
6 ଫେବୃଆରିରେ Amit kumar Mohanty ନାମକ ଜଣେ ଫେସବୁକ ୟୁଜନ ନିଜ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ବୃଦ୍ଧ ବ୍ୟକ୍ତିକୁ କିଛି ଲୋକ ମାଡ଼ ମାରୁଥିବାର ଦେଖା ଯାଉଛି। ବୃଦ୍ଧ ବ୍ୟକ୍ତି ଜଣକ ଭାରତ ମାତାକି ଜୟ କହିବାରୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ବୃଦ୍ଧକୁ ଆହୁରି ମାରୁଥିବାର ଦେଖା ଯାଉଛି। ଭିଡିଓଟି 3 ମିନିଟର ଅଟେ। ଫେସବୁକ ପୋଷ୍ଟରେ ଦାବି କରାଯାଇଛି ଯେ, ଦିଲ୍ଲୀ ଜଫରବାଦ ଅ଼ଞ୍ଚଳରେ ଏକ ବୃଦ୍ଧ ବ୍ୟକ୍ତି ଭାରତ ମାତା କି ଜୟ ନାରା ଲଗାଇବାରୁ ସେଠାରେ ଉପସ୍ଥିତ ମୁସ୍ଲିମ ଯୁବକ ମାନେ ବୃଦ୍ଧାକୁ ନିର୍ଦ୍ଧୁମ ପିଟିଲେ। ଏହା ସହିତ କୁହା ଯାଇଛି ଯେ, ଭବିଷ୍ୟତରେ ଏହି ପରି ଅବସ୍ତା ଦେଶର ସବୁ ଜାଗାରେ ଦେଖିବାକୁ ମିଳିବ। କଣ ଏଥିପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି। ଆମ ଅନୁସନ୍ଧାନ ପବର୍ବରୁ ଭିଡିଓକୁ 100ରୁ ଅଧିକ ଲୋକ ଦେଖିସାରିଛନ୍ତି। ତେଳେ ଭିଡିଓ ଦେଖନ୍ତୁ।
ତେବେ ଏହି ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭିଡିଓକୁ ଭଲରେ ଦେଖିଲୁ ଏବଂ ଏହି ଭାଇରାଲ ଭିଡିଓ କେଉଁଠାର ତାହା ଜାଣିବା ପାଇଁ ସର୍ଚ କରିଲୁ। ସୋସିଆଲ ମିଡିଆରେ ଆମକୁ ଭାଇରାଲ ଭିଡିଓର କ୍ଲିପ ମିଳିଲା। ଏହି ଭିଡିଓରେ ଦେଖିଲୁ ଏକ ଗାଡ଼ୀ ବୃଦ୍ଧା ବ୍ୟକ୍ତି ପାଖଦେଇ ଯାଉଥିବାର ଗାଡ଼ିର ନମ୍ବରରେ RJ27CH0990 ଲେଖା ଯାଇଥିଲା। ଏଥରୁ ଜଣା ଗଲା ଯେ, RJ ଲେଖା ଯାଇଛି ଯାହାକି ରାଜସ୍ଥାନର ଅଟେ। ତଳେ ଫୋଟୋ ଦେଖନ୍ତୁ।

ଏହା ପରେ ଆମକୁ ଅଖିଲ ଦଳ MLA Manjinder S Sirsa ଏକ ଟ୍ୱିଟ ପାଇଲୁ। ଯେଉଁଥିରେ ସେ ଭିଡିଓ ସମ୍ପର୍କରେ ପୁରା ସୂଚନା ଦେଇଛନ୍ତି। ଯେଉଁଥିରେ ଲେଖା ଯାଇଛି ଯେ, ଭାଇରାଲ ଘଟଣା 15 ଅକ୍ଟୁବର 2019ର ଅଟେ। ଘଟଣାଟି ରାଜସ୍ଥାନ ସ୍ଥିତ ଆଜାଦ ଛକ ପାଖରେ ଘଟିଥିଲା।

