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୋଗୀ ଆଦିତ୍ୟନାଥ ସେଠାରେ ଥିବା ମଜାରରେ ଚାଦର ଚଢେଇ ଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହା ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବର ଏକ ଘଟଣା ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ୨୦୧୮ ମସିହାର ଏକ ଘଟଣା ଅଟେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୋଗୀ ଆଦିତ୍ୟନାଥ ସନ୍ଥକବୀରଙ୍କର ମଜାରକୁ ଯାଇଥିଲେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି, “ଶତାବ୍ଦୀ ର ଶ୍ରେଷ୍ଠ ମହାଜାଗତିକ ଦୃଶ୍ୟ ଆଜି ଦେଖିବାକୁ ମିଳିଲା ନିର୍ବାଚନ ମଣିଷ କୁ କଣ ନାହିଁ କଣ କରିଦେଲା“
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓରେ ଆମେ ଏଏନଆଇ ର ଲୋଗୋ ଦେଖିବାକୁ ପାଇଲୁ। ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ୨୮ ଜୁନ୍ ୨୦୧୮ ରେ ଏଏନଆଇ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସନ୍ତ କବୀର ନଗରରେ ଅବସ୍ଥିତ କବୀର ସମାଦୀ ସ୍ଥାନ ପରିଦର୍ଶନ କରିଥିଲେ। ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଥିଲେ। ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ।
୨୮ ଜୁନ୍ ୨୦୧୮ ରେ ଏବିପି ନ୍ୟୁଜ୍ ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ, ସନ୍ତ କବୀର ଦାସଙ୍କ ୬୨୦ ତମ ଜନ୍ମ ବାର୍ଷିକୀ ଅବସରରେ ନରେନ୍ଦ୍ର ମୋଦୀ କବୀର ନଗରରେ ଅବସ୍ଥିତ ମଗହରକୁ ଯାଇଥିଲେ। ସେଠାରେ ସେ ସନ୍ତ କବୀର ନିର୍ମାଣ ସ୍ଥାନ ପରିଦର୍ଶନ କରି ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ୨୦୧୮ ମସିହାର ଅଟେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୋଗୀ ଆଦିତ୍ୟନାଥ ସନ୍ତ କବୀର ଦାସଙ୍କର ମଜାରକୁ ଯାଇଥିଲେ। ଏହି ଭିଡିଓର ୨୦୨୪ ଲୋକସଭା ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୋଗୀ ଆଦିତ୍ୟନାଥ ୨୦୨୪ ଲୋକସଭା ନିର୍ବାଚନ ସମୟରେ ମସଜିଦ ଯାଇ ଚାଦର ଚଡେଇଛନ୍ତି? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: Misleading
