
ନିକଟରେ ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ନାଶିକ ସହରରେ ଏକ ସଭା କରିଥିଲେ। ସଭାରେ ଅନେକ ଲୋକ ଯୋଗ ଦେଇଥିବା ସୂଚନା ମିଳିଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ରାସ୍ତାରେ ଅନେକ ଲୋକଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ନାଶିକର ଦୃଶ୍ୟ ଅଟେ ଯେତେବେଳେ ରାହୁଲ ଗାନ୍ଧୀ ଭରତ ଯୋଡୋ ନ୍ୟାୟ ଯାତ୍ରା କରୁଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଫାଇଲ। ଏହା ଭାରତ ଯୋଡ଼ୋ ଯାତ୍ରାର ୨ ବର୍ଷ ପୁରୁଣା ଭିଏଅ ଅଟେ। ଏହା ରାଜସ୍ଥାନର ଘଟଣା ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “#ମହାରାଷ୍ଟ୍ର ର ନାସିକ ର ଦୃଶ୍ୟ
#ଭାରତ_ଯୋଡୋ_ଯାତ୍ରା ଜନ ସମୁଦ୍ର“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୬ ଡିସେମ୍ବର ୨୦୨୨ ରେ କଂଗ୍ରେସର ଅଫିସିଆଲ ଟୁଇଟର ହେଣ୍ଡେଲରେ ଟୁଇଟ ହେଇଥିବା ମିଳିଲା। କ୍ୟାପ୍ସନ୍ ରେ ଲେଖା ଯାଇଛି, “ରାଜସ୍ଥାନର ଦୌସା ଜିଲ୍ଲାରେ ଜୁଡୁଥିବା ଭାରତ। ଯାତ୍ରାର ୧୦୦ ଦିନ“
ଏହି ସୂତ୍ରକୁ ଧରି ଅଧିକ ଅନୁସନ୍ଧାନ କରିବା ପରେ ଜଣାପଡିଥିଲା ଯେ ଏହି ଭିଡିଓଟି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରାର ଅଟେ ଏବଂ ଯେତେବେଳେ ୧୦୦ ତମ ଦିନରେ ଅର୍ଥାତ୍ ୧୫ ଡିସେମ୍ବର ୨୦୨୨ ରେ ଯାତ୍ରା ରାଜସ୍ଥାନର ଦୌସା ଠାରେ ପହଞ୍ଚିଲା, ସେତେବେଳେ ତାଙ୍କୁ ବହୁ ଉତ୍ସାହର ସହିତ ସ୍ୱାଗତ କରାଯାଇଥିଲା।
କଂଗ୍ରେସ ନେତା ତଥା ରାଜସ୍ଥାନ ବିଧାନସଭା ସଦସ୍ୟ ସଚିନ ପାଇଲଟ୍ ମଧ୍ୟ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସମାନ ଭିଡିଓ ସେୟାର କରିଛନ୍ତି। କ୍ୟାପସନରେ ଲେଖା ହେଇଛି, “ଯେତେବେଳେ ଭରତ ଯୋଡ଼ୋ ଯାତ୍ରା ନିଜ ୧୦୦ ତମ ଦିନରେ ରାଜସ୍ଥାନର ଦୌସାରେ ପ୍ରବେଶ କରିଲା ସେତେବେଳେ ଲୋକଙ୍କ ଯୋଗଦାନ ଏବଂ ପ୍ରତିକ୍ରିୟା ଉତ୍ସାହପୂର୍ଣ୍ଣ ଥିଲା।”
ଏହା ସ୍ପଷ୍ଟ କରୁଛି ଯେ ଭାଇରାଲ ଭିଡିଓର ସମ୍ପ୍ରତ୍ତି ସମୟ ସହିତ କୌଣସି ସମ୍ବନ୍ଧ ନାହିଁ।
ରବିବାର ରାତିରେ ମୁମ୍ବାଇରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଶେଷ ହୋଇଛି। ଏଠାରେ ଶିବାଜୀ ପାର୍କରେ ଅନୁଷ୍ଠିତ ବୈଠକରେ ରାହୁଲ ଗାନ୍ଧୀ କହିଛନ୍ତି – ରାଜାର ପ୍ରାଣ ଇଭିଏମ୍, ସିବିଆଇ, ଇଡି, ଇନକମ ଟ୍ୟାକ୍ସ ରେ ଅଛି। ଏହାକୁ ଆଧାର କରି ସେମାନେ ନେତାମାନଙ୍କୁ ବିଜେପିରେ ଯୋଗଦେବାକୁ ଧମକ ଦେଉଛନ୍ତି। କଂଗ୍ରେସ, ଶିବସେନା, ଏନସିପି-ଏସସିପିର ନେତା ମାନେ ଏପରି ଦଳ ଛାଡିଛନ୍ତି କି? ସମସ୍ତେ ଭୟଭୀତ ହୋଇ ବିଜେପି ଯାଇଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ହେଲା ଯେ ଭାଇରାଲ ଭିଡିଓର ନାଶିକ କିମ୍ବା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ୨୦୨୨ ମସିହାର ରାଜସ୍ଥାନର ଦୌସା ଜିଲ୍ଲାର ଭିଡିଓ ଅଟେ।

Title:କ’ଣ ଏହି ଭିଡିଓ ମହାରାଷ୍ଟ୍ରର ନାସିକରେ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଦୃଶ୍ୟ? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: Misleading