ଏଠାରେ ଲିଙ୍କ ଦେଖନ୍ତୁ-Twitter । Archive
ଘଟଣାର ଅଧିକ ସୂଚନା ପାଇଁ ଆମେ ଭୀଲବାଡା ପୁଲିସ ସହ ସମ୍ପର୍କ କରିଲୁ। ସେ ସ୍ପଷ୍ଟ କରିଲେ ଯ୍, ଏହି ଘଟଣା 15 ଅକ୍ଟୁବର 2019ରେ ଆଜାଦ ଛକ ଠାରେ ହୋଇଥିଲା ପୁଲିସ କର୍ମଚାରି ଆଗକୁ ସୂଚନା ଦେଲେ ଯେ, ଭିଡିଓରେ ଯେଉଁ ବୃଦ୍ଧା ବ୍ୟକ୍ତି ଉପରେ ଆକ୍ରମଣ କରାଯାଉଛି ସେ 55 ବର୍ଷର ଅଟନ୍ତି ଏବଂ ତାଙ୍କ ନାଁ ଗରମଚନ୍ଜ ସିନ୍ଧ ଅଟେ। ବୃଦ୍ଧା ବ୍ୟକ୍ତିକୁ ମାରୁଥିବା ପାଞ୍ଚ ଜଣ ଅପରାଧି ତଥା ମନୋଜ ଉର୍ଫ ମୁଲ୍ଲା ସିଂଧୀ(39), ହେମନ୍ତ ନୈଥାନୀ(45),ଭାଗୀରଥ ଦାସ(37) ଏବଂ ଇରଫାନ (34),ମାଜୁର ଶେଖ ପୋଲିସ ଗୁରଫ କରିଥିଲା। ପୋଲିସ କର୍ମି ସବଚନା ଦେଲେ ଯେ, ବୃଦ୍ଧାକୁ ମାରୁଥିବା ଏହି ପାଞ୍ଚଜଣ ବ୍ୟକ୍ତି ବେପାରି ଥିଲେ।
ପୋଲିସ କର୍ମି ଆଗକୁ ସ୍ପଷ୍ଟ କରିଲେ ଯେ, ପିଡ଼ିତ ଏବଂ ଅପରାଧି ଆଗରୁ ପରସ୍ପରକୁ ଜାଣିଥିଲେ। ବୃଦ୍ଧା ଜଣକ ଭାରତ ମାତା କି ଜୟର ଜାପ ଲଗାତାର କୁରୁଥିଲା। ଏହା ଛଡ଼ା ବୃଦ୍ଧା ଜଣକ ଆଗରୁ ମଧ୍ୟ ଦୋକାନିମାନଙ୍କ ଦୋକାନ ସାମ୍ନାରେ ଗାଳି ଗଲୋଜ କରିବାରୁ ଦୋକାନି ବୃଦ୍ଧାକୁ ଦୋକାନ ସାମ୍ନାରୁ ହଟାଇବାକୁ ଚେଷ୍ଟା କରିଛନ୍ତି। ପୋଲିସ କର୍ମି ଏବା ମଧ୍ୟ ସୂଚନା ଦେଲେ ଯେ ବୃଦ୍ଧା ଜଣକ ମାନଷିକ ରୂପରେ ଦୂର୍ବଳ ଅଟନ୍ତି।
ଶେଷକଥା-
ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଦିଲ୍ଲୀ ଜଫରବାଦ ଅ଼ଞ୍ଚଳରେ ଏକ ବୃଦ୍ଧ ବ୍ୟକ୍ତି ଭାରତ ମାତା କି ଜୟ ନାରା ଲଗାଇବାରୁ ସେଠାରେ ଉପସ୍ଥିତ ମୁସ୍ଲିମ ଯୁବକ ମାନେ ବୃଦ୍ଧାକୁ ନିର୍ଦ୍ଧୁମ ପିଟିଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ଦିଲ୍ଲିର ନୁହଁ ବରଂ ରାଜସ୍ଥାନର ଅଟେ।

Title:ରାଜସ୍ଥିନର ଭିଡିଓକୁ ଦିଲ୍ଲୀ ର ଭିଡିଓ କହି ସାମ୍ପ୍ରଦାୟିକ ରୂପ ଦେଇ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False